ଗ୍ରାହକଙ୍କୁ ମାଗଣାରେ ୧ ଜିବି ମାଗଣା ଡାଟା ସୁବିଧା ଦେଉଛି Vi, ଜାଣନ୍ତୁ କେମିତି କରିବେ ଚେକ୍

ଦେଶର ଅନ୍ୟତମ ନାମୀ ଟେଲିକମ କମ୍ପାନୀ ଭୋଡ଼ାଫୋନ-ଆଇଡ଼ିଆ ନିଜ ଗ୍ରାହକ ମାନଙ୍କ ପାଇଁ ଏକ ଧମାକାଦାର ପ୍ଲାନ ଲଂଚ କରିଛି । ୟୁଜର୍ସ ମାନଙ୍କୁ ୧ ଜିବି ମାଗଣା ଡାଟା ଦେଉଛି କମ୍ପାନୀ । ଏହି ଡାଟା ପ୍ଲାନର ଆଉ ଏକ ବିଶେଷତା ହେଉଛି ଏହାର ଅବଧି ଗୋଟିଏ ସପ୍ତାହ ପାଇଁ ଥିବା ବେଳେ ସପ୍ତାହର ଯେକୌଣସି ଦିନରେ ଏହାକୁ ବ୍ୟବହାର କରାଯାଇପାରିବ । ଯଦି ୟୁଜର୍ସ ମାନେ ସପ୍ତାହ ଭିତରେ ଏହାର ବ୍ୟବହାର ନକରନ୍ତି ତେବେ ଏହାର ଭ୍ୟାଲିଡିଟି ସମ୍ପୂର୍ଣ୍ଣ ରୂପେ ଏକ୍ସପାୟାର ହୋଇଯିବ । କମ୍ପାନୀ ପ୍ରତି ଗ୍ରାହକ ମାନଙ୍କୁ ଅଧିକ ରୁ ଅଧିକ ଆକର୍ଷିତ କରିବା ପାଇଁ ଏହି ପ୍ଲାନ ଲଞ୍ଚ କରାଯାଇଥିବା ଜଣାଯାଇଛି । କିନ୍ତୁ କିଛି ହାତଗଣତି ଗ୍ରାହକ ମାନଙ୍କ ପାଇଁ ହିଁ ଏହି ପ୍ଲାନ ଲଞ୍ଚ କରାଯାଇଥିବା ଜଣାଯାଇଛି । ଆଉ ଯେଉଁ ଯେଉଁ ଗ୍ରାହକ ମାନଙ୍କ ପାଇଁ ଏହି ସୁବିଧା ଜାରି ହୋଇଛି ସେମାନଙ୍କୁ ଏସଏମଏସ ଜରିଆରେ ସୂଚନା ଦିଆଯାଇଛି ।

ଯଦି ଆପଣ ବି ଜାଣିବାକୁ ଚାହୁଁଛନ୍ତିଯେ ଆପଣ କମ୍ପାନୀର ଏହି ଲିସ୍ଟରେ ସାମିଲ ଅଛନ୍ତି ନା ନାହିଁ, ତାହେଲେ ନିଜ ଫୋନରେ ପ୍ରଥମେ Vi ଆପ ଡାଉନଲୋଡ଼ କରନ୍ତୁ । ଏହାକୁ ଲଗ ଇନ କରିବା ପରେ ଆପଣ ନିଜ Active packs ଡ଼ିଟେଲ୍ସ ବାବଦରେ ଜାଣିପାରିବେ । ନିଜ ଡାଟା ପ୍ୟାକ ବାବଦରେ ମଧ୍ୟ ଆପଣ ଏହା ସାହାଯ୍ୟରେ ସୂଚନା ପାଇପାରିବେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.