Below header

Vodafone ଆଣିଲା ନୂଆ ପ୍ରିପେଡ଼ ପ୍ଲାନ, ଏଣିକି ଗ୍ରାହକଙ୍କୁ ୧୮୦ ଦିନ ପର୍ଯ୍ୟନ୍ତ ପ୍ରତିଦିନ ମିଳିବ ୧.୫GB ଡାଟା

ଭୋଡ଼ାଫୋନ କମ୍ପାନୀ ଏବେ ୧୮୦ ଦିନ ବୈଧତା ବିଶିଷ୍ଟ ଏକ ନୂଆ ପ୍ରିପେଡ଼ ପ୍ଲାନ ଲଞ୍ଚ କରିଛି । ଯେଉଁଥିରେ ଗ୍ରାହକଙ୍କୁ ପ୍ରତିଦିନ ୧.୫ ଜିବି ଡାଟା ମିଳିପାରିବ । କମ୍ପାନୀ ଏହି ପ୍ଲାନର ଦର ୯୯୭ ଟଙ୍କା ରହିବା ସହ ସବୁ ନେଟୱର୍କକୁ ଅନଲିମିଟେଡ଼ କଲିଙ୍ଗର ସୁବିଧା ମିଳିପାରିବ । ବର୍ତ୍ତମାନ ସମୟରେ ଭୋଡ଼ା ଫୋନର ଏହି ପ୍ଲାନ ମାତ୍ର କେତେକ ସ୍ଥାନରେ ହିଁ ଉପଲବ୍ଧ ଅଛି । ଏହି ପ୍ଲାନରେ ପ୍ରତିଦିନ ୧୦୦ ଏସଏମଏସର ସୁବିଧା ମଧ୍ୟ ମିଳିପାରିବ । କିନ୍ତୁ ଲମ୍ବା ସମୟ ପାଇଁ ଭୋଡ଼ାଫୋନର ଏହି ପ୍ଲାନ ଅଧିକ ଲାଭଦାୟୀ ।

ଭୋଡାଫୋନର ୯୯ ଟଙ୍କିଆ ପ୍ଲାନ:

କମ୍ପାନୀ ଉପୋଭୋକ୍ତା ମାନଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ହିଁ ଏହି ପ୍ଲାନର ଆରମ୍ଭ କରିଛି । ୟୁଜର୍ସ ମାନଙ୍କୁ ଏହି ରିଚାର୍ଜ ପ୍ଲାନରେ ୧ ଜିବି ଡାଟା ଓ ୧୦୦ ଏସଏମଏସର ସୁବିଧା ମିଳିପାରିବ । ଏହାବାଦ ୟୁଜର୍ସ ମାନଙ୍କୁ ଏଥିରେ ଜି୫ ସବସ୍କ୍ରିପସନର ସୁବିଧା ମିଳିପାରିବ । ଯାହାର ଦର ୯୯୯ ଟଙ୍କା ରହିବ । କମ୍ପାନୀ ଦ୍ୱାରା ଜାରି ହୋଇଥିବା ଏହି ପ୍ଲାନର ବୈଧତା ୧୮ ଦିନ ରହିବ ।

vodafone

ଭୋଡ଼ାଫୋନର ୫୫୫ ଟଙ୍କିଆ ପ୍ଲାନ:

କମ୍ପାନୀ ଦ୍ୱାରା ଜାରି ହୋଇଥିବା ଏହି ପ୍ଲାନରେ ୟୁଜର୍ସଙ୍କୁ ପ୍ରତିଦିନ ୧.୫ ଜିବି ଡାଟା ସହ ୧୦୦ ଏସଏମଏସର ସୁବିଧା ମିଳିବ । ସାଥିରେ ଯେକୌଣସି ନେଟୱର୍କକୁ ଅନଲିମିଟେଡ଼ କଳିଙ୍ଗ ମଧ୍ୟ କରିପାରିବେ । ଏହା ସହ ଜି ୫ ସହ ଭୋଡ଼ାଫୋନ ପ୍ଲେ ସବସ୍କ୍ରିପସନର ସୁବିଧା ମଧ୍ୟ ମିଳିବ । ଏହି ପ୍ଲାନର ଅବଧି ୭୦ ଦିନ ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.