DRDOରେ ସିଧା ହେଉଛି ଭର୍ତ୍ତି, ବିଳମ୍ବ ନ କରି ତୁରନ୍ତ କରନ୍ତୁ ଆବେଦନ

ରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ (DRDO)ରେ ସରକାରୀ ଚାକିରି ପାଇବା ପାଇଁ ଆପଣଙ୍କ ପାଇଁ ଏକ ବହୁତ ଭଲ ମଉକା। DRDOରେ ଅନେକ ପଦ ପାଇଁ ନିଯୁକ୍ତି ଜାରି ହୋଇଛି। ଯେଉଁ ଆଶାୟୀ ପ୍ରାର୍ଥୀ ଏହି ପଦ ପାଇଁ ଆବେଦନ କରିବାକୁ ଚାହୁଁଛନ୍ତି ସେମାନେ ସର୍ବପ୍ରଥମେ ଅଫିସିୟାଲ ୱେବସାଇଟ କିମ୍ବା ଦିଆଯାଇଥିବା ନୋଟିଫିକେସନକୁ ଡାଉନଲୋଡ କରି ପଢ଼ନ୍ତୁ। ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଏହି ଭର୍ତ୍ତି ଗ୍ରାଜୁଏଟ ଅପରେଣ୍ଟିସ ଏବଂ ଟେକନିସିଆନ ଅପରେଣ୍ଟିସ ପଦରେ ହେବାକୁ ଯାଉଛି। ଆସନ୍ତୁ ଜାଣନ୍ତୁ ଏହି ପଦ ପାଇଁ କେମିତି କରିବେ ଆବେଦନ।

ପଦର ବିବରଣୀ

ପଦର ନାମ : ଗ୍ରାଜୁଏଟ ଏବଂ ଟେକନିସିୟାନ (ଡିପ୍ଲୋମା) ଅପରେଣ୍ଟିସ

ପଦ ସଂଖ୍ୟା : ୧୫ଟି ପଦ

ଗୁରୁତ୍ୱପୂର୍ଣ୍ଣ ତାରିଖ :

ଆବେଦନ ପତ୍ର ଜମା କରିବାର ଶେଷ ତାରିଖ : ୧୪ ଅକ୍ଟୋବର, ୨୦୨୦

ସାକ୍ଷାତକାରର ଅନ୍ତିମ ତାରିଖ : ୧୩ ନଭେମ୍ବର, ୨୦୨୦

ଶିକ୍ଷାଗତ ଯୋଗ୍ୟତା :

ଗ୍ରାଜୁଏଟ ଅପରେଣ୍ଟିସ ପାଇଁ – ମେକାନିକାଲ ଇଞ୍ଜିନିୟରିଂରେ ବିଇ କିମ୍ବା ବିଟେକ/ଫୁଡ୍‌ ସାଇନ୍ସରେ ବିଏସସି/ ଫୁଡ ଟେକ କିମ୍ବା ଫୁଡ ପ୍ରୋସେସିଙ୍ଗରେ ବିଟେକ।

ଟେକନିସିୟାନ ଅପରେଣ୍ଟିସ – ଇଲେକଟ୍ରିକାଲ ଇଞ୍ଜିନିୟରିଂ/ମେକାନିକାଲ ଇଞ୍ଜିନିୟରିଂ/ହୋଟେଲ ମ୍ୟାନେଜମେଣ୍ଟ/କ୍ୟାଟରିଙ୍ଗ ଟେକ୍ନୋଲୋଜି/ରିଫ୍ରିଜରେସନ/ପ୍ଲାଷ୍ଟିକ ଟେକନୋଲୋଜି/ଫୁଡ ଆଣ୍ଡ ନ୍ୟୁଟ୍ରିସନ/ଇନଷ୍ଟମେଣ୍ଟେସନ/ବେକିଙ୍ଗ ଟେକ୍ନୋଲୋଜି/ଫୁଡ ପ୍ରୋସେସିଙ୍ଗରେ ଡିପ୍ଲୋମା।

ବୟସ ସୀମା : ଏହି ପଦ ପାଇଁ ଆବଦେନ କରିବାକୁ ହେଲେ ଆବେଦନକାରୀଙ୍କ ବୟସ ସୀମା ରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ (DRDO) ନିୟମାନୁସାରେ ନିର୍ଦ୍ଧାରିତ ହେବ।

ଏମିତି କରନ୍ତୁ ଆବେଦନ :

ଅନଲାଇନ୍‌ ମାଧ୍ୟମରେ ଆବେଦନ କରିପାରିବେ। ସର୍ବପ୍ରଥମେ ଆଶାୟୀ ପ୍ରାର୍ଥୀ ରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନର ଅଫିସିଆଲ ୱେବସାଇଟ https://www.drdo.gov.in/careers କୁ ଯାଇ ନୋଟିଫିକେସନ ଡାଉନଲୋଡ କରି ପଢ଼ନ୍ତୁ। ଏହାପରେ ଦିଆଯାଇଥିବା ଆବେଦନ ପତ୍ରକୁ ଡାଉନଲୋଡ କରି ତାହାକୁ ସଠିକ ଭାବରେ ଭରନ୍ତୁ। ଅଧିକ ବିବରଣୀ ପାଇଁ ସାଇଟରେ ଦିଆଯାଇଥିବା ନୋଟିଫିକେସନକୁ ପଢ଼ନ୍ତୁ।

ଚୟନ ପ୍ରକ୍ରୀୟା : ସାକ୍ଷାତକାର ମାଧ୍ୟମରେ ହେବ ଆବେଦନକାରୀଙ୍କ ଚୟନ

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.