ଲଞ୍ଚ ହେଲା Nokiaର ନୂଆ ଟାବଲେଟ, ମିଳିବ ବଡ଼ ଡିସପ୍ଲେ ସହିତ ଉନ୍ନତ ମାନର ବ୍ୟାଟେରୀ ସୁବିଧା

ନୋକିଆ କମ୍ପାନୀ ପକ୍ଷରୁ ନୂଆ ଟାବଲେଟ T20 ଲଞ୍ଚ କରାଯାଇଛି ।  ଏହି ଟାବଲେଟକୁ ପ୍ରଥମେ ଚାଇନିଜ ମାର୍କେଟରେ ଲଞ୍ଚ କରାଯଇଛି ।  ଯାହାକୁ ପୂର୍ବ ବର୍ଷ ନଭେମ୍ବର ମାସରେ ଭାରତୀୟ ମାର୍କେଟରେ ଲଞ୍ଚ କରାଯାଇଥିଲା ।  Nokia T20 ଟାବଲେଟକୁ ଅକ୍ଟାକୋର Unisoc T610 ପ୍ରୋସେସର ସହ ଲଞ୍ଚ କରଯାଇଥିବା ଜଣାଯାଇଛି ।  ଏହି ଟାବଲେଟ ଆଣ୍ଡ୍ରଏଡ଼ 11 ସହିତ ଉପଲବ୍ଧ ହୋଇଥାଏ ।  ଏଥିରେ ୮
ମେଗାପିକସଲର ପ୍ରାଇମେରୀ କ୍ୟାମେରା ଦିଆଯାଇଛି ।  Nokia T20ରେ ବଡ ଆକାର ବ୍ୟାଟେରୀ ସହିତ ଫାଷ୍ଟ ଚାରଜିଙ୍ଗର ସପୋର୍ଟ ବି ମିଳିଥାଏ ।  ତେବେ ଆସନ୍ତୁ ଏହି ଟାବଲେଟର ଅନ୍ୟାନ ଫିଚର ବାବଦରେ ଜାଣିରଖିବା ।

ଏହାକୁ ୪ ଜିବି ରାମ ଓ ୬୪ ଜିବି ଷ୍ଟୋରେଜ ଭେରିୟାଣ୍ଟ ସହିତ ଭାରତୀୟ ମୁଦ୍ରା ଅନୁସାରେ ୧୫ ହଜାର ୪୦୦ ଟଙ୍କାରେ ଲଞ୍ଚ କରାଯାଇଛି ।  ଏହାର କେବଳ ମାତ୍ର ନୀଳ ରଙ୍ଗ କିମ୍ବା ବ୍ଲୁ କଲରକୁ ହିଁ ମାର୍କେଟକୁ ଅଣାଯାଇଛି । ଭାରତରେ Nokia T20 Wifi ଭେରିୟାଣ୍ଟକୁ ୩ ଜିବି ରାମ ସହ ୩୨ ଜିବି ଷ୍ଟୋରେଜ ଭେରିୟାଣ୍ଟକୁ ୧୫ ହଜାର ୪୯୯ ଟଙ୍କା ଓ ୪ ଜିବି ରାମ ଓ ୬୪ ଜିବି ଷ୍ଟୋରେଜ ଭେରିୟାଣ୍ଟକୁ ୧୬
ହଜାର ୪୯୯ ଟଙ୍କାରେ ମାର୍କେଟକୁ ଛଡ଼ାଯିବ ।

nokia tablet
image credit; Times of India

Nokia T20ରେ ୧୦.୪ ଇଞ୍ଚର 2K ଡିଷ୍ପ୍ଲେ ଦିଆଯାଇଛି ।  ଯାହାକି 2000 X 1200 ପିକ୍ସଲ ରିଜୋଲୁସନ ସହିତ ଆସିଥାଏ ।  ଟାବଲେଟରେ ୪୦୦ ନିଷ୍ଟ ବ୍ରାଇଟନେସ ବି ମିଳିଥାଏ ।  Nokia T20ରେ ଅକଟାକୋର Unisoc T610 ପ୍ରୋସେସର ଓ ୪ଜିବି ରାମ ଦିଆଯାଇଛି ।  ଏହି ଟାବଲେଟ ଆଣ୍ଡ୍ରଏଡ଼ 11 ସହିତ ଆସିଥାଏ ।  ଯାହାକୁ ମାଇକ୍ରୋ ଏସଡି କାର୍ଡ ସାହାଯ୍ୟରେ ୫୧୨
ଜିବି ଯାଏଁ ବଢା ଯାଇପାରିବ ।

Nokia T20ରେ ୮ ମେଗାପିକସଲର ରିୟର କ୍ୟାମେରା ମିଳିଥାଏ ।  ଯେବେକି ସେଲ୍ଫି ତଥା ଭିଡିଓ କଲ ପାଇଁ ୫ ମେଗାପିକ୍ସଲର ସେନ୍ସର ମିଳିଥାଏ । ଲୋ ଲାଇଟରେ ଉତ୍ତମ ମାନର ଫଟୋ ଉଠାଇବା ପାଇଁ ଏହି ଟାବଲେଟରେ ଏଲଇଡ଼ି ଫ୍ଲସ ଲାଇଟର ସପୋର୍ଟ ବି ମିଳିଥାଏ ।  ଏଥିରେ ୮ ହଜାର 200mAh ବ୍ୟାଟେରୀ ରହିଛି ।  ଯାହାକି 15W ଫାଷ୍ଟ ଚରଜିଙ୍ଗକୁ ସପୋର୍ଟ କରିଥାଏ ।  କଣେକ୍ଟିଭିଟି ପାଇଁ Nokia T20ରେ ଡୁଆଲ ବ୍ରାଣ୍ଡ Wi-Fi , ବ୍ଲୁ ଟୁଥ, ୩.୫ mm ହେଡ଼ଫୋନ ଜ୍ୟାକ, ଜିପିଏସ ଓ USB Type-C ପୋର୍ଟ ବି ମିଳିଛି । ୱାଟର ରେଜିଷ୍ଟନ୍ସ ପାଇଁ ଟାବଲେଟରେ iP52 ର ରେଟିଙ୍ଗ ବି ମିଳିଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.