ଫାସଟ୍ୟାଗ କଣ ଓ କେମିତି କରିବେ ଏହାର ବ୍ୟବହାର, ଜାଣନ୍ତୁ ଏହା ସମ୍ବନ୍ଧୀୟ କିଛି ଅତ୍ୟନ୍ତ ଜରୁରୀ ତଥ୍ୟ

ଡିସେମ୍ବର ୧ ତାରିଖ ପରେ ଯଦି ଆପଣ ଗାଡ଼ିରେ ଫାସଟ୍ୟାଗ ନ ଲଗାଇଛନ୍ତି ତ ଏହା ଆପଣଙ୍କୁ ଖୁବ ମହଙ୍ଗା ପଡିବ କାରଣ ଡିସେମ୍ବର ୧ ତାରିଖ ପରେ ନ୍ୟାସନାଲ ହାଇୱେରେ ଥିବା ଟୋଲ ପ୍ଲାଜାରେ ଟୋଲ ଟ୍ୟାକ୍ସ ଦେବାପାଇଁ ଆଉ ଗାଡି ଅଟକାଇବାକୁ ପଡିବନାହିଁ। ଟୋଲ ପ୍ଲାଜାରେ ଲାଗିଥିବା ସେନ୍ସର ଆପଣଙ୍କ ଫାସଟ୍ୟାଗରୁ ଆପେ ଆପେ ଟୋଲ ଟ୍ୟାକ୍ସ କାଟିବ ଏବଂ ଆପଣ ଯଦି ଗାଡ଼ିରେ ଫାସଟ୍ୟାଗ ଲଗାଇନାହାନ୍ତି, ତେବେ ଆପଣଙ୍କୁ ଡବଲ ଟୋଲ ଫୀ ଦେବାକୁ ପଡିବ। ଅବଶ୍ୟ ଏହି ଅବଧିକୁ ଏବେ ଆଉ ୧୫ ଦିନ ବଢ଼ାଇ ଦିଆଯାଇଛି, କିନ୍ତୁ ଆପଣ ଜାଣି ରଖିବା ଦରକାର ଯେ ଫାସଟ୍ୟାଗ କଣ ଏବଂ ଏହାର ଆବଶ୍ୟକତା କଣ।

lane carNHI ଅର୍ଥାତ ରାଷ୍ଟ୍ରୀୟ ରାଜମାର୍ଗ ପ୍ରାଧିକରଣ ୧ ଡିସେମ୍ବର ଠାରୁ ନ୍ୟାସନାଲ ହାଇଓ୍ଵ ଉପରେ ଥିବା ଟୋଲ ପ୍ଲାଜାର ସମସ୍ତ ଲେନକୁ ଫାସଟ୍ୟାଗ ସହିତ ଲେସ୍‌ କରାଇାକୁ ନିର୍ଦ୍ଦେଶ ଦେଇଛନ୍ତି। ବର୍ତ୍ତମାନ ଦେଶର ରାଷ୍ଟ୍ରୀୟ ରାଜମାର୍ଗ ଉପରେ ୫୮୭ଟି ଟୋଲ ପ୍ଲାଜା ରହିଥିବା ବେଳେ ପ୍ରାୟ ସମସ୍ତ ଟୋଲ ପ୍ଲାଜାର ଲେନକୁ ଫାସଟ୍ୟାଗ ସହିତ ଲେସ୍‌ କରାଯାଇସାରିଲାଣି। ତେଣୁ ଆପଣ ଯଦି ଫାସଟ୍ୟାଗ ସମ୍ବନ୍ଧୀୟ ତଥ୍ୟ ବିଷୟରେ ଜାଣି ନାହାନ୍ତି ବା ସବିଶେଷ ବିବରଣୀ ଚାଁହାନ୍ତି, ତେବେ ଏହି ଭିଡ଼ିଓ ଖାସ ଆପଣଙ୍କ ପାଇଁ।

ଏବେ ପ୍ରାୟ ସବୁ କାର ବ୍ୟବହାରକାରୀଙ୍କ ମନରେ ଏହି ପ୍ରଶ୍ନ, ଫାସଟ୍ୟାଗ କଣ, ଏହା କେଉଁଠି ମିଳିବ, ଏହାକୁ କେମିତି ରଚାର୍ଜ କରିହେବ ଏବଂ ଏଥିପାଇଁ କଣ କରିବା ଆବଶ୍ୟକ? କଣ ଏହି ଫାସଟ୍ୟାଗ ଯାହା ଯାହାକୁ ନେଇ ସରକାର ଗୋଟିଏ ଦେଶ, ଗୋଟିଏ ଫାସଟ୍ୟାଗର ନାରା ଶୁଣାଇଛନ୍ତି? ତେବେ ପ୍ରଥମେ ଆସନ୍ତୁ ଜାଣିବା ଫାସଟ୍ୟାଗ କଣ।

