ଗ୍ୟାରେଣ୍ଟି ତଥା ଓ୍ଵାରେଣ୍ଟି ଜିନିଷ ବଦଳାଇବାରେ ଦୋକାନୀ ମନା କଲେ ଚିନ୍ତା କରନ୍ତୁ ନାହିଁ, ଫଟାଫଟ୍‌ କରନ୍ତୁ ଏମିତି ଅଭିଯୋଗ

ଯଦି ଆପଣ କେବେ ଗ୍ୟାରେଣ୍ଟି ତଥା ଓ୍ଵାରେଣ୍ଟି ଜିନିଷ କିଣୁଛନ୍ତି ତେବେ ଏହି କଥାକୁ ଧ୍ୟାନ ରଖନ୍ତୁ। ଏମିତି ଯଦି କିଛି ଜିନିଷ ଆଣୁଥିଲେ ତେବେ ନିଶ୍ଚିତ ଭାବେ ଏହି ଭିଡ଼ିଓକୁ ନିଶ୍ଚିତ ଭାବେ ଦେଖନ୍ତୁ। ଯଦି ସମୟ ପୂର୍ବରୁ ଆପଣଙ୍କ ଏହ ି ଜିନିଷ ଖରାପ ହୋଇଯାଉଛି ତାପରେ ବି ଦୋକାନୀ ଏହାକୁ ନେବା ପାଇଁ ମନା କରୁଛନ୍ତି , ତେବେ ଅଦୌ ଚିନ୍ତା କରନ୍ତୁ ନାହିଁ। ଏମିତିରେ ଆପଣ ଖୁବ ସହଜରେ ଅଭିଯୋଗ କରିପାରିବେ।

ଆମେ ଯେତେବେଳେ ବି ବଜାରରୁ କିଛି ଜିନିଷ କିଣୁଛେ ତେବେ ସେହି ଜିନିଷର ଗ୍ୟାରେଣ୍ଟି ତଥା ଓ୍ଵାରେଣ୍ଟି ରହିଥାଏ। ଏହାକୁ ଦେଖି ଆମେ ମଜବୁତ ଜିନିଷ କିଣିନେଉ। କିନ୍ତୁ ଅନେକ ଥର ଏମିତି ହୁଏ ଯେ ଗ୍ୟାରେଣ୍ଟି ପରେ ବି ଜିନିଷ ଖରାପ ହୋଇଯାଇଥାଏ। ଏହାପରେ ସେହି ଦୋକାନୀ ଏହି ଜିନିଷକୁ ନେବାରେ ଅନେକ ସମସ୍ୟା ଉପୁଜାଏ। ଯଦି ଆପଣଙ୍କ ସହ ବି ଏମିତି ହେଉଛି ତେବେ ଜଣେ ଉପଭୋକ୍ତା ହିସାବରେ ଆପଣ ନିଜ ଅଧିକା ଜାଣିବା ଉଚିତ।

ଜାଣି ରଖନ୍ତୁ ଯେ ଯଦି କେହି ଦୋକାନୀ ଗ୍ୟାରେଣ୍ଟି ପରେ ମଧ୍ୟ ତାର ଜିନିଷକୁ ବଦଳାଇବାରେ ମନା କରେ ତେବେ ଆପଣ ଏହାର ଅଭିଯୋଗ କରିପାରିବେ। ଆପଣ ଏଥିପାଇଁ ଉପଭୋକ୍ତା କମିସନ ରେ ସମ୍ପର୍କ କରିପାରିବେ। କଞ୍ଜ୍ୟୁମର ପ୍ରୋଟେକ୍ସନ ଆକ୍ଟ ରେ ହୋଇଥିବା ନୂଆ ସଂଶୋଧନ ଅନୁଯାୟୀ ଆପଣଙ୍କୁ ଅଧିକରୁ ୪୫ ଦିନ ଭିତରେ ଏହା ସମ୍ପର୍କରେ ନ୍ୟାୟ ପାଇଯିବେ। ଭାରତରେ ଉପଭୋକ୍ତା ଙ୍କ ହିତ କୁ ଧ୍ୟାନରେ ରଖି ଉପଭୋକ୍ତା ସଂରକ୍ଷଣ ଅଧିନିୟମ ,୧୯୮୬ ରେ ନିୟମ ବାହାର କରାଯାଇଥିଲା।

