ମାର୍କେଟରେ ସବୁଠାରୁ ଅଧିକ ବିକ୍ରି ହେଉଥିବା ୩ଟି ଶସ୍ତା ସ୍କୁଟର, ଦାମ୍‌ ମାତ୍ର ୬୯ ହଜାରରୁ ଆରମ୍ଭ

ଆପଣ ଯଦି ସ୍କୁଟି ଚଲାଇବାକୁ ଭଲ ପାଆନ୍ତି, ତାହେଲେ ନିଶ୍ଚିତ ଭାବେ ମନରେ ଆସୁଥିବ କେଉଁ ସ୍କୁଟିଟା କିଣିଲେ ଭଲ ହେବ। ଆମେ ଏଠାରେ ଆପଣଙ୍କୁ ଜଣାଇବୁ କେଉଁ ସ୍କୁଟରର ଅଧିକ ଡିମାଣ୍ଡ ରହିଛି ଏବଂ କେଉଁ ସ୍କୁଟରକୁ ଲୋକମାନେ ଅଧିକ କିଣୁଛନ୍ତି। ଏମିତିରେ ଯଦି ଆପଣ ମଧ୍ୟ ଟୁ-ହ୍ଵିଲର ନେବାକୁ ପ୍ଲାନ କରୁଛନ୍ତି ତାହେଲେ ଆପଣଙ୍କୁ ନିହାତି ଭାବେ ଜଣାଥିବ ଯେ ମାର୍କେଟରେ ଏବେ କେଉଁ ସ୍କୁଟରର ଚାହିଦା ଅଧିକ ରହିଛି। ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଗତ ମାସ ଜୁଲାଇରେ ମୋଟ ଟପ୍‌ ୧୦ ମଡେଲରୁ ୪,୨୯,୪୩୩ ୟୁନିଟ ସ୍କୁଟର ବିକ୍ରି ହୋଇଛି। ଯାହା ଗତବର୍ଷ ଜୁଲାଇରେ ୩,୩୬,୭୨୮ ୟୁନିଟ ମୁକାବିଲାରେ ୨୭.୫୩ ପ୍ରତିଶତ ଅଧିକ ଥିଲା।

ନମ୍ବର ଓ୍ଵାନରେ ଜାଣିବା ହୋଣ୍ଡା ଆକ୍ଟିଭା

ହୋଣ୍ଡା ଆକ୍ଟିଭା ଜୁଲାଇ ମାସରେ ପୁଣି ଥରେ ବିକ୍ରି ମାମଲାରେ ନମ୍ବର ଓ୍ଵାନ ରହିଛି। ଏହା ୪୯.୭୯ ପ୍ରତିଶତ ଅଂଶୀଦାର ଏବଂ ବଡ ଅନ୍ତର ଭିତରେ ଅନ୍ୟ ମଡେଲକୁ ପଛରେ ପକାଇ ଦେଇଛି। ହୋଣ୍ଡା ଆକ୍ଟିଭାର ବିକ୍ରି ଗତ ଜୁଲାଇ ମାସରେ ୨,୩୧,୮୦୭ ୟୁନିଟ ରହିଛି, ଯାହା ଜୁଲାଇ ୨୦୨୧ରେ ବିକ୍ରି ହୋଇଥିବା ୧,୬୨,୯୫୬ ୟୁନିଟ ମୁକାବିଲାରେ ୩୧.୨୧ ପ୍ରତିଶତ ଅଧିକ ରହିଛି। ହୋଣ୍ଡା ଆକ୍ଟିଭା ଦୁଇଟି ଟ୍ରିମ ଅପ୍ସନ ସହିତ ବଜାରରେ ମହଜୁଦ୍‌ ରହିଛି। ଏହାର ACTIVA 6G STD ମଡେଲର ଦାମ୍‌ ୭୨,୪୦୦ ଟଙ୍କା ଏବଂ ACTIVA 6G DLX ର ଦାମ୍‌ ୭୪,୪୦୦ ଟଙ୍କା ରହିଛି। ଏହି ଦୁଇଟି ଦାମ୍‌ କମ୍ପାନୀର ଏକ୍ସଶୋରୁମର ଦାମ୍‌।

