ମୟୁରଭଞ୍ଜ ଝରାଡ଼ିହି ବଜାର ନିକଟରେ ବସରେ ଲାଗିଲା ବିଦ୍ୟୁତ୍ ତାର, ଅଳ୍ପକେ ବର୍ତିଲେ ଦିବ୍ୟାଙ୍ଗ ଛାତ୍ର ଛାତ୍ରୀ

ମୟୁରଭଞ୍ଜ : ବସରେ ଲାଗିଲା ବିଦ୍ୟୁତ ତାର , ଅଳ୍ପକେ ବର୍ତିଲେ ଦିବ୍ୟାଙ୍ଗ ଛାତ୍ର ଛାତ୍ରୀ ଓ ଅଭିଭାବକ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ମୟୁରଭଞ୍ଜ ଜିଲ୍ଲା ବହଳଦା ବ୍ଲକ ଝରାଡ଼ିହି ବଜାରରେ । ସୂଚନା ଅନୁଯାୟୀ ବହଳଦା ବ୍ଲକର ବିଭିନ୍ନ ସ୍କୁଲର 40ଜଣ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ସହ 40 ଜଣ ଅଭିଭାବକଙ୍କୁ ନେଇ ସ୍କୁଲ ପକ୍ଷରୁ ପିକନିକ ପାଇଁ ଝାଡ଼ଖଣ୍ଡର ଡିମନାକୁ ଯାଇଥିଲେ । ପିକନିକ ସାରି ଘରକୁ ଫେରିବା ସମୟରେ ବହଳଦାରେ କିଛି ଛାତ୍ର ଛାତ୍ରୀ ଓ ଅବିଭାବକଙ୍କୁ ଓହ୍ଲେଇବା ପରେ ବସଟି ଝରାଡିହିର ଛାତ୍ର ଛାତ୍ରୀ ,ଅବିଭାବକ ଓ CRCC ଙ୍କୁ ଛାଡିବା ପାଇଁ ଯାଉଥିଲା ।

correntତେବେ ଝରାଡିହ ବଜାରରେ ବସଟି ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଥିଲା । ବସରେ ଲାଗି 220 ବିଦ୍ୟୁତ ତାର ଛିଡି ଯିବା ସହ ସପ୍ଲାଇ ହୋଇଥିବା ତାର ସର୍ଟ ସର୍କିଟ ହୋଇ ସ୍ପାରକିଙ୍ଗ ହେବାରେ ଲାଗିଥିଲା । ଝରାଡିହ ବଜାରର ସ୍ଥାନୀୟ ଲୋକେ ସଂଗେ ସଂଗେ ବିଦ୍ୟୁତ କର୍ମଚାରୀଙ୍କୁ ଯୋଗାଯୋଗ କରି ସପ୍ଲାଇ ବନ୍ଦ କରାଇଥିଲେ । ଫଳରେ ସ୍ଥାନୀୟ ଲୋକଙ୍କ ଉପସ୍ଥିତି ବୁଦ୍ଧି ଯୋଗୁ ଅଳ୍ପକେ ଦିବ୍ୟାଙ୍ଗ ଛାତ୍ର ଛାତ୍ରୀ ମାନେ ବଂଚି ଯାଇଥିଲେ ।

ସ୍ଥାନୀୟ ଲୋକେ ବସକୁ ଅଟକେଇ ରଖିଥିବା ବେଳେ ଘଟଣାସ୍ଥଳରେ କିଛି ସମୟ ଧରି ଚାପା ଉତ୍ତେଜନା ଦେଖାଦେଇଥିଲା । ବସରେ ଥିବା କିଛି ଯାତ୍ରୀ ଭୟରେ ପଳାଇଯାଇଥିଲେ । ତେବେ ପରିସ୍ଥିତି ସ୍ୱାଭାବିକ ହେବା ପରେ ଗମ୍ଭାରିଆ ଓ ବାସିଙ୍ଗିର ସ୍କୁଲ ଛାତ୍ରଛାତ୍ରୀଙ୍କୁ ବସଟି ପହଂଚାଇବାକୁ ଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.