ଅଫଲାଇନ୍‍ ପେମେଣ୍ଟ ଆରମ୍ଭ କରିବାର ସୁଯୋଗ ଦେବ UPI, ଆରବିଆଇ ଆଣୁଛି ବଡ଼ ପରିବର୍ତ୍ତନ

ଛୋଟ ମୂଲ୍ୟର ପେମେଣ୍ଟ ସହଜ କରିବା ସହ ଆଗକୁ ଆହୁରି ଏଥିରେ ୟୁଜରଫ୍ରେଣ୍ଡଲି କରାଯିବ ବୋଲି କହିଛି ଆରବିଆଇ। ସବୁଠୁ ବଡ଼ କଥା ହେଉଛି ଏଥିରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସକୁ ବ୍ୟବହାର କରାଯିବ।

କେନ୍ୟୁଜ୍(ବ୍ୟୁରୋ): UPIରେ ଏକ ବଡ଼ ପରିବର୍ତ୍ତନ ଆଣିବାକୁ ଯାଉଛି ଆରବିଆଇ। ଅଫଲାଇନ୍‍ ପେମେଣ୍ଟ ଆରମ୍ଭ କରିବାର ସୁଯୋଗ ମିଳିବ । ଯେଉଁଥିରେ ୫୦୦ ଟଙ୍କା ଯାଏଁ ପ୍ରଥମେ ଟ୍ରାନ୍ସଫର ହୋଇପାରିବ । ଛୋଟ ମୂଲ୍ୟର ପେମେଣ୍ଟ ସହଜ କରିବା ସହ ଆଗକୁ ଆହୁରି ଏଥିରେ ୟୁଜରଫ୍ରେଣ୍ଡଲି କରାଯିବ ବୋଲି କହିଛି ଆରବିଆଇ। ସବୁଠୁ ବଡ଼ କଥା ହେଉଛି ଏଥିରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସକୁ ବ୍ୟବହାର କରାଯିବ।

ଗ୍ରାହକଙ୍କୁ  ଡିଜିଟାଲ ପେମେଣ୍ଟରେ ଆହୁରି ପ୍ରୋତ୍ସାହନ ଦେଇ ୟୁପିଆଇ ପେମେଣ୍ଟକୁ AI ସହ ଯୋଡ଼ିବାରେ ଭାରତ ବିଶ୍ବରେ ଅନ୍ୟତମ ଦେଶ ଭାବରେ ଉଦାହର ସାଜିବାକୁ ଯାଉଛି। ଆରବିଆଇର ଘୋଷଣା ଅନୁଯାୟୀ ଏହି ସୁବିଧା ଉଭୟ ସ୍ମାର୍ଟଫୋନ୍ ‍ ଏବଂ ଫିଚର ଫୋନ୍ ‍ ଆଧାରିତ ୟୁପିଆଇ ଚ୍ୟାନେଲ ଗୁଡ଼ିକରେ ଉପଲବ୍ଧ ହେବ, ଯାହା ଦେଶରେ ଡିଜିଟାଲ୍ କ୍ଷେତ୍ରକୁ ‍ଆହୁରି ବ୍ୟାପକ କରିବ । ଏହାସହ ଅଧିକ ପରିମାଣର ଭାରତୀୟ ଭାଷାରେ ଉପଲବ୍ଧ ହେବାକୁ ଯାଉଛି ଆରବିଆଇ ୟୁପିଆଇ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.