ଏବେ ମୋବାଇଲ ନମ୍ବର ପୋର୍ଟ କରାନ୍ତୁ ମାତ୍ର ୬.୪୬ ଟଙ୍କାରେ, ୧୧ ନଭେମ୍ବର ଠାରୁ ଲାଗୁ ହେବାକୁ ଯାଉଛି ନୂଆ ନିୟମ

ଯଦି ଆପଣ ମଧ୍ୟ ନିଜ ନମ୍ବରକୁ ପୋର୍ଟ କରିବାକୁ ଚାଁହୁଛନ୍ତି ତାହେଲେ ଆପଣଙ୍କ ପାଇଁ ଖୁସି ଖବର । ଭାରତୀୟ ଦୂରସଂଚାର ନିୟାମକ ପ୍ରାଧିକରଣ (TRAI) ମୋବାଇଲ ନମ୍ବର ପୋର୍ଟାବିଲିଟିର ଦର କମ କରିବାକୁ ଯାଉଛି । ଏବେ ଆପଣ କେବଳ ୬.୪୬ ଟଙ୍କାରେ ନିଜର ମୋବାଇଲ ନମ୍ବରକୁ ପୋର୍ଟ କରାଇ ପାରିବେ ।

ଏହାସହ ପଢନ୍ତୁ ଇନଷ୍ଟାଗ୍ରାମ ଆଣିଲା ନୂଆ ଫିଚର , ଟ୍ରୋଲର ମାନଙ୍କ ଉପରେ ଏପରି ଲଗାଯିବ ରୋକ

ବର୍ତ୍ତମାନ ପର୍ଯ୍ୟନ୍ତ ନଜରକୁ ଆସିଥିବା ସମସ୍ତ ପ୍ରସ୍ତାବ ପରେ ଟ୍ରାଇ ସେପ୍ଟେମ୍ବର ୩୦ ତାରିଖରେ ଟେଲିକମ ମୋବାଇଲ ନମ୍ବର ପୋର୍ଟାବିଲିଟି ପୋର୍ଟ ଟ୍ରାଞ୍ଜାକ୍ସନ ଏବଂ ଡିପିଙ୍ଗ ଶୁଳ୍କ ନିୟମ ୨୦୧୯ ଜାରି କରିଛି ବୋଲି ଏମଏନପିକୁ ନେଇ ଦିଆଯାଇଥିବା ନିଜର ଏକ ବୟାନରେ କହିଛି । ଏହାଦ୍ୱାରା ଏମଏନପି ପାଇଁ ୬.୪୬ ତାଙ୍କର ଶୁଳ୍କ ନିର୍ଦ୍ଧାରଣ କରାଯାଇଛି । ନୂଆ ନିୟମ ନଭେମ୍ବର ୧୧ ତାରିଖରୁ ଲାଗୁ କରାଯିବ ଏବଂ ତାପରେ ଆପଣଙ୍କୁ ଏମଏନପି ପାଇଁ କେବଳ ୬.୪୬ଟଙ୍କା ଦେବାକୁ ପଡିବ । ସୂଚନା ଅନୁଯାୟୀ ପ୍ରଥମଥର ୨୦୦୯ରେ ଏମଏନପି ପାଇଁ ଶୁଳ୍କ ନିର୍ଦ୍ଧାରଣ କରାଯାଇଥିଲା ।

Mobile user

ଏହାପୂର୍ବରୁ ଗତ ମାସରେ TRAI ମୋବାଇଲ ନମ୍ବର ପୋର୍ଟାବିଲିଟିର ନୂଆ ଦର ୫.୭୪ଟଙ୍କା ରଖିଥିଲା କିନ୍ତୁ ବର୍ତ୍ତମାନ ଏହାକୁ ବଦଳାଇ ଦିଆଯାଇଛି । ଏମଏନପିର ନୂଆ ଦର ପୂର୍ବରୁ ୩୦ ସେପ୍ଟେମ୍ବରରରେ ଲାଗୁ କରାଯିବା ପାଇଁ ଯୋଜନା କରାଯାଇଥିଲା କିନ୍ତୁ ବର୍ତ୍ତମାନ ଏହାକୁ ୧୧ ନଭେମ୍ବର ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଇଛି । ସୂଚନା ଅନୁଯାୟୀ କମ୍ପାନୀ ଗୁଡିକ ନିଜର ଗ୍ରାହକ ମାନଙ୍କ ନମ୍ବର ପୋର୍ଟ କରିବା ପାଇଁ ୧୯ ଟଙ୍କା ଦେଇଥାଏ । ଏହା ବ୍ୟତୀତ ଜିଓ, ଏୟାରଟେଲ, ଭୋଡାଫୋନ ଏବଂ ବିଏସଏନଏଲ ଭଳି କମ୍ପାନୀ ଗୁଡିକ ବାର୍ଷିକ ୭୫ କୋଟି ଟଙ୍କା ପର୍ଯ୍ୟନ୍ତ ସଂଚୟ କରିପାରିବେ ।

Leave A Reply

Your email address will not be published.