ଡାକଘରେ ଆକାଉଣ୍ଟ ଖୋଲିବାକୁ ଚାହୁଁଛନ୍ତି କି? ମିଳିବ ବ୍ୟାଙ୍କଠୁ ବି ଭଲ ସୁବିଧା

କେନ୍ୟୁଜ୍‌(ବ୍ୟୁରୋ): ଆପଣ ଡାକଘରେ ଆକାଉଣ୍ଟ ଖୋଲିବାକୁ ଚାହୁଁଛନ୍ତି କି ? ଡାକଘରେ ଆପଣଙ୍କୁ ମିଳିପାରିବ ବ୍ୟାଙ୍କଠୁ ବି ଭଲ ସୁବିଧା । ଡାକଘରେ ରହିଛି ଏମିତି କିଛି ସ୍କିମ ଯାହାର ଫାଇଦା ଆପଣ ବି ଉଠାଇ ପାରିବେ ।

ଡାକଘରେ ଖୋଲାଯାଉଥିବା ସଂଚୟ ଖାତା ମଧ୍ୟରେ ପ୍ରିମିୟମ ସେଭିଙ୍ଗ ଆକାଉଣ୍ଟ ଖୋଲିବାର ସୁବିଧା ରହିଛି । ଯେଉଁଥିରେ ଆପଣଙ୍କୁ ଗୁଡ଼ିଏ ସୁବିଧା ମିଳିପାରିବ । ଏହି ଆକାଉଣ୍ଟ ଜରିଆରେ ଆପଣଙ୍କୁ୍‌ ମିଳିପାରିବ କ୍ୟାସ ବ୍ୟାକ୍‌ । ଏହାସହ ଆପଣଙ୍କ ଦୁଆର ମୁହିଁରେ ଡାକଘରର ସୁବିଧା ପାଇ ପାରିବେ । ତାହାପୁଣି ମାଗଣାରେ ମାନେ ଆପଣଙ୍କ ଘରେ ଡାକଘର ପହିଁଚି ଯିବ । ଏହି ଆକାଉଣ୍ଟରେ ଆପଣ ଋଣ ମଧ୍ୟ ନେଇ ପାରିବେ । ଜାଣନ୍ତୁ କିପରି ଖୋଲିବେ ଏହି ଆକାଉଣ୍ଟ ? ଆଉ ଏହି ଆକାଉଣ୍ଟର ଲାଭ କେଉଁମାନେ ଉଠାଇ ପାରିବେ ?

ପ୍ରିମିୟମ ସେଭିଙ୍ଗ ଆକାଉଣ୍ଟ ଖୋଲିବା ପାଇଁ ଆପଣଙ୍କ ବୟସ ୧୦ ବର୍ଷରୁ ଅଧିକ ହୋଇଥିବା ଆବଶ୍ୟକ । ଏହାସହ ଆପଣଙ୍କ କେଓ୍ଵାଇସି ଅପଡେଟ୍‌ ହୋଇଥିବା ଜରୁରି । ଯଦି ଆପଣଙ୍କ କେଓ୍ଵାଇସି ଅପଡେଟ୍‌ ହୋଇନାହିଁ ଆପଣ ଏହି ସୁବିଧାର ଲାଭ ଉଠାଇ ପାରିବେ ନାହିଁ । ଆପଣ ଆପଣଙ୍କ ନିକଟସ୍ଥ ଡାକଘରକୁ ଯାଇ ଏହି ଆକାଉଣ୍ଟ ଖୋଲି ପାରିବେ ।

ଏହି ଆକାଉଣ୍ଟ ଖୋଲିବା ବାବଦକୁ ଆପଣଙ୍କୁ ୧୪୯ ଟଙ୍କା ସହ ଜିଏସଟି ଦେବାକୁ ହେବ । ଏହାସହ ଆକାଉଣ୍ଟକୁ ପୁନଃ ଚାଲୁ କରିବା ପାଇଁ ବାର୍ଷିକ ୯୯ ଟଙ୍କାସହ ଜିଏସଟି ଜମା କରିବାକୁ ପଡ଼ିବ । ଆକାଉଣ୍ଟ ଖୋଲିବା ସମୟରେ ସର୍ବନିମ୍ମ ୨୦୦ଟଙ୍କା ଜମା କରିବେ । ଏହି ଆକାଉଣ୍ଟରେ ଆପଣଙ୍କୁ କିଛି ସର୍ବନିମ୍ନ ଜମା ରଖିବାକୁ ପଡ଼ିବ ନାହିଁ । ଏହି ଆକାଉଣ୍ଟରେ ଆପଣ ଦୈନିକ ସର୍ବାଧିକ ୨ ଲକ୍ଷଟଙ୍କା ଜମା କରିପାରିବେ ।

ଏହାର ସବୁଠି ଭଲ ସୁବିଧା ହେଲା ଏହି ଆକାଉଣ୍ଟ ଜରିଆରେ ଆପଣ ଯେତେଟଙ୍କା ଚାହିଁବେ ଉଠାଇ ପାରିବେ ଓ ଜମା କରିପାରିବେ । ଏହାସହ ବାର୍ଷିକ ୨.୫ ପ୍ରତିଶତ ହାରରେ ପ୍ରତି ୩ ମାସରେ ଥରେ ଆପଣଙ୍କୁ ସୁଧ ମିଳିବ । ଏଥିରେ ଆପଣଙ୍କୁ ଏକ ଭର୍ଚୁଆଲ ଡେବିଟ କାର୍ଡ ମିଳିବ ଯେଉଁଥିପାଇଁ ଆପଣଙ୍କୁ ମାତ୍ର ୨୫ ଟଙ୍କା ଦେବାକୁ ପଡ଼ିବ । ଏହାସହ ଟଙ୍କା ଉଠାଇବା, ଜମା କରିବା, ବିଲି ପେମେଣ୍ଟ କରିବା ବାବଦକୁ କୌଣସି ଟଙ୍କା ଦେବାକୁ ପଡ଼ିବ ନାହିଁ । ଏଥିରେ ଏମିତି ଅନେକ ସୁବିଧା ରହିଛି ଯାହା ସମ୍ପୂର୍ଣ୍ଣ ମାଗଣା ଅଟେ । ତେଣୁ ଆଉ ଡ଼େରି ନକରି ଆପଣ ଡାକଘରେ ପ୍ରିମିୟମ ସେଭିଙ୍ଗ ଆକାଉଣ୍ଟ ଖୋଲନ୍ତୁ । ଏହାସହ ଏହି ଆକାଉଣ୍ଟରେ ମିଳୁଥିବା ସୁବିଧାର ଫାଇଦା ଉଠାନ୍ତୁ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.