ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ଯର ୫ଟି ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ପାଣିପାଗ ବିଭାଗ ପକ୍ଷରୁ ସୂଚନା

ଭୁବନେଶ୍ବର: ରାଜ୍ୟରେ ଚାଲିଛି ଖରା ବର୍ଷାର ଖେଳ। ଏହାରି ଭିତରେ କେତେବେଳେ ପ୍ରବଳ ଖରା ସାଙ୍ଗରୁ ଗୁଳୁକୁଳି ହେଉଛି ତ କେତେବେଳେ ହଠାତ୍ ବର୍ଷା କାଚି ଦେଉଛି। ଏସବୁ ଭିତରେ ପୁଣି ରାଜ୍ଯରେ ଦେଖା ଦେଇଛି ବର୍ଷା ସମ୍ଭାବନା ।

ମିଳିଥିବା ସୂଚନା ମୁତାବକ, ଆସନ୍ତା ୨୪ ଘଣ୍ଟା ମଧ୍ୟରେ ୫ଟି ଜିଲ୍ଲାରେ ପ୍ରବଳ ବର୍ଷା ହେବ । ଏନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏହି ଜିଲ୍ଲା ଗୁଡିକ ହେଲା ମାଲକାନଗିରି, କୋରାପୁଟ, ରାୟଗଡା, ଗଜପତି ଓ ନବରଙ୍ଗପୁର । ଏହାସହ ରାଜ୍ୟର ୧୦ରୁ ଅଧିକ ଜିଲ୍ଲାରେ ଅଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.