Below header

ନିଶାସକ୍ତ ଅବସ୍ଥାରେ ଶାରୀରିକ ସମ୍ବନ୍ଧ ବନାଇବାରୁ ସନ୍ତୁଳନ ହରାଇ ବସିଲେ ପ୍ରେମୀଯୁଗଳ, ବାଲ୍‌କୋନିରୁ ଖସିପଡ଼ି ଶୋଚନୀୟ ମୃତ୍ୟୁ

ଗତ ଶନିବାର ଆମେରିକାରରେ ଏକ ଅଜବ ଦୁର୍ଘଟଣା ଘଟିଛି। ବ୍ୟାଚେଲର୍ସ ପାର୍ଟି ଚାଲିଥିବା ବେଳେ ବିଲ୍ଡିର ତୃତୀୟ ମହଲା ବାଲକୋନିରୁ ଖସିପଡ଼ି ଏକ ପ୍ରେମୀଯୁଗଳଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। କିନ୍ତୁ ଯେତେବେଳେ ଲୋକଙ୍କୁ ଦୁର୍ଘଟଣାର କାରଣ ଜଣାପଡ଼ିଥିଲା, ସମସ୍ତେ ଚକିତ ହୋଇଯାଇଥିଲେସୂଚନା ମୁତାବକ, ୨୮ ବର୍ଷୀୟା ଜଣେ ମହିଳା ନିଜ ଘରେ ହିଁ ଏକ ବ୍ୟାଚେଲର୍ସ ପାର୍ଟିର ଆୟୋଜନ କରିଥିଲେ। ଏଥିରେ ସେ ନିଜ ପ୍ରେମିକ ଏବଂ ସାଙ୍ଗମାନଙ୍କୁ ନିମନ୍ତ୍ରଣ କରିଥିଲେ। ପାର୍ଟି ଶେଷ ହେବା ପରେ ମହିଳା ଏବଂ ତାଙ୍କ ପ୍ରେମିକ ବିଲ୍ଡିର ତୃତୀୟ ମହଲା ବାଲ୍‌କୋନିକୁ ଚାଲିଯାଇଥିଲେ। ଆଉ ସେଠାରେ ଦୁଇଜଣ ଯାକ ଶାରୀରିକ ସମ୍ବନ୍ଧ ବନାଇବା ଆରମ୍ଭ କରିଦେଇଥିଲେ।

crime111

କମ୍‌ ଉଚ୍ଚତା ଏବଂ ନିଶାସକ୍ତ ଅବସ୍ଥାରେ ଶାରୀରିକ ସମ୍ବନ୍ଧ ବନାଇବା ଯୋଗୁ ପ୍ରେମୀଯୁଗଳ ନିଜର ସନ୍ତୁଳନ ହରାଇ ବସିଥିଲେ। ଯାହାଫଳରେ ସେମାନେ ବାଲକୋନିରୁ ଖସି ପଡ଼ିଥିଲେ। ଦୁହେଁ ପଡ଼ିଯିବାର ଶବ୍ଦ ଶୁଣି ପାଖ ପଡ଼ୋଶୀମାନେ ଘରୁ ବାହାରି ଆସିଥିଲେ। ଘଟଣାସ୍ଥଳରେ ସେମାନେ ପ୍ରେମୀଯୁଗଳଙ୍କୁ ମୃତ ଅବସ୍ଥାରେ ଦେଖିବାକୁ ପାଇଥିଲେ। ଆଉ ସେମାନଙ୍କ ଶରୀରରେ କୌଣସି ବି କପଡ଼ା ନ ଥିଲା। ଏ ନେଇ ପଡ଼ୋଶୀମାନେ ପୋଲିସକୁ ଖବର ଦେଇଥିଲେ। ପୋଲିସ ପହଞ୍ଚି ଦୁଇଜଣଙ୍କ ମୃତ୍ୟୁ ସମ୍ପର୍କରେ ସେମାନଙ୍କ ପରିବାର ଲୋକଙ୍କୁ ଜଣାଇଥିଲା। ମୃତ ପ୍ରେମିକଙ୍କ ବୟସ ୩୫ ବର୍ଷ ଥିବା ବେଳେ ମହିଳାଙ୍କର ୮ ବର୍ଷର ଜଣେ ଝିଅ ରହିଛି। ପୋଲିସ ଘଟଣାର ତଦନ୍ତ ଜାରି ରଖିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.