ଏବେ ବିରାଟ ନୁହେଁ, କ୍ରିକେଟ ଖେଳିବେ ଅନୁଷ୍କା : ବିଶ୍ୱାସ ନ ହେଉଥିଲେ ଦେଖନ୍ତୁ ଭିଡିଓ

ଟିମ ଇଣ୍ଡିଆର ଅଧିନାୟକ ବିରାଟ କୋହଲି ପତ୍ନି ଅନୁଷ୍କାଙ୍କ ସହ କ୍ରିକେଟ ଖେଳିବା ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ ଚର୍ଚ୍ଚାରେ ରହିଛି । ଏହି ଭିଡିଓରେ ଦେଖାଯାଉଛି ଯେ କୋହଲି ନିଜ ମୁମ୍ବାଇ ବାସଭବନରେ କିଛି ସମୟ ଆଉଟଡୋର ଟ୍ରେନିଂ କରିବା ପରେ ଅନୁଷ୍କାଙ୍କ ସହ ହାଲକା ବ୍ୟାଟିଂ ଅଭ୍ୟାସ କରୁଛନ୍ତି । କୋହଲି ପ୍ରଥମେ ଅନୁଷ୍କାଙ୍କୁ କିଛି ସମୟ ଅଣ୍ଡରଆର୍ମ ବୋଲିଂ କରିବା ଦେଖିବାକୁ ମିଳିଛି । ଏହାପରେ ଗ୍ଲୋବ୍ସ ପିନ୍ଧି ବ୍ୟାଟିଂ ପାଇଁ ପ୍ରସ୍ତୁତ ହେଉଛନ୍ତି । ଅନୁଷ୍କା ପ୍ରଥମେ ଏକ ବାଉନ୍ସର ପକାଇଥିବା ବେଳେ କୋହଲି ତାହାକୁ ଡିଫେଣ୍ଡ କରୁଛନ୍ତି । ପରେ ଅନୁଷ୍କା ୱାଇଡ ବଲ ପକାଉଛନ୍ତି ।

ସୂଚନା ମୁତାବକ, ବିସିସିଆଇ ପକ୍ଷରୁ ଜାତୀୟ କ୍ରିକେଟ ଏକାଡେମୀ ଠାରେ ଖେଳାଳିଙ୍କ ପାଇଁ ଏକ ଆଇସୋଲେସନ କ୍ୟାମ୍ପ ଆୟୋଜନ ପାଇଁ ଯୋଜନା ଚାଲିଛି । ତେବେ ଲକଡାଉନ ଯୋଗୁଁ ମୁମ୍ବାଇରେ ରହିଥିବା ରୋହିତ ଶର୍ମା ଓ କୋହଲିଙ୍କ ପରି ଖେଳାଳି ଏଥିରେ ଯୋଗ ଦେଇପାରିବେ ନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.