ଫାସଟ୍ୟାଗ କଣ

fastaggଫାସଟ୍ୟାଗ ହେଉଛି ଏକ ଇଲେକ୍ଟ୍ରୋନିକ ଟୋଲ କଲେକ୍ସନ ସିଷ୍ଟମ ଯେଉଁଥିରେ ରେଡିଓ ଫ୍ରିଙ୍କୁଏନ୍ସୀ ଆଇଡେଣ୍ଟିଫିକେସନ୍‌ ରହିଥାଏ। ଫାସଟ୍ୟାଗକୁ ଗାଡିର ଓ୍ଵିଣ୍ଡ ସ୍କ୍ରିନରେ ଲଗାଯାଇଥାଏ। ଯେମିତି ଆପଣଙ୍କ ଗାଡି ଟୋଲ ପ୍ଲାଜା ପାଖରେ ପହଞ୍ଚେ ସେତେବେଳେ ଟୋଲ ପ୍ଲାଜା ଉପରେ ଲାଗିଥିବା ସେନସର୍‌ ଆପଣଙ୍କ ଗାଡିର ଓ୍ଵିଣ୍ଡ ସ୍କ୍ରିନରେ ଲାଗିଥିବା ଫାଷ୍ଟଟ୍ୟାଗ ସମ୍ପର୍କରେ ଆସେ ଏବଂ ତତକ୍ଷଣାତ ଆପଣଙ୍କ ଫାସଟ୍ୟାଗ ଆକାଉଣ୍ଟରୁ ଟଙ୍କା ଆପେ ଆପେ କଟିଯାଏ। ଟଙ୍କା କଟିବା ପରେ ଆପଣଙ୍କ ମୋବାଇଲକୁ ଏକ ମେସେଜ୍‌ ଆସିଥାଏ ଯେଉଁଥିରେ କଟିଥିବା ଟଙ୍କା ସମ୍ବନ୍ଧୀୟ ସମସ୍ତ ତଥ୍ୟ ଦିଆଯାଇଥାଏ। ଫାସଟ୍ୟାଗ ଯୋଗୁଁ ଆପଣ ଟୋଲ ପ୍ଲାଜାରେ ଗାଡିକୁ ନ ରଖି ମଧ୍ୟ ଆରାମରେ ହିଁ ନିଜର ଟୋଲ ଟ୍ୟାକ୍ସ ଭରି ଚାଲିଯାଇପାରିବେ।

ଏହାସହ ପଢନ୍ତୁ : ବ୍ୟାଙ୍କ ଆକାଉଣ୍ଟରେ ନିଜ ଟଙ୍କା ସୁରକ୍ଷିତ ରଖିବାକୁ ଚାହୁଁଛନ୍ତି ତ କାଲି ସୁଦ୍ଧା କରନ୍ତୁ ଏହି ସବୁ କାମ, ନଚେତ…

କେଉଁଠୁ କିଣିବେ ଫାସଟ୍ୟାଗ

ଏବେ ପ୍ରଶ୍ନ ଆସୁଛି ଯେ ଆମେ ଫାସଟ୍ୟାଗକୁ କେଉଁଠୁ କିଣିପାରିବା ବା କେଉଁଠି ପାଇପାରିବା? ତେବେ ଏଥିପାଇଁ ଆପଣଙ୍କୁ ଅଧିକ ଚିନ୍ତା କରିବାର ଆବଶ୍ୟକତା ନାହିଁ କରଣ ଏହି ଫାସଟ୍ୟାଗ ସମସ୍ତ ଟୋଲ ପ୍ଲାଜା, ସାରା ଭାରତ ବର୍ଷରେ ୨୩ଟି ବ୍ୟାଙ୍କ, ଏବଂ Amazon , Paytm ଭଳି ଅନଲାଇନ ୱେବ ସାଇଟରେ ମଧ୍ୟ ଉପଲବ୍ଧ। କିଛି ବ୍ୟାଙ୍କ ଏଥିପାଇଁ ଅନଲାଇନ୍‌ ଫର୍ମ ମଧ୍ୟ ଭରୁଛନ୍ତି । ଜରୁରୀ ଔପଚାରିକ ପୂରା ହୋଇଗଲା ପରେ ଏହି ଫାସଟ୍ୟାଗକୁ ଗ୍ରାହକଙ୍କୁ ଦେଇ ଦିଆଯାଇଥାଏ।

