Below header

୩୨ ମେଗାପିକ୍ସେଲର ପପ୍ ଅପ୍ ସେଲଫି କ୍ୟାମେରା ଫୋନ VIVO V15 Pro ହେଲା ଲଞ୍ଚ, ଜାଣନ୍ତୁ ସଂପୂର୍ଣ୍ଣ ଫିଚର ଏବଂ ମୂଲ୍ୟ

ନୂଆଦିଲ୍ଲୀ : ଚାଇନା ସ୍ମାର୍ଟଫୋନ କମ୍ପାନିର ମିଡ ରେଞ୍ଜ ସ୍ମାର୍ଟଫୋନ VIVO V15 Pro ଆଜି ଭାରତରେ ଲଞ୍ଚ କରିଛି। ଯଦି ଆପଣଙ୍କୁ ଭିଭୋ ନେକ୍ସ ବିଷୟରେ ମନେ ଅଛି ତେବେ ଏହା ତାହାର ଶସ୍ତା ବ୍ୟାରିଏଣ୍ଟ ଅଟେ। ଏଥିରେ ଖାସ ରହିଛି ଫୁଲ ବ୍ଳୁ ଡିସପ୍ଳେ ଏବଂ ପପ୍ ଅପ୍ ସେଲଫି କ୍ୟାମେରା। ଭିଭୋର ଏହି ଦମଦାର ସ୍ମାର୍ଟଫୋନର ପ୍ରୋସେସର ସ୍ନାପଡ୍ରାଗନ୍ ୬୭୫ ରହିଛି। ଏଥିରେ ଆକ୍ରର୍ଷଣର କେନ୍ଦ୍ର ପାଲଟିଛି ଏଥିରେ ଥିବା ୩୨ ମେଗାପିକ୍ସେଲର ପପ୍ ଅପ୍ ସେଲଫି କ୍ୟାମେରା । ତେବେ ଆସନ୍ତୁ ଜାଣିବା କଣ ରହିଛି ଭାରତରେ ଏହାର ମୂଲ୍ୟ।

vivo

VIVO V15 Pro ସ୍ମାର୍ଟଫୋନରେ ଅଲ୍ଟ୍ରା ଫୁଲ ବ୍ଳୁର ୬.୩ଇଞ୍ଚ ଡିସପ୍ଲେ ରହିଛି। ଏହାର ରିଜୋଲ୍ୟୁସନ୍ ୨୩୪୦ଙ୍ଘ୧୦୮୦ ରହିଛି। ଏହାଛଡ଼ା ଏଥିରେ କ୍ବାଲକମ୍ ସ୍ନାପଡ଼୍ରାଗନ ୬୭୫ ଏଆଇଇ ଚିପସେଟ ରହିଛି। VIVO V15 Proକୁ ୬/୧୨୮,୨୫୬ ଜିବି ଷ୍ଟୋରେଜ ସହ ଲଞ୍ଚ କରାଯାଇଛି।

ନିଶ୍ଚିତ ପଢ଼ନ୍ତୁ:  ଭାଲେଣ୍ଟାଇନ୍ସ ଡେ’ ରେ ଦମଦାର ଅଫର୍, Vivo ସ୍ମାର୍ଟଫୋନରେ ମିଳୁଛି ୫ହଜାର ଟଙ୍କା ପର୍ଯ୍ୟନ୍ତ ଜବରଦସ୍ତ ରିହାତି

ସ୍ମାର୍ଟଫୋନର କ୍ୟାମେରା ତ୍ରିପଲ ରିୟର ତଥା ୧୨-୮-୫ ମେଗାପିକ୍ସେଲର ରହିଛି। ସ୍ମାର୍ଟଫୋନର ବ୍ୟାଟେରୀ ୩,୭୦୦ଏମଏଏଚ୍ ରହିଛି। ଏଥିସହ ୩୨ମେଗାପିକ୍ସେଲର ପପ୍ ଅପ୍ ଫ୍ରଣ୍ଟ କ୍ୟାମେରା ଦିଆଯାଇଛି। ତେବେ ଏଥିରେ ଦୁଇ ପ୍ରକାରର କଲର ବ୍ୟାରିଏଣ୍ଟ ରହିଛି। ସ୍ମାର୍ଟଫୋନର ମୂଲ୍ୟ ୨୮,୯୯୦ ଟଙ୍କା ରହିଛି। କମ୍ପାନି ତରଫରୁ ଦିଆଯାଇଥିବା ଅଣ୍ଡର ଡିସପ୍ଳେ ଫିଙ୍ଗରପ୍ରିଂଣ୍ଟ ସେନ୍ସର ରହିଛି। ଯାହା ଅନ୍ୟ ମୋବାଇଲ ତୁଳନାରେ ଫାଷ୍ଟ ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.