ଗର୍ଭବତୀ ମହିଳାଙ୍କୁ ଡେଙ୍ଗୁ ବିପଦ ଅଧିକ ରହିଥାଏ , ଜାଣନ୍ତୁ ଏଥିରୁ କିପରି ବଞ୍ଚିବେ

ଡେଙ୍ଗୁ ସାରା ଦେଶରେ ବ୍ୟାପୁଛି ଏବଂ ପ୍ରାୟ ସମସ୍ତ ଲୋକ ଏହି ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଡେଙ୍ଗୁ ହେବାର ବିପଦ ସମସ୍ତଙ୍କୁ ଥାଏ ହେଲେ ଗର୍ଭବତୀ ମହିଳାଙ୍କୁ ଡେଙ୍ଗୁ ହେବାର ବିପଦ ଅଧିକ ରହିଥାଏ । ସେଥିପାଇଁ ଜାଣନ୍ତୁ ଏଥିରୁ କିପରି ବଞ୍ଚିବେ ଓ ସୁରକ୍ଷିତ ରହିବେ ।

ବର୍ତ୍ତମାନ ଡେଙ୍ଗୁ ଜନିତ ସମସ୍ୟାର ସମ୍ମୁଖୀନ ସାରା ଦେଶ ହେଉଛି । ପ୍ରାୟତଃ ଦିଲ୍ଲୀର ଏନସିଆରରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ଅଧିକ ଦେଖିବା ପାଇଁ ମିଳିଛି । ସୂଚନା ଅନୁସାରେ, ଗତ ୧୦ ବର୍ଷରେ ଯେତିକି ଡେଙ୍ଗୁ ଜନିତ ସମସ୍ୟା ହୋଇନଥିଲା । ଏହି ବର୍ଷ ଅଗଷ୍ଟ ୫ ସୁଧା ଡେଙ୍ଗୁର ଅତ୍ୟଧିକ ମାମଲା ସାମ୍ନାକୁ ଆସିଛି । ଡେଙ୍ଗୁରେ ସାଧାରଣ ଲୋକଙ୍କ ଅପେକ୍ଷା ଗର୍ଭବତୀ ମହିଳାଙ୍କୁ ଅଧିକ ବିପଦ ହୋଇଥାଏ । ଏହା ସହ ଜନ୍ମ ହୋଇନଥିବା ଶିଶୁ ପାଇଁ ମଧ୍ୟ ଅତ୍ୟଧିକ ବିପଦ ହୋଇଥାଏ । ଯେପରି ଶିଶୁଟି ସମୟ ପୂର୍ବରୁ ଜନ୍ମ ନେବା କିମ୍ବା ଜନ୍ମ ପୂର୍ବରୁ ଶିଶୁର ମୃତ୍ୟୁ ହେବା ପରି ସମସ୍ୟା ହୋଇପାରେ । ସେଥିପାଇଁ ମଶା ଜନିତ ରୋଗରୁ ବଞ୍ଚିବା ପାଇଁ ଅଧିକ ସାବଧାନରେ ରହିବା ଉଚିତ୍‌ ।

ଗର୍ଭବତୀ ମହିଳମାନଙ୍କୁ ଡେଙ୍ଗୁର ବିପଦ ଅଧିକ ହୋଇଥାଏ :
ଗର୍ଭାବସ୍ଥାରେ ମହିଳାମାନଙ୍କ ଶରୀରରେ ରୋଗପ୍ରତିରୋଧକ ଶକ୍ତି ପରିବର୍ତ୍ତନ ହୋଇଥାଏ । ଯାହା ଦ୍ୱାରା ଡେଙ୍ଗୁ ଭଳି ରୋଗରୁ ସେମାନଙ୍କୁ ଅଧିକ ବିପଦ ରହିଥାଏ । ଏହା ବ୍ୟତୀତ ଗର୍ଭବତୀ ମହିଳାମାନଙ୍କ ହରମୋନାଲ ପରିବର୍ତ୍ତନ ସଂକ୍ରମିତ ହେଲେ ଡେଙ୍ଗୁ ଅଧିକ ଗମ୍ଭୀର ଭାବେ ପ୍ରଭାବ ପକାଇଥାଏ । ଗର୍ଭାବସ୍ଥା ସମୟରେ ଡେଙ୍ଗୁ ସଂକ୍ରମଣ ହେଲେ ମା ଓ ଛୁଆ ପାଇଁ ଅସୁବିଧା ହୋଇପାରେ । ସମୟ ପୂର୍ବରୁ ଶିଶୁର ଜନ୍ମ, ଓଜନ କମ୍‌ ହେବା ଓ ଜନ୍ମ ପୂର୍ବରୁ ଶିଶୁର ମୃତ୍ୟୁ ହେବା ଏହିପରି ଅନେକ ସମସ୍ୟା ଉପୁଜିଥାଏ ।

ଡେଙ୍ଗୁର ଲକ୍ଷଣ :
ଡେଙ୍ଗୁ ଯୁକ୍ତ ସମସ୍ୟା ହୋଇଥିଲେ ଅଧିକ ଜ୍ୱର, ମୁଣ୍ଡବିନ୍ଧା, ଆଣ୍ଠୁ ଓ ମାଂସପେଶୀରେ କଷ୍ଟ ହେବା ପରି ଲକ୍ଷଣ ସାମ୍ନାକୁ ଆସିଥାଏ । ଏପରି ଲକ୍ଷଣ ଦେଖାଗଲେ ଜାଣନ୍ତୁ ଆପଣ ଡେଙ୍ଗୁରେ ଆକ୍ରାନ୍ତ ହୋଇଛନ୍ତି । ତେବେ ତୁରନ୍ତ ଏହାର ଚିକିତ୍ସା କରନ୍ତୁ ।

ଡେଙ୍ଗୁରୁ କିପରି ବଞ୍ଚିବେ :
. ଡେଙ୍ଗୁରୁ ବଞ୍ଚିବା ପାଇଁ ଶୋଇବା ସମୟରେ ମଶାରିରେ ଶୋଇବେ ।
. ଘରର ଆଖପାଖରେ ପାଣି ଜମା ହେବାକୁ ଦେବେନାହିଁ ।
. ସମ୍ପୂର୍ଣ୍ଣ ଶରୀର ଘୋଡାଇ ହେଉଥିବା ଭଳି ବସ୍ତ୍ର ପିନ୍ଧିବେ ।
. ଘରଦ୍ୱାର ସଫା ରଖିବା ।
. ପାଣି ଜମା ହେଉଥିବା ସ୍ଥାନକୁ ଖାଲି କରିବେ ।

ଏସବୁ କରିବା ଦ୍ୱାରା ମଶାର ପ୍ରଜନନ ହେବା ପାଇଁ ଅଧିକ ସମ୍ଭାବନା ରହିବ ନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.