ଫାସଟ୍ୟାଗ ପାଇଁ ଦରକାରୀ କାଗଜପତ୍ର

fastagକିନ୍ତୁ ଆପଣ ଜାଣନ୍ତି କି ଫାସଟ୍ୟାଗ ରେଜିଷ୍ଟ୍ରେସନ ପାଇଁ କେଉଁ କେଉଁ କାଗଜପତ୍ରର ଆବଶ୍ୟକତା ପଡିବ? ସବୁଠାରୁ ଗୁରୁତ୍ୱପୂର୍ଣ ଡକ୍ୟୁମେଣ୍ଟ ହେଉଛି ଆପଣଙ୍କ ଗାଡିର ରେଜିଷ୍ଟ୍ରେସନ ସାର୍ଟିଫିକେଟ ଏବଂ ଗାଡି ମାଲିକଙ୍କ ପାସପୋର୍ଟ ସାଇଜ୍‌ ଫଟୋ। ଏହା ବ୍ୟତୀତ ଆପଣଙ୍କ ଆଧାର ବା ଭୋଟର ID କାର୍ଡର ଆବଶ୍ୟକତା ମଧ୍ୟ ପଡିପାରେ ।

କେମିତି ରିଚାର୍ଜ କରିବେ ଫାସଟ୍ୟାଗ ଆକାଉଣ୍ଟ

paytmଆମେ ଯେମିତି ଆପଣଙ୍କୁ କହିଲୁ, ଫାସଟ୍ୟାଗ ଜରିଆରେ ଟୋଲ ପ୍ଲାଜାରେ ଟ୍ୟାକ୍ସ ପେମେଣ୍ଟ ଆପେ ଆପେ ହୋଇଥାଏ। କେବଳ ଏତିିକି ନୁହେଁ ଯଦି ଆପଣଙ୍କ ଫାସଟ୍ୟାଗ ଆକାଉଣ୍ଟରୁ ଟଙ୍କା ସରିଯାଏ, ତେବେ ଆପଣ ଏହାକୁ ପୁର୍ନବାର ରିଚାର୍ଜ କରାଇପାରିବେ। ଏବେ ଆପଣ ଭାବୁଥିବେ ଫାସଟ୍ୟାଗକୁ ରିଚାର୍ଜ କେମିତି କରାଯିବ? ତେବେ ଆମେ ଏଠି ଆପଣଙ୍କୁ କହି ରଖିବାକୁ ଚାହିଁବୁ ଯେ ଆପଣ ଏହାକୁ କ୍ରେଡିଟ୍‌ କାର୍ଡ, ଡେବିଟ୍‌ କାର୍ଡ, ଇଣ୍ଟରନେଟ୍‌ ବ୍ୟାକିଂ, ଏବଂ ଆରଟିଜିଏସ୍‌ ଦ୍ୱାରା ମଧ୍ୟ ରିଚାର୍ଜ କରାଇପାରିବେ। ଫାସଟ୍ୟାଗ ଖାତାରେ ଆପଣ ୧୦୦ ଟଙ୍କାରୁ ଆରମ୍ଭ କରି ୧ ଲକ୍ଷ ଟଙ୍କା ପଯ୍ୟର୍ନ୍ତ ରଖିପାରିବେ। ତେବେ ଫାଷ୍ଟ ଟ୍ୟାଗର ଭ୍ୟାଲିଡିଟୀ ୫ ବର୍ଷ ପଯ୍ୟର୍ନ୍ତ ରହିଥାଏ, ତେଣୁ ଏହି ସମୟ ବ୍ୟବଧାନ ପାରେ ଆପଣଙ୍କୁ ପୁଣି ଥରେ ଆଉ ଏକ ନୂଆ ଫାସଟ୍ୟାଗ କରିବାକୁ ପଡିବ।

