ନିଜ ପରିବାରକୁ ବଞ୍ଚାଇବା ପାଇଁ ଭାଇରାଲ ଜ୍ୱରକୁ କରୋନା ଭାବି ଆତ୍ମହତ୍ୟା କଲେ ବ୍ୟକ୍ତି

ଚୀନରେ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି କରୋନା ଭାଇରସ। ଧୀରେ ଧୀରେ ନିଜର କାୟା ବିସ୍ତାର କରିଚାଲିଛି ଏହି ଭାଇରସ। କେବଳ ଚୀନ ନୁହେଁ ଏହାକୁ ନେଇ ସମଗ୍ର ବିଶ୍ୱରେ ଏକ ପ୍ରକାର ଆତଙ୍କ ଖେଳିଯାଇଛି। ଏପର୍ଯ୍ୟନ୍ତ ଚୀନରେ ୧୦୦୦ରୁ ଅଧିକ ଲୋକ ମୃତ୍ୟୁବରଣ କରିସାରିଥିବା ବେଳେ ୫୦ ହଜାରରୁ ଉର୍ଦ୍ଧ୍ୱ ଲୋକ ଆକ୍ରାନ୍ତ ହୋଇସାରିଛନ୍ତି। ଏବେ ଏହି ଭାଇରସ ବାୟୁ, ପାଣି ଦ୍ୱାରା ବ୍ୟାପୁଥିବାର ଖବର ମଧ୍ୟ ସାମ୍ନାକୁ ଆସୁଛି। ଦିନକୁ ଦିନ ଅଣାୟତ୍ତ ହୋଇଚାଲିଛି ଏହି କରୋନା ଭାଇରସ। ଏମିତି ସ୍ଥିତିରେ ଭାରତୀୟ ଏହି ଭାଇରସକୁ ନେଇ ଭୟଭୀତ ରହିଛନ୍ତି। ଏପରି ସ୍ଥଳେ ଏମିତି ଏକ ଖବର ସାମ୍ନାକୁ ଆସିଛି, ଯାହା ଆପଣଙ୍କ ଭାଙ୍ଗିଦେବ। ହାଇଦ୍ରାବାଦରେ ଏହି ଘଟଣା ଦେଖିବାକୁ ମିଳିଛି। ଯେଉଁଠାରେ ଜଣେ ବ୍ୟକ୍ତିଙ୍କୁ ଭାଇରାଲ ଜ୍ୱର ହୋଇଥିଲା। ଯାହାକୁ ସେ କରୋନା ଭାବି ଆତ୍ମହତ୍ୟା କରିଛନ୍ତି।

corona

ସୂଚନା ମୁତାବକ, ହାଇଦ୍ରାବାଦର ଚିତୁର ନିବାସୀ କେ. ବାଲାକୃଷ୍ଣହଦଙ୍କୁ ଭାଇରାଲ ଜ୍ୱର ହୋଇଥିଲା। ତେଣୁ ତାଙ୍କ ପଡୋଶୀ ତାଙ୍କୁ କରୋନା ଭାଇରସ ଯାଞ୍ଚ କରିବାକୁ କହିଥିଲେ। ଏହା ପରେ ବ୍ୟକ୍ତି ଜଣକ ମୋବାଇଲରେ କରୋନା ଭାଇରସର ଲକ୍ଷଣ କ’ଣ ରହିଛି, ତାହାକୁ ନେଇ ୟୁଟ୍ୟୁବରେ ଭିଡିଓ ଦେଖିଥିଲେ। ବ୍ୟକ୍ତି ଜଣକ ନିଜକୁ କରୋନା ସଂକ୍ରମଣ ହୋଇଥିବା ଭାବି ନିଜର ପତ୍ନୀ ଏବଂ ପିଲାକୁ ଘରେ ବନ୍ଦ କରିଦେଇଥିଲେ। ଏହାପରେ ସ୍ଥାନୀୟ ଶ୍ମଶାନକୁ ଯାଇ ଏକ ଗଛରେ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି।

ଘଟଣାସ୍ଥଳରେ ପୋଲିସ ପହଞ୍ଚି ପରିଜନଙ୍କୁ ପଚରାଉଚରା କରିଥିଲେ। ଏହାପରେ ଡାକ୍ତର ତାଙ୍କ ମୃତଶରୀରକୁ ବ୍ୟବଚ୍ଛେଦ କରିଥିଲେ। କିନ୍ତୁ ଡାକ୍ତର କରୋନା ଭାଇରସର କୌଣସି ଲକ୍ଷଣ ପାଇନଥିଲେ। କରୋନା ଭାଇରସ ଜନିତ କୌଣସି ମାମଲା ହାଇଦ୍ରାବାଦରେ ଆସିନାହିଁ ବୋଲି ଡାକ୍ତର ଲୋକମାନଙ୍କୁ କହିଥିଲେ। ଏବଂ ଲୋକମାନେ କୌଣସି ଅସୁସ୍ଥତାକୁ କରୋନା ନ ଭାବି ରୋଗର ପ୍ରାଥମିକ ଚିକିତ୍ସ କରିବା ପାଇଁ ପରାର୍ମଶ ଦେଇଥିଲେ। ଏହାସହ ଲୋକମାନେ କୌଣସି ଭୁଲ ପଦକ୍ଷେପ ନ ନିଅନ୍ତୁ ବୋଲି ପରାମର୍ଶ ଦେଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.