ଆଜିଠାରୁ ଭିସ୍ତାର ଏବଂ ଗୋ-ଏୟାର ର ମନସୁନ୍ ଅଫର, ଶସ୍ତାରେ କରିପାରିବେ ବିମାନ ଯାତ୍ରା

ଦେଶର ଦୁଇଟି ପ୍ରମୁଖ ବିମାନ କମ୍ପାନି ଆଜିଠାରୁ ମନସୁନ ସେଲ ଆରମ୍ଭ କରିଛନ୍ତି। ଯେଉଁଠାରେ ଭିସ୍ତାରର ସେଲ ୪୮ ଘଣ୍ଟା ହେବ, ସେହିଠାରେ ଗୋ-ଏୟାର ଛଅ ଦିନ ପର୍ଯ୍ୟନ୍ତ ନିଜର ସେଲ ଜାରି ରଖିବ। ଗୋ-ଏୟାର ର ସେଲ ଆଜିଠାରୁ ଆରମ୍ଭ ହୋଇ ୨୩ ଜୁନ ପର୍ଯ୍ୟନ୍ତ ଜାରି ରହିବ। ଯାତ୍ରୀମାନେ ବୁକ୍ ହୋଇଥିବା ଟିକେଟରେ ଜୁଲାଇ ମାସରୁ ଆରମ୍ଭ କରି ୩୦ ସେପ୍ଟେମ୍ବର ପର୍ଯ୍ୟନ୍ତ ଯାତ୍ରା କରିପାରିବେ। ଏଥିପାଇଁ ଟିକେଟର ମୂଲ୍ୟ ୧୭୬୯ ଟଙ୍କାରୁ ଆରମ୍ଭ ହେବ। ୱେବସାଇଡ୍ କିମ୍ବା ଆପ ଜରିଆରେ ଟିକେଟ ବୁକ୍ କରୁଥିବା ଲୋକମାନଙ୍କୁ ପ୍ରୋମୋକୋଡ ସହିତ ୧୦ ପ୍ରତିଶତ ଅତିରିକ୍ତ ରିହାତି ମିଳିବ। ଦିଲ୍ଲୀ ଠାରୁ ଲକ୍ଷ୍ନୋ, ରାଞ୍ଚି, ପାଟନା, କୋଲକାତା, ବାଙ୍ଗାଲୁର, ଗୁହାଟି, ଗୋଆ ଏବଂ ବାଗଡୋଗରା ପାଇଁ ଟିକେଟ୍ ବୁକିଂ କରିପାରିବେ।

GoAirସେହିଭଳି ଭିସ୍ତାରର ମୂଲ୍ୟ ୧୨୯୯ ଟଙ୍କାରୁ ଆରମ୍ଭ ହୋଇଛି। ଏହାର କେବଳ ୪୮ ଘଣ୍ଟା ପାଇଁ ସେଲ୍ ହେବ। ଯାହା ୧୮ ଜୁନ ରାତି ୧୨.୦୧ ରୁ ଆରମ୍ଭ ହୋଇ ୧୯ ଜୁନ ରାତି ୨୩. ୫୯ ରେ ଶେଷ ହେବ। ଯାତ୍ରୀମାନେ ୩ ଜୁଲାଇରୁ ଆରମ୍ଭ କରି ୨୬ ସେପ୍ଟେମ୍ବର ପର୍ଯ୍ୟନ୍ତ ଯାତ୍ରା କରିପାରିବେ। ଆଜିଠାରୁ ଭିସ୍ତାର ୬୨ ଟି ନୂଆ ବିମାନ ଉଡାଣ କରିବ। ବର୍ତ୍ତମାନ ସମୁଦାୟ ୧୦ଟି ସହରକୁ ମୁମ୍ବାଇରୁ ଯୋଡା ଯିବ, ଯେଉଁଥିରେ ଅହମ୍ମଦାବାଦ, ଚଣ୍ଡିଗଡ, ଚେନ୍ନାଇ ଏବଂ ବାରଣାସୀ ସାମିଲ ରହିବ। ଏହା ପୂର୍ବରୁ ଭିସ୍ତାର ବିମାନ ଅମୃତସର, ବାଙ୍ଗାଲର, ଦିଲ୍ଲୀ, ଗୋଆ, ହାଇଦ୍ରାବାଦ ଏବଂ କୋଲକାତା ଯାଉଥିଲା। ଏହା ବ୍ୟତୀତ ଦିଲ୍ଲୀ ଠାରୁ ମଧ୍ୟ ଏହି ନୂଆ ସହର ଗୁଡିକୁ ସାମିଲ କରାଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.