ହ୍ୟୁଣ୍ଡାଇ କ୍ରେଟା ମାରୁତି ସିଆଜ ହୋଣ୍ଡା ସିଟିକୁ କଡା ଟକ୍କର ଦେବାକୁ ଆସୁଛି Volkswagen Virtus, ରହିଛି ଦମଦାର ଫିଚର୍ସ

୨୦୨୨ରେ ଭାରତୀୟ ବଜାରରେ ଡେବ୍ୟୁ କରିବାକୁ ଯାଉଛି ଭକ୍ସଓ୍ଵାଗନର ଜବରଦସ୍ତ କାର ଭର୍ଚସ। କମ୍ପାନୀର ଏହି ମିଡିଲ ସାଇଜ ସେଡାନ କାରରେ ବଢ଼ିଆ ଫିଚର୍ସ ଏବଂ ଫୁଲି କମ୍ଫଟେବଲ ଦେବାକୁ ମାର୍କେଟକୁ ଏଣ୍ଟ୍ରି କରିବାକୁ ଯାଉଛି ଭୋକ୍ସଓ୍ଵାନର ଭର୍ଚସ। । ଜବରଦସ୍ତ ଫିଚର୍ସ ଏବଂ ବଢ଼ିଆ କମ୍ଫଟେବୁଲ ଫିଲ୍‌ କରାଇବା ପାଇଁ ଲଞ୍ଚ ହେବାକୁ ଯାଉଛି ଭକ୍ସଓ୍ଵାଗନ ଭର୍ଚସ। କମ୍ପାନୀ ଏହାର ନାମ ରଖିଛି ଭର୍ଚସ। କମ୍ପାନୀର କାର ଲାଇନ୍‌-ଅପରେ ଲମ୍ବା ସମୟ ଧରି ରହିଥିବା ଭୋକ୍ସଓ୍ଵାଗନ ଭେଣ୍ଟୋକୁ ଏହି କାର ବର୍ତ୍ତମାନ ରିପ୍ଲେସ କରିବାକୁ ଯାଉଛି। କମ୍ପାନୀର ପୋର୍ଟଫୋଲିୟୋରେ ଭେଣ୍ଟୋ ୧୨ ବର୍ଷ ଧରି ସାମିଲ ରହିଛି। ତେବେ କୁହାଯାଉଛି ଯେ ଭାରତୀୟ ବଜାରରେ ଭୋକ୍ସଓ୍ଵାଗନର ଏହି ମିଡ୍‌-ସାଇଜ ସେଡାନ୍‌ କାର ଆସନ୍ତା ମେ ୨୦୨୨ର ଦ୍ୱିତୀୟ ସପ୍ତାହରେ ଲଞ୍ଚ୍‌ ହେବ। ବହୁତ ଦିନ ଧରି ଫୋକ୍ସଓ୍ଵାଗନ ତରଫରୁ ନୂଆ ସେଡାନ କାରକୁ ଗ୍ରାହକ ଅପେକ୍ଷା କରିରହିଥିଲେ, ଏବେ ସେହି ଅପେକ୍ଷାର ଅନ୍ତ ବହୁତ ଜଲଦି ହେବାକୁ ଯାଉଛି।

ତେବେ ଲଞ୍ଚ୍‌ ହେବା ପୂର୍ବରୁ ଏବେ କମ୍ପାନୀର ଏହିି ମିଡ୍‌-ସାଇଜ୍‌ ସେଡାନକୁ କ୍ୟାମେରାର କଏଦ କରାଯାଇଛି। ଯାହାକୁ ଦେଖି ଆପଣ ଅନ୍ଦାଜା ଲଗାଇପାରିବେ ଯେ ଏହି ଜବରଦସ୍ତ କାର କେତେ କ୍ଲାସି ଆଉ ଷ୍ଟାଇଲିସ୍‌ ଲୁକ୍‌ ଦେଉଛି। ଭିଡିଓରେ ଆପଣ ଏହାର ସ୍ପେସିଫିକେସନକୁ ଭଲଭାବେ ଜାଣିପାରିବେ। ଏହା ଠିକ୍‌ ସେମିତି ଯେମିତି ସ୍କୋଡାର ସ୍ଲାଭିୟା ବଜାରରେ ରାପିଡର ସ୍ଥାନ ନେଇଥିଲା। ଭୋକ୍ସଓ୍ଵାଗନ ଭର୍ଚସକୁ ସ୍କୋଡା ସ୍ଲାଭିୟା ପ୍ଲାଟଫର୍ମରେ ତିଆରି କରାଯାଇଛି ଏବଂ ଏହାର ଅଣ୍ଡରପିନିଙ୍ଗସ ବି ସ୍ଲାଭିୟା ଠାରୁ ନିଆଯାଇଛିତେବେ ଅନୁମାନ କରାଯାଉଛି ଯେ ସାଇଜରେ ଏହି ନୂଆ କାର ଭକ୍ସଓ୍ଵାଗନ ଭେଣ୍ଟୋ ଠାରୁ ବଡ ହେବ। ଦୁଇଟି କାରର ଡିଜାଇନ୍‌ ଏବଂ ଷ୍ଟାଇଲ ଅଲଗା ଅଲଗା ହୋଇଥିଲେ ମଧ୍ୟ ଏହାର କେବିନ ସ୍ପେସ୍‌ ପ୍ରାୟ ସମାନ ରହିଛି।

