ଅଲୋଡା ହେଉଛନ୍ତି କି ଦାମ? କାହିଁକି ନେବେ ସନ୍ୟାସ ?

ଭୁବନେଶ୍ବର(କେନ୍ୟୁଜ୍): ବରିଷ୍ଠ ବିଜେପି ନେତା ଦାମୋଦର ରାଉତ କହିଛନ୍ତି ସେ ରାଜନୀତି କରିବେ ନାହିଁ। ବିଜେପି ବୈଠକକୁ ତାଙ୍କୁ ଡକାଯାଉ ନାହିଁ। ତାଙ୍କ ମତାମତ ଲୋଡାଯାଉ ନାହିଁ। ଦାମଙ୍କ ଏପରି ବୟାନ ପରେ ବିଜେପି-ବିଜେଡିରେ ଦଳ ଡିଆଁ ନେତାଙ୍କୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା। ଉଭୟ ଦଳର ନେତା ଯେଉଁମାନେ ଦଳ ଡେଇଁ ଥିଲେ ସେମାନଙ୍କ ସ୍ଥିତି ଏବେ କଣ ତାକୁ ନେଇ ଆଲୋଚନା ହେଉଛି। ଦାମୋଦର ରାଉତ ବିଜେଡିରୁ ବହିଷ୍କୃତ ହୋଇଥିଲେ। ସେ ବିଜେପିରେ ମିଶିବା ପରେ ନୂଆ ଇନିଂସ ଆରମ୍ଭ ହେବ ବୋଲି କୁହାଯାଉଥିଲା। କିନ୍ତୁ ସେ ରାଜନୀତି କରିବେ ନାହିଁ ବୋଲି କହୁଛନ୍ତି। ସେପଟେ ବିଜେପିରୁ ଆସି ବହୁ ନେତା ବିଜେଡିରେ ମିଶିଥିଲେ। ସୁବାସ ଚୌହ୍ଵାନ ବର୍ତ୍ତମାନ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ଅଛନ୍ତି। ରଘୁନନ୍ଦନ ଦାସ ଓ ତୁଷାରକାନ୍ତୀ ବେହେରା ବର୍ତ୍ତମାନ ମନ୍ତ୍ରୀ ଅଛନ୍ତି।ଏ ସବୁ ଘଟଣା ଆଗକୁ ଦଳ ଡିଆଁ ନେତାଙ୍କ ପାଇଁ ଉଦାହରଣ ହେବ। ଯଦି ନିର୍ବାଚନରେ ପରାଜୟ ଘଟେ ତେବେ ନୂଆ ପାର୍ଟିରେ ଆଦର ବଦଳରେ ଅଣଦେଖାର ସମ୍ମଖୀନ ହେବାକୁ ପଡିପାରେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.