ନିଶ୍ଚିତ ପଢନ୍ତୁ : ଏବେ ବିନା ନେଟଓ୍ଵର୍କରେ ମଧ୍ୟ କରିପାରିବେ କଲ, ଏହି ସିମକୁ ବ୍ୟବହାର କରନ୍ତୁ ମନ ଇଚ୍ଛା ଗପନ୍ତୁ

କେମିତି କରିବେ ଫାସଟ୍ୟାଗର ସଠିକ ବ୍ୟବହାର

ଫାସଟ୍ୟାଗ ଗାଡ଼ିରେ ଲଗାଇବା ସମୟରେ କିଛି ଗୁରୁତ୍ୱପୂର୍ଣ କଥାକୁ ମଧ୍ୟ ମନେ ରଖିବାକୁ ପଡିବ। ଯେମିତି କି ଫାସଟ୍ୟାଗକୁ ଗାଡିର ଓ୍ଵିଣ୍ଡ ସ୍କ୍ରିନର ବାହାର ପାର୍ଶ୍ୱରେ ନ ଲଗାଇ ଭିତର ପାର୍ଶ୍ୱରେ ଲଗାନ୍ତୁ, ନଚେତ ଏହା ବହୁତ ଜଲ୍ଦି ନଷ୍ଟ ହୋଇଯାଇପାରେ। ଗାଡ଼ିରେ ଫାସଟ୍ୟାଗ ସଠିକ ଜାଗାରେ ଲଗାଇବା ନିହାତି ଆବଶ୍ୟକ, ନଚେତ ଟୋଲ ପ୍ଲାଜାରେ ଲାଗିଥିବା ସେନସର ଏହାକୁ ଡିଟେକ୍ଟ କରିପାରିବ ନାହିଁ ଏବଂ ଏଥିପାଇଁ ଆପଣଙ୍କୁ ଡବଲ ଟୋଲ ଟ୍ୟାକ୍ସ ଦେବାକୁ ପଡିବ।

carଫାସଟ୍ୟାଗକୁ ବାରମ୍ବାର କାଢନ୍ତୁ ଏବଂ ଲଗାନ୍ତୁ ନାହିଁ, ନଚେତ ଏଥିରେ ଥିବା ସେନସର ଖରାପ ହୋଇଯାଇପାରେ । ସେହିଭଳି ଟୋଲ ଗେଟ ଲେନରେ ପହଂଚିବା ପରେ ଆପଣଙ୍କ ସାମ୍ନାରେ ଥିବା ଗାଡିଠାରୁ ଅନ୍ତତଃ ୫ ମିଟର ଦୂରତାରେ ରୁହନ୍ତୁ, ନଚେତ ଟୋଲ ସେନସର ଆପଣଙ୍କ ସାମ୍ନା ଗାଡି ପରିବର୍ତେ ଆପଣଙ୍କ ଗାଡିର ଫାସଟ୍ୟାଗରୁ ପଇସା କାଟିବ, କିନ୍ତୁ ଆପଣଙ୍କ ସାମ୍ନାରେ ଥିବା ଗାଡିକୁ ଯିବା ପାଇଁ ଅନୁମତି ଦେବ। ଏଭଳି ପରିସ୍ଥିତିରେ ଆପଣଙ୍କୁ ଆଉଥରେ ଟୋଲ ଟ୍ୟାକ୍ସ ଦେବାକୁ ପଡିବ, ନଚେତ ଆପଣ ଟୋଲଗେଟ କ୍ରସ କରି ଯାଇପାରିବେ ନାହିଁ।

ତେବେ ଏହା ସତ ଯେ ଫାସଟ୍ୟାଗ ପାଇବା ପରେ ଡିସେମ୍ବର ୧ ତାରିଖଠାରୁ ଆପଣଙ୍କୁ କୌଣସି ଟୋଲ ପ୍ଲାଜାରେ ଆଉ ଗାଡି ରଖିବାକୁ ପଡିବନାହିଁ କି ଟୋଲ ପ୍ଲାଜାରେ ଟୋଲ୍‌ ଟ୍ୟାକ୍ସ ଭରିବା ପାଇଁ ଅପେକ୍ଷା କରିବାକୁ ପଡିବନାହିଁ। ତେଣୁ ଡିସେମ୍ବର ୧ ତାରିଖ ପୂର୍ବରୁ ଗାଡ଼ିରେ ଫାସଟ୍ୟାଗ ଲଗାଇବାକୁ ଭୁଲନ୍ତୁ ନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.