ଇତିହାସରେ ପ୍ରଥମ ଥର ପାଇଁ ଟିମ୍‌ ଇଣ୍ଡିଆ ଜର୍ସିରେ ରହିବ ପାକିସ୍ତାନର ନାଁ, ଜାଣନ୍ତୁ କାହିଁକି

ଭାରତୀୟ ଟିମ ଏସିଆ କପରେ ପ୍ରଥମ ମ୍ୟାଚ୍‌ ପାକିସ୍ତାନ ସହିତ ଖେଳିବ । ଏହି ମ୍ୟାଚରେ ଭାରତୀୟ ଟିମ୍‌ ପିନ୍ଧିଥିବା ଜର୍ସିରେ ପାକିସ୍ତାନର ନାଁ ଦେଖିବାକୁ ମିଳିବ । ପାକିସ୍ତାନ ଏସିଆ କପର ଆୟୋଜନ କରୁଥିବାରୁ ଜର୍ସିରେ ପାକିସ୍ତାନର ନାଁ ରହିବ ।

ଆଗାମୀ ଏସିଆ କପ୍‌ ୨୦୨୩ରେ ପାକିସ୍ତାନ ଏବଂ ଶ୍ରୀଲଙ୍କା ସ୍ପନସରସିପରେ ଖେଳାଯିବ । ଏସିଆ କପରେ ପ୍ରଥମ ଥର ପାଇଁ ଭାରତୀୟ ଟିମ୍‌ ଜର୍ସିରେ ପାକିସ୍ତାନ ନାମ ଲେଖାଯିବ । ୩୦ ଅଗଷ୍ଟରୁ ଆରମ୍ଭ ହେଉଥିବା ଏସିଆ କପରେ କିଛି ମ୍ୟାଚ ପାକିସ୍ତାନ ଏବଂ କିଛି ଶ୍ରୀଲଙ୍କାରେ ଖେଳାଯିବ ।

ପାକିସ୍ତାନ ଏସିଆ କପର ମୁଖ୍ୟ ହୋଷ୍ଟ ହୋଇଥିବା ବେଳେ ଭାରତୀୟ ଟିମ ଟୁର୍ଣ୍ଣାମେଣ୍ଟର ସବୁ ମ୍ୟାଚ ଶ୍ରୀଲଙ୍କାରେ ଖେଳିବ । ଆଉ ପାକସ୍ତାନ ଏସିଆ କପର ଆୟୋଜନ କରୁଥିବାରୁ ଇଣ୍ଡିଆ ଜର୍ସିରେ ପାକିସ୍ତାନର ନାଁ ରହିବ । ଟିମ ଇଣ୍ଡିଆ ଜର୍ସିରେ ପାକିସ୍ତାନ ନାଁ ଏସିଆ କପ୍‌ ଲୋଗୋ ତଳେ ରହିବ । ତେବେ ଏଯାଏଁ ଏହାକୁ ନେଇ କିଛି ଅଫିସିଆଲ ସୂଚନା ମିଳିନାହିଁ । ଏସିଆ କପରେ ଭାରତ ପ୍ରଥମ ମ୍ୟାଚ୍‌ ସେପ୍ଟେମ୍ବର ୨ରେ ପାକିସ୍ତାନ ବିପକ୍ଷରେ ଖେଳିବ ।

ଭାରତ ଏବଂ ପାକିସ୍ତାନ ମଧ୍ୟରେ ମ୍ୟାଚ ଶ୍ରୀଲଙ୍କାର କ୍ୟାଣ୍ଡିରେ ଖେଳାଯିବ । ଏହି ମ୍ୟାଚକୁ ନେଇ ଷ୍ଟାଡିୟମ ଭରପୂର ରହିବ ବୋଲି ଆଶା କରାଯାଛି । ଭାରତ ଏବଂ ପାକିସ୍ତାନ ଗ୍ରୁପ ମ୍ୟାଚ୍‌ ବ୍ୟତୀତ ସୁପର-୪ରେ ମଧ୍ୟ ମ୍ୟାଚ ହେବ । ଯଦି ଦୁଇଟି ଯାକ ଟିମ୍‌ ସୁପର-୪ରେ କ୍ୱାଲିଫାଏ କରେ, ତେବେ ଦୁହିଁଙ୍କ ମଧ୍ୟରେ ଆଉ ଗୋଟେ ମ୍ୟାଚ ହେବ ।

ସୂଚନାଯୋଗ୍ୟ, ୩୦ ଅଗଷ୍ଟରୁ ଆରମ୍ଭ ହେବାକୁ ଥିବା ଏସିଆ କପର ପ୍ରଥମ ମ୍ୟାଚ୍‌ ପାକିସ୍ତାନ ଏବଂ ନେପାଳ ମଧ୍ୟରେ ପାକିସ୍ତାନରେ ଖେଳାଯିବ । ଏହାପରେ ଦ୍ୱିତୀୟ ମ୍ୟାଚ ବାଲାଂଦେଶ ଏବଂ ଶ୍ରୀଲଙ୍କା ମଧ୍ୟରେ ହେବ । ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ ଶ୍ରୀଲଙ୍କାରେ ଖେଳାଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.