ଏବେ ଜାଣନ୍ତୁ କେମିତି କରିବେ ଆପ୍ଳାଏ:
ଯଦି ଆପଣଙ୍କ ସହ କୌଣସି ଦୋକାନୀ ଧୋକା ବା ଫ୍ରଡ କାମ କରିଛି। ନକଲି ଜିନିଷ କିମ୍ବା ଖରାପ କ୍ୱାଲିଟିର ଜିନିଷ ଦେଇଛି। ତେବେ ଆପଣ ଓକିଲଙ୍କ ମାଧ୍ୟମରେ ଏହା ସମ୍ପର୍କରେ ଅଭିଯୋଗ କରିପାରିବେ। ସବୁଠୁ ବଡ଼ କଥା ହେଉଛି ଏମିତିରେ ଆପଣଙ୍କୁ କିଛି ବି ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ ନାହିଁ। ଏଥିରେ ଆପଣ ନିଜ ଡିଟେଲ୍ସ ଯେମିତିକି ନାମ, ବିରୋଧଙ୍କ ଠିକଣା, ଅଭିଯୋଗର ପୁରା ବିବରଣୀ ଓ ଗ୍ୟାରେଣ୍ଟ ତଥା ଓ୍ଵାରେଣ୍ଟି କାର୍ଡ ସାଥିରେ ନେବାକୁ ହେବ। ଏହାସହ ଆପଣଙ୍କ ଦସ୍ତଖତ ଆବଶ୍ୟକ।

ଯଦି ଆପଣ ୫ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜିନିଷ ନେଉଛନ୍ତି ତେବେ ଏହା ସମ୍ପର୍କରେ ଅଭିଯୋଗ କରିପାରିବେ। ପରେ ଏହା ିସମ୍ପର୍କରେ ଶୁଣାଣୀ ଜିଲ୍ଲା ସ୍ତର ଫୋରମରେ ହେବ। ଆଉ ଅଭିଯୋଗ ଯଦି ୨୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରହିଛି ତେବେ ଏହାର ଶୁଣାଣି ରାଜ୍ୟସ୍ତର ରାଜ୍ୟ ଆୟୋଗ ରେ ହେବ। ଏହାପରେ ଯଦି ଆପଣଙ୍କ ଅଭିଯୋଗ ୨୦ ଲକ୍ଷ ଟଙ୍କାରୁ ଅଧିକ ଅଛି ତେବେ ଏହାର ଶୁଣାଣୀ ରାଷ୍ଟ୍ରୀୟ ଆୟୋଗରେ ହେବ। ଜିଲ୍ଲା ଫୋରମ ନିଷ୍ପତ୍ତି ବିରୁଦ୍ଧରେ ଆପଣ ରାଜ୍ୟ ଆୟୋଗ ରେ ଅପିଲ କରିପାରିବେ। ସେମିତି ରାଜ୍ୟ ଆୟୋଗ ସମ୍ପର୍କରେ ଆପଣ ରାଷ୍ଟ୍ରୀୟ ଆୟୋଗରେ ଅପିଲ କରିପାିବେ।

ତେବେ ଜିନିଷ କିଣିବା ସମୟରେ ଏହି କଥାକୁ ଧ୍ୟାନ ରଖନ୍ତୁ:
– ଜିନିଷ କିଣିବା ସମୟରେ ଆପଣ ସେସବୁର ବିଲକୁ ଭଲ ଭାବେ ଚେକ କରନ୍ତୁ।
– ଯଦି ଜିନିଷର ଗ୍ୟାରେଣ୍ଟି କିମ୍ବା ଓ୍ଵାରେଣ୍ଟି ଥାଏ ତେବେ ଏହାକୁ ଭଲ ଭାବେ ଯାଞ୍ଚ କରାନ୍ତୁ।
– ISI ଓ ଏଗମାର୍କ ଥିବା ଜିନିଷ କୁ ହିଁ କିଣନ୍ତୁ ।
– ଜିନିଷ କିଣିବା ସମୟରେ ଏହାର ମାନ୍ୟୁଫାକ୍ଚରିଂ ସହ ପ୍ୟାକିଂ ଡେଟ ଓ ଏକ୍ସପାରି ଡେଟକୁ ଯାଞ୍ଚ କରନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.