Below header

ଆଜି ସରୁଛି ତୃତୀୟ ପର୍ଯ୍ୟାୟ ଲକ୍‌ଡାଉନ୍‌, ନୂଆ ରୂପରେଖରେ ଆସୁଛି ୪.୦

ଆଜି ସରୁଛି ତୃତୀୟ ପର୍ଯ୍ୟାୟ ଲକ୍‌ଡାଉନ୍‌ । ଆସନ୍ତା କାଲିଠୁ ଲକ୍‌ଡାଉନ୍‌ ୪.୦ ନେଇ ନୂଆ ନିର୍ଦ୍ଦେଶନାମା ଜାରି କରିବେ କେନ୍ଦ୍ର ସରକାର । ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଏଥର ନୂଆ ରୂପ, ନୂଆ ରଙ୍ଗରେ ଆସିବ ଚତୁର୍ଥ ପର୍ଯ୍ୟାୟ ଲାଲାବନ୍ଦ ।ଏଥର ଜୋନ୍‌ ଅନୁସାରେ ନିଷ୍ପତ୍ତି ନେବାକୁ ରାଜ୍ୟକୁ ମିଳିପାରେ ଅଧିକ କ୍ଷମତା । କେନ୍ଦ୍ର ତରଫରୁ ବିଜ୍ଞପ୍ତି ପ୍ରକାଶ ପରେ ରାଜ୍ୟ ସରକାର ଜାରି କରିବେ ନୂଆ ଗାଇଡଲାଇନ୍‌ । ଗତ ୩ ତାରିଖରେ ରାଜ୍ୟ ସରକାର ତୃତୀୟ ପର୍ଯ୍ୟାୟ ଲକଡାଉନ୍‌ର ଗାଇଡଲାଇନ୍‌ ଜାରି କରିଥିଲେ । ଯେଉଁଥିରେ କରୋନା କେସ୍‌ ଶୂନ

ଥିବ କିମ୍ବା ଗତ ୨୧ ଦିନ ଭିତରେ କୌଣସି ନୂଆ ମାମଲା ଆସିନଥିବ ସେହି ଜିଲ୍ଲାକୁ ଗ୍ରୀନ୍‌ ଜୋନ୍‌ ଭାବେ ଘୋଷଣା କରାଯିବାକୁ ନିଷ୍ପତ୍ତି ନିଆଯାଇଥିଲା । ସେହିପରି ଯେଉଁଠାରେ ସଂକ୍ରମିତଙ୍କ ସଂଖ୍ୟା ଅଧିକ କିମ୍ବା ଦ୍ୱିଗୁଣିତ ହାରରେ ଥିବ ସେହି ଜିଲ୍ଲା ରେଡ୍‌ ଜୋନ୍‌ରେ ରଖା ଯାଇଥିଲା । ଯେଉଁ ଜିଲ୍ଲା ଗୁଡ଼ିକ ରେଡ୍‌ କିମ୍ବା ଗ୍ରୀନ୍‌ ଜୋନ୍‌ରେ ଯାଉ ନଥିବ ସେହି ଜିଲ୍ଲାଗୁଡ଼ିକ ଅରେଞ୍ଜ ଜୋନ୍‌ ଅନ୍ତର୍ଭୁକ୍ତ କରାଯାଇଥିଲା । ଏବେ କେନ୍ଦ୍ର ଲକ୍‌ଡାଉନ୍‌ ଫୋର୍‌ ଗାଇଡଲାଇନ୍‌ ଜାରି କଲେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶନାମାକୁ ଅପେକ୍ଷା ରହିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.