scooterନମ୍ବର ଦୁଇରେ ଆସୁଛି ଟିଭିଏସ୍‌ ଜୁପିଟର

ଏହି ଲିଷ୍ଟରେ ସବୁଠାରୁ ଅଧିକ ବିକ୍ରି ହୋଇଥିବା ସ୍କୁଟର ଲିଷ୍ଟରେ ସେକେଣ୍ଡ ନମ୍ବରରେ ୬୨,୦୯୪ ୟୁନିଟ ବିକ୍ରି ସହିତ ଟିଭିଏସ ଜୁପିଟର ରହିଛି। ଏହାର ଜୁଲାଇ ୨୦୨୧ରେ ୩୮,୨୦୯ ୟୁନିଟ ବିକ୍ରି ହୋଇଥିଲା। ଯାହା ଗତ ମାସର ବିକ୍ରି ମୁକାବିଲାରେ ୬୨.୫୧ ପ୍ରତିଶତ ଅଧିକ ରହିଛି। ବର୍ତ୍ତମାନ ବଜାରରେ ଏହାର ୬ ମଡେଲ ମହଜୁଦ୍‌ ରହିଛି। ଏହାର SMWର ଦାମ୍‌ ୬୯,୬୭୧ ଟଙ୍କା। Baseର ୭୨,୫୭୧ ଟଙ୍କା, ZXର ୭୬,୮୪୬ ଟଙ୍କା, ZX Discର ୮୦,୬୪୬ ଟଙ୍କା, ZX SmartXonnectର ୮୩,୬୪୬ ଟଙ୍କା ଏବଂ ର ୮୦,୩୧୬ ଟଙ୍କା ରହିଛି। ଏହି ସମସ୍ତ ଦାମ୍‌ କମ୍ପାନୀର ଏକ୍ସ ଶୋରୁମର ଦାମ୍‌।

ନମ୍ବର ତିନିରେ ଆସୁଛି ସୁଜୁକି ଆକ୍ସେସ

ଲୋକଙ୍କ ଡିମାଣ୍ଡ ଭିତରେ ରହିଛି ସୁଜୁକି ଆକ୍ସେସ। ଗତ ମାସରେ ଏହାର ୪୧,୪୪୦ ୟୁନିଟ ବିକ୍ରି ହୋଇଛି, ଯାହା ଜୁଲାଇ ୨୦୨୧ରେ ବିକ୍ରି ହୋଇଥିବା ୪୬,୯୮୫ ୟୁନିଟ ମୁକାବିଲା ୧୧.୮୦ ପ୍ରତିଶତ କମ୍‌। ସୁଜୁକି ଆକ୍ସେସ ୧୨୫ର ଦାମ୍‌ ୭୮,୩୦୦ ଟଙ୍କା ଏବଂ ୮୬,୨୦୦ ଟଙ୍କା ଭିତରେ ରହିଛି। ସୁଜୁକି ଆକ୍ସେସ ୧୨୫ ବଜାରରେ ୬ ମଡେଲ ମହଜୁଦ୍‌ ରହିଛି।

ଏହାର ଅଲୟ ହ୍ଵିଲ ସହିତ ରାଇଡ କନେକ୍ଟ ଏଡିସନ୍‌ ଡ୍ରମ ବେକ୍ରର ଦାମ୍‌ ୮୫,୨୦୦ ଟଙ୍କା, ଅଲୟ ହ୍ଵିଲ ସହିତ ରାଇଡ କନେକ୍ଟ ଏଡିସନ ଡିସ୍କ ବ୍ରେକର ଦାମ୍‌ ୮୭,୨୦୦ ଟଙ୍କା, ସ୍ପେଶାଲ ଏଡିସନ ଡିସ୍କ ବ୍ରେକ ଭେରିୟଣ୍ଟର ଦାମ୍‌ ୮୩,୦୦୦ ଟଙ୍କା, ଷ୍ଟାଣ୍ଡାର୍ଡ ଏଡିସନ ଡ୍ରମ ବ୍ରେକ ଭେରିୟଣ୍ଟର ଦାମ୍‌ ୭୭,୬୦୦ ଟଙ୍କା, ଷ୍ଟାଣ୍ଡାର୍ଡ ଏଡିସନ୍‌ ଡ୍ରମ ବ୍ରେକ ଭ୍ୟାରିୟଣ୍ଟର ଦାମ୍‌ ୭୯,୩୦୦ ଟଙ୍କା। ଷ୍ଟାଣ୍ଡର୍ଡ ଏଡିସନ ଡିସ୍କ ବ୍ରେକ ଭ୍ୟାରିୟଣ୍ଟର ଦାମ୍‌ ୮୧,୩୦୦ ଟଙ୍କା ରହିଛି। ତେବେ ଏହି ସମସ୍ତ ଦାମ୍‌ କମ୍ପାନୀର ଏକ୍ସ ଶୋରୁମର ଦାମ୍‌ ।

ଏବେ ଆପଣ ବୁଝି ସାରିଥିବେ ଯେ କେଉଁ ସ୍କୁଟରର ବର୍ତ୍ତମାନ ବଜାରରେ ଚାହିଦା ରହିଛି। ଏବେ ଆପଣ ବିନା ଦ୍ୱନ୍ଦ୍ୱରେ ମାର୍କେଟରୁ ନିଜ ପସନ୍ଦର ସ୍କୁଟର କିଣିଆଣିପାରିବେ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.