ଏହି ପାଞ୍ଚୋଟି ଉପାୟରେ ଆପଣଙ୍କ ଶରୀରକୁ କ୍ଷତି ପହଞ୍ଚାଇଥାଏ ବାହାରର ଖାଦ୍ୟ

ସାଧାରଣତଃ ବାହାରେ ବୁଲିବା ଏବଂ ଖାଇବା ସମସ୍ତଙ୍କୁ ପସନ୍ଦ । ସୁଯୋଗ ମିଳିବା ମାତ୍ରେ ପ୍ରାୟତଃ ସମସ୍ତେ ପରିବାର କିମ୍ବା ସାଙ୍ଗସାଥିଙ୍କ ସହ ବାହାରେ ଖାଇବାକୁ ବାହାରି ପଡ଼ି଼ଥାନ୍ତି । ଯଦିଓ ଅନେକ ଲୋକ ଘରଠାରୁ ଦୂରରେ ରହିଥିବା କାରଣରୁ ବାଧ୍ୟ ହୋଇ ସବୁବେଳେ ବାହାରେ ଖାଇଥାନ୍ତି କିନ୍ତୁ ଆପଣଙ୍କୁ ନିଜର ଏହି ଅଭ୍ୟାସ ଠାରୁ ଯେତେ ସମ୍ଭବ ଦୁରେଇ ରହିବା ଆବଶ୍ୟକ । କାରଣ ଏହା ଆପଣଙ୍କ ଶରୀରକୁ ଅତ୍ୟଧିକ ମାତ୍ରାରେ କ୍ଷତି ପହଂଚାଇଥାଏ ।

ଏହାସହ ପଢନ୍ତୁ ଖରାରେ ଅଧିକ ସମୟ ପର୍ଯ୍ୟନ୍ତ ରହୁଛନ୍ତି କି ? ତାହେଲେ ହୋଇପାରନ୍ତି ସ୍କିନ କ୍ୟାନସରର ଶିକାର

ବାହାରେ ଖାଇବା ଦ୍ୱାରା ଶରୀରରେ phthalates ନାମକ ଏକ ରାସାୟନିକ ପଦାର୍ଥ ସୃଷ୍ଟି ହୋଇଥାଏ । ଯାହାକି ଶରୀର ପାଇଁ ବହୁତ କ୍ଷତିକାରକ ଅଟେ । ଏହା ପ୍ରାକୃତିକ ହର୍ମୋନାଲ ସନ୍ତୁଳନକୁ ବିଗାଡି ଦେଇଥାଏ ଏବଂ ଏହା ଆପଣଙ୍କ ସମ୍ପୂର୍ଣ୍ଣ ସ୍ୱାସ୍ଥ୍ୟ ଉପରେ କୁପ୍ରଭାବ ପକାଇଥାଏ । ଏହା ବ୍ୟତୀତ ଆହୁରି ଅନେକ କାରଣ ରହିଛି ଯେଉଁଥିପାଇଁ ଆପଣଙ୍କୁ ବାରମ୍ବାର କିମ୍ବା ନିୟମିତ ଭାବେ ବାହାରେ ଖାଇବାକୁ ମନା କରାଯାଇଥାଏ । ତାହେଲେ ଆସନ୍ତୁ ଜାଣିବା ସବୁବେଳେ ବାହାରେ ଖାଇବା ଦ୍ୱାରା ଏହା ଶରୀରକୁ କେଉଁପରି ଭାବେ କ୍ଷତି ପହଂଚାଇଥାଏ ।

କମ ହାଇଜିନିକ

ଯଦି ଆପଣଙ୍କୁ ରେସ୍ତୋରାଁ କିମ୍ବା ଷ୍ଟ୍ରିଟ ଫୁଡ ଖାଇବା ପସନ୍ଦ ତାହେଲେ ଆପଣଙ୍କୁ ପ୍ରଥମେ ଏହା ବୁଝିବା ଦରକାର ଯେ ବାହାରର ଖାଇବା ହାଇଜିନିକ ହୋଇନଥାଏ । ଏହା ଆପଣଙ୍କ ଘରେ ପ୍ରସ୍ତୁତ କରାଯାଇଥିବା ଖାଦ୍ୟ ପରି ସ୍ୱଚ୍ଛତାର ଗ୍ୟାରେଣ୍ଟି ଦିଏ ନାହିଁ । ଏହାସହିତ ବାହାର ଖାଦ୍ୟ ଖାଇବା ଦ୍ୱାରା ଆପଣ ଫୁଡ ପଏଜନିଙ୍ଗର ଶିକାର ହୋଇପାରନ୍ତି ।

