ଅକ୍ଷୟ ଓ କ୍ୟାଟ୍ରିନାଙ୍କ ଫିଲ୍ମ ସେଟ୍‌ରୁ ଲିକ୍‌ ହେଲା ଭିଡିଓ, ଟୁଇଟରରେ ଶେୟାର କରି ଫ୍ୟାନ୍‌ ଲେଖିଲେ, ‘ନିଆଁ ହିଁ ନିଆଁ ’

ଅକ୍ଷୟ କୁମାର ଓ କ୍ୟାଟ୍ରିନା କୈଫ୍‌ ଷ୍ଟାରର୍‌ ‘ସୂଯ୍ୟର୍ବଂଶୀ’ ୨୦୨୦ର ସବୁଠାରୁ ମୋଷ୍ଟ ଆେଓ୍ଵଟେଡ୍‌ ଫିଲ୍ମ ମଧ୍ୟରୁ ଗୋଟିଏ। ଯେବେଠାରୁ ଏହାର ଆନାଉନ୍ସମେଣ୍ଟ ହୋଇଥିଲା, ସେବେଠାରୁ ଫ୍ୟାନ୍‌ମାନେ ଏହାକୁ ନେଇ ବେଶ୍‌ ଏକ୍ସସାଇଟେଡ୍‌ ଥିଲେ। ଡାଇରେକ୍ଟର ରୋହିତ ସେଟ୍ଟୀଙ୍କ ଏହି ଫିଲ୍ମକୁ ଦର୍ଶକ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି।

ss

ଏକ ଲମ୍ବା ସମୟ ପରେ ଅକ୍ଷୟ ଓ କ୍ୟାଟ୍ରିନାଙ୍କ କେମିଷ୍ଟ୍ରି ଦେଖିବା ପାଇଁ ଫ୍ୟାନ୍‌ମାନଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳୁଛି। କିଛିଦିନ ପୂର୍ବରୁ ଏହାର ପ୍ରଥମ ପୋଷ୍ଟର ରିଲିଜ୍‌ ହୋଇଥିଲା, ଯାହାକୁ ଇଣ୍ଟରନେଟ୍‌ରେ ପଜିଟିଭ୍‌ ରେସ୍‌ପନ୍ସ ମିଳିଥିଲା।

ଏବେ ଫିଲ୍ମର ସେଟ୍‌ରୁ ଏକ ଭିଡିଓ ସାମ୍ନାକୁ ଆସିଛି, ଯେଉଁଥିରେ ଅକ୍ଷୟ ଓ କ୍ୟାଟ୍ରିନା ବାଇକ୍‌ ଉପରେ ନଜର ଆସୁଛନ୍ତି। ଆକ୍ଟରଙ୍କର ଜଣେ ଫ୍ୟାନ୍‌ ଏହି ଭିଡିଓକୁ ଟୁଇଟରରେ ଶେୟାର କରିଛନ୍ତି।

s4

ଫିଲ୍ମରେ ଅକ୍ଷୟ ଓ କ୍ୟାଟ୍‌ଙ୍କ ଛଡ଼ା ଅଜୟ ଦେବଗନ, ରଣବୀର ସିଂ, ଗୁଲଶନ ଗ୍ରୋଭର, ଅଭିମନ୍ୟୁ ସିଂ, ଜ୍ୟାକି ଶ୍ରଫ୍‌, ସିକନ୍ଦର ଖେରଙ୍କ ଭଳି ଅଭିନେତାମାନେ ମୁଖ୍ୟ ଚରିତ୍ରରେ ନଜର ଆସିବେ। ଫିଲ୍ମଟି ୨୭ ମାର୍ଚ୍ଚରେ ରିଲିଜ୍‌ ହେବ।