Below header

ସାବଧାନ! ଏସି ଆପଣଙ୍କ ଶରୀରକୁ କରୁଛି ରୋଗଗ୍ରସ୍ତ, ପୂର୍ବରୁ ହୋଇଯାଆନ୍ତୁ ସଚେତନ

ଆଜିକାଲି ପ୍ରାୟ ଅଧିକାଂଶ ଲୋକ ଏସିରେ ରହିବାକୁ ପସନ୍ଦ କରୁଛନ୍ତି । ବିଶେଷ କରି କର୍ମଜୀବୀମାନେ ଦିନକୁ ୮ରୁ୧୦ ଘଣ୍ଟା ଯାଏ ଏସିରେ ହିଁ ରହିଥା’ନ୍ତି । ଆଉ କିଛି ଲୋକ ଅଛନ୍ତି, ଯେଉଁମାନେ ବାହାରର ତାପମାତ୍ରା ସହିପାରନ୍ତି ନାହିଁ, ତେଣୁ ଏସିରେ ରହିବାକୁ ଭଲ ପାଆନ୍ତି । ଏମାନଙ୍କ ବ୍ୟତୀତ କିଛି ଲୋକ ଏପରି ଅଛନ୍ତି, ଯେଉଁମାନେ ଗରମ ଅଧିକ ହେଉ ବା କମ୍‌, ସବୁବେଳେ ଏସିରେ ହିଁ ରହିବାକୁ ଚାହାଁନ୍ତି । ଏପରି ଲୋକଙ୍କ ପାଇଁ ବିନା ଏସିରେ କେଇ ମିନିଟ୍ ରହିବା ବି କଷ୍ଟକର । ହେଲେ ସବୁବେଳେ ଏସିରେ ରହିବାର ଅଭ୍ୟାସ ସ୍ୱାସ୍ଥ୍ୟ ପକ୍ଷେ କ୍ଷତିକାରକ । ସ୍ୱାସ୍ଥ୍ୟ ବିଜ୍ଞାନ ଅନୁସାରେ ଯେତେ ସମ୍ଭବ ଏସି କମ୍ ବ୍ୟବହାର କରିବା ଶରୀର ପାଇଁ ଭଲ । ନିୟମିତ ଏସିରେ ରହିଲେ ଶରୀରକୁ କେଉଁସବୁ ସମସ୍ୟା ଭୋଗିବାକୁ ପଡ଼ିଥାଏ ।

22

ସବୁବେଳେ ଏସିରେ ରହିବା ଦ୍ୱାରା ଏସିର ପବନ ତ୍ୱଚାକୁ ଶୁଖିଲା କରିଦିଏ । ଏହି ପବନ ଶରୀରରୁ ମଏଶ୍ଚର ଶୋଷି ନିଏ । ଫଳରେ ତ୍ୱଚା କୁଂଚନ ପଡ଼ିଯିବା, କୁଣ୍ଡାଇ ହେବା ଓ ଚମଡ଼ା ଛାଡ଼ିବା ଭଳି ଶରୀରରେ ଅନେକ ଚର୍ମଜନିତ ସମସ୍ୟା ଦେଖାଦିଏ ।

ଶରୀରକୁ ପ୍ରାକୃତିକ ସତେଜ ପବନ ମିଳେ ନାହିଁ । ଫଳରେ ଶରୀରର ରୋଗ ପ୍ରତିରୋଧଙ୍କ ଶକ୍ତି ହ୍ରାସ ପାଇଥାଏ ।

ac1

ଲଗାତାର ଏସିରେ ବସିବା ଦ୍ୱାରା ଶରୀରର ରକ୍ତ ସଂଚାଳନ ପ୍ରଭାବିତ ହୁଏ । ଏହା ମାଂସପେଶୀକୁ ଟାଣିବା ସହ ଅତ୍ୟଧିକ ଥଣ୍ଡା ଯୋଗୁ ହାଡ଼ ମଧ୍ୟ ଦୁର୍ବଳ ହୋଇଯାଏ ।

ଅଧିକ ସମୟ ଏସିରେ ରହିବା ଦ୍ୱାରା ଭାଇରାଲ୍ ଇନ୍ଫେକ୍ସନ୍‌, ଥଣ୍ଡା, ମୁଣ୍ଡ ବିନ୍ଧା ଓ ସାଇନସ୍ ପରି ସମସ୍ୟା ସୃଷ୍ଟି ହୁଏ ।

33

ଦୀର୍ଘ ସମୟ ଏସିରେ ରହିବା ଦ୍ୱାରା ଶରୀରର ଜଳୀୟ ଅଂଶ କମିଯାଏ । ଫଳରେ ଡିହାଇଡ୍ରେସନ୍ ହେବା ସହ ଖୁବଶୀଘ୍ର ସଂଖ୍ୟାଧିକ ରୋଗ ଶରୀରକୁ ମାଡ଼ି ବସେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.