ରାସ୍ତାରେ ବିରାଟକାୟ ସାପକୁ ଟାଣି ନେଉଥିଲେ ଯୁବକ, ହଠାତ କୁକୁର ଆସି କଲା ଏପରି…

ଜଣେ ବ୍ୟକ୍ତି ଅଜଗରର ଲାଞ୍ଜକୁ ଧରି ରାସ୍ତାରେ ଟାଣି ଟାଣି ନେଉଥିଲେ । ଏହି ସମୟରେ ହଠାତ ସେଠାରେ ଏକ କୁକୁର ଆସି ପହଞ୍ଚିଥିଲା । ସେହି କୁକୁରଟି ନିଜ ଦାନ୍ତରେ ସାପର ମୁହଁକୁ ଟାଣିବା ଆରମ୍ଭ କରିଥିଲା । ଏହି ସମୟରେ ଅନ୍ୟ ଜଣେ ବ୍ୟକ୍ତି କୁକୁର ମୁହଁରୁ ସାପକୁ ଛଡ଼ାଇବା ପାଇଁ ବାରମ୍ବାର ପିଟିଥିଲେ କିନ୍ତୁ ସେ ହାର ମାନିଥିଲେ ।

ସାପକୁ ଦେଖିଲେ ଲୋକମାନେ ଭୟଭୀତ ହୁଅନ୍ତି । ଅନେକ ଲୋକ ସାପ ସହିତ ଷ୍ଟଣ୍ଟ କରିବାର ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଥାଏ । ଏଭଳି ଷ୍ଟଣ୍ଟ କରୁଥିବା ସମୟରେ ଅନେକ ଥର ଅବହେଳା ହୋଇ ଅନେକ ଦୁର୍ଘଟଣା ମଧ୍ୟ ଘଟିଥାଏ । ସୋସିଆଲ ମିଡିଆରେ ଆପଣ ସାପ ଏବଂ ଅନେକ ଜୀବଙ୍କ ଲଢ଼େଇର ଭିଡିଓ ମଧ୍ୟ ଦେଖିଥିବେ । ବିଶେଷ କରି କୁକୁର ସହ ସାପ ଲଢ଼େଇର ଭିଡିଓ ଭାଇରାଲ ହୋଇଥାଏ । କିନ୍ତୁ ଆଜି ଆମେ ଆପଣଙ୍କୁ କିଛି ଏପରି ଦୃଶ୍ୟ ଦେଖାଇବୁ ଯାହା ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହେବେ । ଏଦୃଶ୍ୟ କୁକୁର ଓ ସାପ ଲଢ଼େଇର ଦୃଶ୍ୟ ନୁହେଁ ବରଂ ଏହା ଏକ ଭିନ୍ନ ଭିଡିଓ । ତେବେ ଲଗାତାର ଭାବେ ସାପମାନଙ୍କର କୌଣସି ନା କୌଣସି ଭାଇରାଲ ଭିଡିଓ ଆପଣମାନେ ଦେଖୁଥିବେ । ଏହି ସାପମାନଙ୍କ ଭିଡିଓ ଦେଖିବାକୁ ଯେତିକି ମଜା ଲାଗେ ସେତିକି ଭୟ ବି ଲାଗେ । ତେବେ ଆସନ୍ତୁ ଜାଣିବା ଆଜିର ଏହି ଭିଡିଓରେ କଣ ଖାସ ରହିଛି ।

ଜଣେ ଯୁବକ ଅଜଗର ସାପକୁ ପଛ ପଟରୁ ଟାଣି ନେଉଥିବାବେଳେ ଗୋଟିଏ କୁକୁର ଆସି ସାପ ମୁହଁକୁ ଟାଣୁ ଥିବାର ଦେଖାଯାଇଛି । ଏହି ବିପଜ୍ଜନକ ଭିଡିଓ ଦେଖିବା ପରେ, ୟୁଜରମାନେ ଲଗାତାର ଭାବରେ କମେଣ୍ଟ ଦେଉଛନ୍ତି । ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ଭିଡିଓରେ ବ୍ୟକ୍ତିଜଣକ ଅଜଗରର ଲାଞ୍ଜକୁ ଧରି ରାସ୍ତାରେ ଟାଣି ଟାଣି ନେଉଥିଲେ । ଏହି ସମୟରେ ହଠାତ ସେଠାରେ ଏକ କୁକୁର ଆସି ପହଞ୍ଚିଥିଲା । ସେହି କୁକୁରଟି ନିଜ ଦାନ୍ତରେ ସାପର ମୁହଁକୁ ଟାଣିବା ଆରମ୍ଭ କରିଥିଲା । ଏହି ସମୟରେ ଅନ୍ୟ ଜଣେ ବ୍ୟକ୍ତି କୁକୁର ମୁହଁରୁ ସାପକୁ ଛଡ଼ାଇବା ପାଇଁ ବାରମ୍ବାର ପିଟିଥିଲେ କିନ୍ତୁ ସେ ହାର ମାନିଥିଲେ ।

ଏହି ସମୟରେ, ଯେଉଁ ବ୍ୟକ୍ତି ଜଣଙ୍କ ସାପକୁ ପଛରୁ ଧରିଥିଲେ ସେ ମଧ୍ୟ କୁକୁରକୁ ଘଉଡ଼ାଇବାକୁ ଚେଷ୍ଟା କରିଥିଲେ, କିନ୍ତୁ ସେ ମଧ୍ୟ ବିଫଳ ହୋଇଥିଲେ । ପରେ ଅନ୍ୟ ଜଣେ ବ୍ୟକ୍ତି ପଛରୁ ଆସି କୁକୁରକୁ ବାଡିରେ ଆକ୍ରମଣ କରିଥିବାର ଦେଖାଯାଇଛି, ଯାହା ପରେ କୁକୁରଟି ସାପକୁ ଛାଡି ପଳାଇଥିଲା । ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ୟୁଜରମାନେ ଲଗାତାର ଭାବରେ କମେଣ୍ଟ ଦେଉଛନ୍ତି । ଏହାପୂର୍ବରୁ ସାପ ଏବଂ କୁକୁର ମଧ୍ୟରେ ହେଉଥିବା ଲଢ଼େଇର ଅନେକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ନିକଟରେ ଏକ ଭିଡିଓ ଭାଇରାଲ ହୋଇଥିଲା ଯେଉଁଥିରେ ତିନୋଟି କୁକୁର ଏକାଠି ହୋଇ ଏକ ବିଷାକ୍ତ ସାପକୁ ମାରି ଦେଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.