carଭୋକ୍ସଓ୍ଵାଗନ ଭର୍ଚସରେ ୧୦ ଇଞ୍ଚର ଟଚସ୍କ୍ରିନ ଇନଫୋଟେନମେଣ୍ଟ ସିଷ୍ଟମ ସହିତ େଓ୍ଵୟାରଲେସ ଆପଲ୍‌ ଆରପ୍ଲେ ଏବଂ ଆଣ୍ଡ୍ରଏଡ୍‌ ଅଟୋ ଦିଆଯିବ। ଏହାବ୍ୟତୀତ ନୂଆ କମ୍ପାକ୍ଟ ସଡାନରେ କନେକଟେଡ୍‌ କାର ଟେକନିକ, ଟାଇଗୁୁନ୍‌ ଠାରୁ ସମ୍ପୂର୍ଣ୍ଣ ଡିଜିଟାଲ ଡ୍ରାଇଭର୍ସ ଡିସପ୍ଲେ, ଭେଣ୍ଟିଲେଟେଡ୍‌ ସିଟ୍ସ, ରେନ୍‌ ସେନସିଙ୍ଗ ଓ୍ଵାଇପର୍ସ ଏବଂ ସନରୁଫ୍‌ ଭଳି ଫିଚର୍ସ ରହିଥିବା ସମ୍ଭାବନା କରାଯାଉଛି। ଏହି କାରରେ ୬ ଏୟାରବ୍ୟାଗ୍ସ, ଇଲେକଟ୍ରୋନିକ ଷ୍ଟାବିଲିଟୀ କଣ୍ଟ୍ରୋଲ ଏବଂ ରିୟର ପାର୍କିଙ୍ଗ୍‌ କ୍ୟାମେରା ଭଳି ସେଫ୍ଟି ଫିଚର୍ସ ମଧ୍ୟ ମିଳିପାରେ।

ନୂଆ ଭର୍ଚସରେ ଭକ୍ସଓ୍ଵାଗନ ସ୍ଲାଭିୟା, ଟାଇଗୁନ ଏବଂ କୁଶକ ଭଳି ୧.୦ ଲିଟର ଏବଂ ୧.୫ ଲିଟର ଟର୍ବୋ ପେଟ୍ରୋଲ ଇଞ୍ଜିନ ଦିଆଯିବ। ମିନିମମ୍‌ ଇଞ୍ଜିନ ୧୧୫ ପିଏସ ପାଓ୍ଵାର ଏବଂ ମ୍ୟାକ୍ସିମମ୍‌ ଇଞ୍ଜିନ ୧୫୦ ପିଏସ ପାଓ୍ଵାର ସହ ୧୭୮ ଏନଏମ୍‌ ଟର୍କ ଜେନେରେଟ୍‌ କରିଥାଏ। କମ୍ପାନୀ ଏହାର ଇଞ୍ଜିନରେ ୬-ସ୍ପିଡ ମାନୁଆଲ, ୬-ସ୍ପିଡ ଅଟୋମେଟିକ ଏବଂ ୭ ସ୍ପିଡ ଡିଏସଜି ଟ୍ରାନ୍ସମିସନ ବିକଳ୍ପ ଦେବ। ଭେଣ୍ଟୋ ଠାରୁ ସାଇଜରେ ବଡ ହୋଇଥିବା କାରଣରୁ ଭକ୍ସଓ୍ଵାଗନ ଭର୍ଚସର ଆନୁମାନିକ ଦାମ୍‌ ୧୦-୧୮ ଲକ୍ଷ ରହିବ ବୋଲି ସମ୍ଭାବନା କରାଯାଉଛି।

ଭୋକ୍ସଓ୍ଵାଗନ ଭର୍ଚସର ଏହି ଦମଦାର କାର ହ୍ୟୁଣ୍ଡାଇ କ୍ରେଟା, ହୋଣ୍ଡା ସିଟି, ସ୍କୋଡା ସ୍ଲାଭିୟା ଏବଂ ମାରୁତି ସୁୁଜୁକି ସିିଆଜକୁ କଡା ଟକ୍କର ଦେବ।

video courtesy : The Fat Biker

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.