ଅଧିକ ମାତ୍ରାରେ ଚିନି ଏବଂ ଲୁଣ

ଯେଉଁ ବି ଖାଦ୍ୟ ଆପଣ ବାହାରେ ଖାଉଛନ୍ତି ସେଥିରେ ଅଧିକ ମାତ୍ରାରେ ଚିନି ଏବଂ ଲୁଣ ରହିଥାଏ । ଯାହାକି ଆପଣଙ୍କ ଶରୀରକୁ ବହୁତ ଖରାପ ଭାବେ ପ୍ରଭାବିତ କରିଥାଏ ।
ଚଟଣି, ସୁଗାର କୋଟିଂ, ସାଲାଡ଼ ଟୋପିଙ୍ଗ ଇତ୍ୟାଦି ପ୍ରସ୍ତୁତ କରିବା ସମୟରେ ସୋଡିୟମ ଓ ଚିନିକୁ ଅଧିକ ମାତ୍ରାରେ ବ୍ୟବହାର କରାଯାଇଥାଏ । ଏପରିସ୍ଥଳେ ଆପଣ ଆବଶ୍ୟକତା ଠାରୁ ଅଧିକ ମାତ୍ରାରେ ଚିନି ଏବଂ ଲୁଣର ସେବନ କରିଥାନ୍ତି ।

ଫ୍ୟାଟ ଏବଂ କ୍ୟାଲୋରୀ

ବାହାରର ଖାଦ୍ୟ ପ୍ରସ୍ତୁତ କରିବା ପାଇଁ ଯେଉଁ ତେଲ ବ୍ୟବହାର କରାଯାଇଥାଏ ସେଥିରେ ଫ୍ୟାଟ ଏବଂ କ୍ୟାଲୋରୀ ଅଧିକ ମାତ୍ରାରେ ଭରପୁର ହୋଇ ରହିଥାଏ । ଯାହାଦ୍ୱାରା ଆପଣଙ୍କୁ ଜଣାପଡ଼ିନଥାଏ ଯେ ଆପଣ କେତେ ମାତ୍ରାରେ ଫ୍ୟାଟ ଏବଂ କ୍ୟାଲୋରୀର ସେବନ କରୁଛନ୍ତି ।

ସର୍ଭିଙ୍ଗ ପ୍ଲେଟ

ଆପଣ ଏହା ନିଶ୍ଚିତ ଭାବେ କହିପାରିବେ ନାହିଁ ଯେ ଆପଣ ଖାଇବା ପାଇଁ ଯେଉଁ ପ୍ଲେଟର ବ୍ୟବହାର କରୁଛନ୍ତି ତାହା ସମ୍ପୂର୍ଣ୍ଣ ଭାବେ ସଫା ଏବଂ ଖାଇବା ପାଇଁ ଉପଯୋଗୀ ଅଟେ । ସାଧାରଣତଃ ରେସ୍ତୋରାଁ ଗୁଡିକରେ ଖାଇବା ପ୍ଲେଟ ଗୁଡିକ ଭଲଭାବେ ସଫା କରାଯାଇନଥାଏ ଓ ସେଥିପାଇଁ ଏଥିରେ ଅନେକ ବ୍ୟାକ୍ଟେରିଆ ଓ ଜୀବାଣୁ ରହିଥାନ୍ତି । ସେହି ପ୍ଲେଟରେ ଖାଇବା ଦ୍ୱାରା ଆପଣ ବେମାର ପଡ଼ିବାର ସମ୍ଭାବନା ରହିଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.