Below header

ଭୋଡାଫୋନ-ଆଇଡିଆ ଗ୍ରାହକଙ୍କ ପାଇଁ ଖୁସି ଖବର, ଏବେ କେବଳ ଭଏସ ଦେଇ କରିପାରିବେ ମୋବାଇଲ ରିଚାର୍ଜ

ଭୋଡାଫୋନ-ଆଇଡିଆ ନିଜର ଗ୍ରାହକଙ୍କ ପାଇଁ ଏକ ବଢିଆ ସର୍ଭିସ ନେଇ ଆସିଛି। ଭୋଡାଫୋନ ଏବଂ ଆଇଡିଆ ଗ୍ରାହକ ଏବେ କେବଳ କଥା କହି ରିଚାର୍ଜ କରିପାରିବେ। କମ୍ପାନୀ ନିଜର ଆଉଟଲେଟ୍ସରେ ଗ୍ରାହକଙ୍କ ପାଇଁ କଣ୍ଟାକଟଲେସ ରିଚାର୍ଜ ସୁବିଧା ଆରମ୍ଭ କରିଛି।

କମ୍ପାନୀ ଏହି ସର୍ଭିସ କରିବାର ବଡ କାରଣ ହେଉଛି ସୋସିଆଲ ଡିସଟାନ୍ସ ବା ସାମାଜିକ ଦୂରତାକୁ ପାଳନ କରିପାରିବେ। କମ୍ପାନୀର ଦାବି କରିଛି ଏହି ଭୋଡାଫୋନ ଆଇଡିଆ ସ୍ମାର୍ଟ କଣ୍ଟାକଟ ରିଟେଲର ଆପ ୧୦ ଫୁଟ ଦୂରରେ ଆବାଜ ଦିଆଯିବା କମାଣ୍ଡକୁ ବୁଝିପାରିବ। ସୂଚନା ଅନୁଯାୟୀ ଏହି ଭଏସ ରିଚାର୍ଜ ଫିଚର ହିନ୍ଦୀ ଏବଂ ଇଂରାଜୀ ଉଭୟ ଭାଷାର ସପୋର୍ଟ କରିବ। କିନ୍ତୁ ବହୁତ ଜଲ୍ଦି ଏହା ଅନ୍ୟ ଭାଷା ପାଇଁ ମଧ୍ୟ ଉପଲବ୍ଧ କରାଯିବ।

vodafoneଏହା ଏମିତି କରିବ କାମ

– ଭୋଡାଫୋନ ଆଇଡିଆ ନିଜର ରିଟେଲର ଷ୍ଟୋରରେ କଣ୍ଟାକଟଲେସ ରିଚାର୍ଜ ପଏଣ୍ଟ ଲଗାଇବେ।

– ଏହାପରେ ଯଦି କେହି ଗ୍ରାହକ ରିଚାର୍ଜ କରିବା ପାଇଁ ଆସିବେ ତାହେଲେ ଷ୍ଟୋରର କର୍ମଚାରୀ ଗ୍ରାହକଙ୍କ ଆଡକୁ ଏକ ଫୋନ ବଢାଇବେ। ଏହି ଫୋନକୁ ସେ ହାତକୁ ଦେବେନାହିଁ କାହିଁକିନା ପୂର୍ବରୁ ହିଁ ସେହି ଫୋନରେ ଏକ ଆପ ଓପନ ହେଇକି ରହିଥିବ।

– ଏହାପରେ ଗ୍ରାହକଙ୍କୁ ନିଜ ମୋବାଇଲ ନମ୍ବର କହିବାକୁ ପଡିବ। ଯାହା ପରେ ଆପ ଗୁଗଲ ଭଏସ ଆସିଷ୍ଟାଣ୍ଟ ସାହାଯ୍ୟରେ ନମ୍ବରକୁ ଟାଇପ କରିବ। ଯାହାପରେ ଆପଣଙ୍କ ରିଚାର୍ଜ ହୋଇଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.