Below header

ମାଡ଼ି ଆସୁଛି ବାତ୍ୟା ‘ଆମ୍ଫାନ’, ଆଗାମୀ ୧୨ ଘଣ୍ଟାରେ ସିଭିୟର ସାଇକ୍ଲୋନିକ ଷ୍ଟର୍ମ ରୂପ ନେବ

ଭୁବନେଶ୍ୱର: ମାଡ଼ି ଆସୁଛି ବାତ୍ୟା ‘ଅମ୍ଫାନ’। ବର୍ତ୍ତମାନ ପାରାଦୀପର ଦକ୍ଷିଣରେ ୧୦୦୦ କିମି ଦୂରରେ କେନ୍ଦ୍ରୀଭୂତ ରହିଛି। ସେହିପରି ଦୀଘା ଠାରୁ ଦକ୍ଷିଣ-ଦକ୍ଷିଣପଶ୍ଚିମରେ ୧୧୬୦ କିମି ଦୂରରେ ରହିଛି ଅମ୍ପାନ୍‌। ୬ ଘଣ୍ଟା ପୂର୍ବରୁ ଘଣ୍ଟାକୁ ୬ କିଲୋମିଟର ବେଗରେ ଗତି କରୁଛି। ଆଗାମୀ ୧୨ ଘଣ୍ଟାରେ ସିଭିୟର ସାଇକ୍ଲୋନିକ ଷ୍ଟର୍ମ ରୂପ ନେବ। ଆସନ୍ତାକାଲି ସକାଳେ ଭେରୀ ସିଭିୟର ସାଇକ୍ଲୋନିକ ଷ୍ଟର୍ମର ରୂପ ନେବ। ଆଜି ଉତ୍ତର, ଉତ୍ତର-ପଶ୍ଚିମ ଦିଗକୁ ଗତି କରିବ ବାତ୍ୟା ‘ଅମ୍ଫାନ’।

ପରେ ଦିଗ ପରିବର୍ତ୍ତନ କରି ଉତ୍ତର-ଉତ୍ତରପୂର୍ବ ଆଡ଼କୁ ମୁହାଁଇବ। ପ୍ରଭାବରେ କାଲିଠୁ ୨୦ ଯାଏଁ ଓଡ଼ିଶାରେ ପବନ ସହ ବର୍ଷା ସମ୍ଭାବନା ରହିଛି। ଗତକାଲି ଗଭୀର ଅବପାତରୁ ବାତ୍ୟା ‘ଅମ୍ଫାନ’ରେ ପରିଣତ ହୋଇଥିବା ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.