ନିଜ ପିଲାର PPF ଆକାଉଣ୍ଟ୍ ବନ୍ଦ କରିବାକୁ ଚାହୁଁଛନ୍ତି କି? ଏହି ନିୟମଗୁଡ଼ିକୁ କରନ୍ତୁ ଫଲୋ…

ଆପଣଙ୍କ ପିଲାର ପିପିଏଫ୍ ଆକାଉଣ୍ଟ୍ (Public Provident Fund Scheme) ଅଛି କି ଏବଂ ଏବେ ଆପଣ ଏହି ଖାତାକୁ ବନ୍ଦ କରିବାକୁ ଚାହୁଁଛନ୍ତି? ତ ଆଜି ଆମେ ଆପଣଙ୍କୁ ଏହାର କିଛି ନିୟମ ବିଷୟରେ କହିବୁ। ବାସ୍ତବରେ, ପିପିଏଫ୍ ଯୋଜନାର ଖାସ୍ କଥା ହେଉଛି, ପିଲାମାନଙ୍କ ପାଇଁ ଖାତା ଖୋଲିବାର କୌଣସି ସର୍ବନିମ୍ନ ବୟସ ସୀମା ନାହିଁ। ୧୮ ବର୍ଷରୁ କମ୍ ବୟସର ପିଲାଙ୍କ ମା’, ବାପାଙ୍କ ତତ୍ତ୍ୱାବଧାନରେ ଖାତା ଖୋଲି ପାରିବ।
Public Provident Fund ଯୋଜନା ହେଉଛି ଏକ ଲୋକପ୍ରିୟ ସଞ୍ଚୟ ଯୋଜନା, ଯେଉଁ ଥିରେ ନିବେଶ କରି ଆପଣ ଜବରଦସ୍ତ ରିଟର୍ଣ୍ଣ ପ୍ରାପ୍ତ କରି ପାରିବେ। ପିପିଏଫ୍ ସ୍କିମ୍ରେ ବାକି ଯୋଜନା ତୁଳନାରେ ବହୁତ ତଗଡ଼ା ରିଟର୍ଣ୍ଣ ମିଳିଥାଏ। ଏହି ଯୋଜନାର ଖାସ୍ କଥା ହେଉଛି କି, ଯୋଜନା ଅଧୀନରେ ବୟସ୍କଙ୍କ ଠାରୁ ଆରମ୍ଭ କରି ପିଲାଙ୍କ ପର୍ଯ୍ୟନ୍ତ, ସମସ୍ତଙ୍କ ପାଇଁ Public Provident Fund ଖାତା ଖୋଲା ଯାଇପାରିବ।
ପିପିଏଫ୍ ଯୋଜନାରେ ପିଲା ମାନଙ୍କ ପାଇଁ ଖାତା ଖୋଲିବାର କୌଣସି ସର୍ବନିମ୍ନ ବୟସ ସୀମା ନାହିଁ। ୧୮ ବର୍ଷରୁ କମ୍ ବୟସର ପିଲା ମାନଙ୍କ ମା’, ବାପା ମାନେ ଏହି ଖାତା ଆରାମରେ ଖୋଲି ପାରିବେ। ଏହି ଯୋଜନାରେ ଆପଣ ୧୫ ବର୍ଷ ପାଇଁ ନିବେଶ କରି ପାରିବେ। ଏଥି ସହିତ କହି ରଖୁଛୁ ଯେ ନିବେଶ ଉପରେ ୭.୧%ର କମ୍ପାଉଣ୍ଡ୍ ସୁଧ ହାର ମିଳିଥାଏ।
ଅନେକ ବାର ଏହି ଆକାଉଣ୍ଟ ଖୋଲିବା ପରେ ମା’ ବାପା ମାନେ ତାହାକୁ ବନ୍ଦ କରି ଦେବାକୁ ଚାହାଁନ୍ତି। କହି ରଖୁଛୁ, ୧୫ ବର୍ଷ ବୟସ ପୂର୍ବରୁ ପିଲା ମାନଙ୍କ ପିପିଏଫ୍ ଆକାଉଣ୍ଟକୁ ବନ୍ଦ କରାଯାଇ ପାରିବ। କିନ୍ତୁ ଏଥିପାଇଁ କିଛି ଖାସ୍ ସର୍ତ୍ତ ଧାର୍ଯ୍ୟ କରାଯାଇଛି। ଆସନ୍ତୁ ଜାଣିବା ଏହା ବିଷୟରେ। ପିଲା ମାନଙ୍କ ଆକାଉଣ୍ଟ ଖାତା ଖୋଲିବାର ୫ ବର୍ଷ ପରେ ଏହାକୁ ବନ୍ଦ କରାଯାଇ ପାରିବ। ଏଥି ସହିତ ଧ୍ୟାନ ରଖନ୍ତୁ ଯେ ଆକାଉଣ୍ଟରୁ ଆଂଶିକ ଉଠାଣ ମଧ୍ୟ ମା’, ବାପା ମାନେ ପିଲା ମାନଙ୍କ ଆବଶ୍ୟକତା ପାଇଁ କରି ପାରିବେ। ଯଦି ଆପଣଙ୍କୁ ପିଲା ମାନଙ୍କ ପାଠପଢ଼ା କିମ୍ବା ଚିକିତ୍ସା ପାଇଁ ପଇସାର ଆବଶ୍ୟକ ଅଛି, ତା’ ହେଲେ ଆପଣ ଆକାଉଣ୍ଟରୁ ଟଙ୍କା ଉଠାଇ ଏହାକୁ ବନ୍ଦ କରି ପାରିବେ।
କିନ୍ତୁ ଧ୍ୟାନ ରଖନ୍ତୁ, ଆପଣଙ୍କୁ ପଇସାର ଆବଶ୍ୟକ କେବଳ ପିଲା ମାନଙ୍କ ପାଇଁ ହିଁ ରହିଛି, ଯାହାର ପ୍ରମାଣ ଦେବାକୁ ପଡିବ। ଏହି ଯୋଜନାରେ ନିବେଶ ଉପରେ ଆପଣଙ୍କୁ ଆୟକର ବିଭାଗର ଧାରା 80C ଅଧୀନରେ ବାର୍ଷିକ ୧.୫ ଲକ୍ଷ ଟଙ୍କା ଛାଡ ମିଳିଥାଏ। ପିପିଏଫ୍ ଆକାଉଣ୍ଟକୁ ଆପଣ ପିଲା ମାନଙ୍କ ନାମରେ କୌଣସି ଡାକଘର କିମ୍ବା ବ୍ୟାଙ୍କରେ ଖୋଲି ପାରିବେ। ଏହି ଯୋଜନା ଅଧୀନରେ ପ୍ରତ୍ୟେକ ବର୍ଷ ଆପଣ ସର୍ବନିମ୍ନ ୫୦୦ ଟଙ୍କା ଏବଂ ସର୍ବାଧିକ ୧.୫ ଲକ୍ଷ ଟଙ୍କା ବାର୍ଷିକ ନିବେଶ କରି ପାରିବେ।