ନୋଟ ମଝିରେ ଧାତୁ ରହିବା ସମ୍ପର୍କରେ ଜାଣନ୍ତୁ କିଛି ରୋଚକ ତଥ୍ୟ

ଭାରତୀୟ କରେନ୍ସି ନୋଟକୁ ନେଇ ଆପଣ ଅନେକ ସୂଚନା ପାଇଥିବେ।  କିନ୍ତୁ ଆମର ଏହି ଭିଡ଼ିଓଟି ସେ ସବୁ ଭିଡ଼ଓଠୁ ରହିଛି ସମ୍ପୂର୍ଣ୍ଣ ଭିନ୍ନ। ଏହି notes କୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ଆମେ ଆପଣଙ୍କୁ ଦବୁ। ଭାରତୀୟ କରେନ୍ସି ନୋଟକୁ ଦେଖିଲେ ମନରେ ପ୍ରଥମ ପ୍ରଶ୍ନ ଆସେ, ଯେ ଏହା କିପରି ତିଆରି ହୁଏ। ଏଥିରେ ଥିବା ସମସ୍ତ ଜରୁରୀ ସୂଚନା କିପରି ପ୍ରିଣ୍ଟ କରାଯାଏ। ନୋଟ୍‌ ରେ ଅନେକ ଲେଖା ସହ ସାଙ୍କେତିକ ଚିହ୍ନ ରହିଥାଏ। ଏହାକୁ ନେଇ ଅନେକ ଭିଡ଼ିଓ ମଧ୍ୟ ସାମ୍ନାକୁ ଆସିଛି। କିନ୍ତୁ indian currency ନୋଟରେ ଥିବା ମେଟାଲିକ ଷ୍ଟ୍ରିପକୁ ନେଇ ରହିଛି ଅନେକ ପ୍ରଶ୍ନ।

ଆପଣଙ୍କୁ ଜଣାଇଦେବାକୁ ଚାହୁଁ ଯେ, ପ୍ରିଣ୍ଟ କରେନ୍ସି ନୋଟ ମଝିରେ ଥିବା ଏହି ମେଟାଲିକ ଷ୍ଟ୍ରିପ ସୁରକ୍ଷାକୁ ଧ୍ୟାନରେ ରଖି ଦିଆଯାଇଛି। ଆପଣ ଏହି ଚିହ୍ନ ୫୦୦ ଏବଂ ୨୦୦୦ ଟଙ୍କା ନୋଟରେ ଖବୁ ସହଜରେ ଦେଖିପାରିବେ । ଏହି ମେଟାଲିକ ଦେଖିବାକୁ ଖୁବ ଉଜ୍ୱଳ। ଏହା ମଧ୍ୟରେ କୋଡ୍‌ ରହିଥାଏ। , ଯାହା ଦ୍ୱାରା ନୋଟ ଅସଲି କି ନକଲି ଜଣାପଡେ। ଇଂଲଣ୍ଡରେ ୧୮୪୮ ମସିହାରେ ପ୍ରଥମେ ଏହି ପ୍ଲାନ ସାମ୍ନାକୁ ଆସିଥିଲା। କିନ୍ତୁ କାର୍ଯ୍ୟକାରୀ କରିବା ପାଇଁ ପାଖାପାଖି ୧୦୦ ବର୍ଷ ଲାଗିଗଲା। ନକଲି ନୋଟକୁ ରୋକିବା ପାଇଁ ଏହି ପ୍ଲାନ ବାହାର କରାଯାଇଛି।

ଦ ଇଣ୍ଟରନ୍ୟାସନାଲ ବ୍ୟାଙ୍କ ନୋଟ ସୋସାଇଟି ବା IBNS ଙ୍କ କହିବା ଅନୁଯାୟୀ, ପ୍ରଥମେ ନୋଟ କରେନ୍ସିରେ ମେଟାଲ ଷ୍ଟ୍ରିପ ବ୍ୟାଙ୍କ ଅଫ ଇଂଲଣ୍ଡ ୧୯୪୮ ମସିହାରେ କରିଥିଲା। ଯେବେ ଏହି ନୋଟକୁ ଲାଇଟରେ ଦେଖାଯାଏ , ତେବେ ଏହି ନୋଟରେ କଳା ରଙ୍ଗର ମେଟାଲିକ ଲାଇନ ଦେଖାଯାଏ। ଏହା ଦ୍ୱାରା ଠକ ମାନେ ନକଲି ନୋଟ ତିଆରି କରିବା ସମୟରେ ଏହି ମେଟାଲ ଥ୍ରେଡ ଦେଇପାରିବେ ନାହିଁ। କିନ୍ତୁ ଠକ ସଂସ୍ଥା ମାନେ ନକଲି ନୋଟକୁ ଅସଲି ଜଣାଇବା ପାଇଁ ଫେକ ମେଟାଲିକ ଲାଇନ ତିଆରି କରିଥାନ୍ତି, ଯାହାଦ୍ୱାରା ଲୋକମାନେ ଚେକ୍‌ ନକରି ମୂଖାର୍ମିର ଶିକାର ହୁଅନ୍ତି।

ଠକ ସଂସ୍ଥାମାନେ ଆଲମୁନିୟମର ଭଙ୍ଗା ଅଂଶକୁ ନେଇ ସୁପର ଗ୍ଲୁ ସାହାଯ୍ୟରେ ଫେକ ମେଟାଲିକ ଲାଇନ ତିଆରି କଲେ। ଏହାପରେ ଅସଲି ନୋଟକୁ ଚିହ୍ନିବା କଷ୍ଟ ହୋଇଗଲା। ସରକାର ଏହାକୁ ଧ୍ୟାନରେ ରଖି ନୂଆ ଉପାୟ ଚିନ୍ତା କଲେ। ସରକାରଙ୍କ ନୁଆ ପ୍ଲାନରେ ମେଟାଲିକ ଷ୍ଟ୍ରାପରେ ମେଟାଲ ପରିବର୍ତ୍ତେ ପ୍ଲାଷ୍ଟିକ ବ୍ୟବହୃତ ହେବ ବୋଲି କୁହାଗଲା। ୧୯୯୦ ମସିହାରେ ଅନେକ ଦେଶରେ କେନ୍ଦ୍ରୀୟ ବ୍ୟାଙ୍କ ନୋଟର ସୁରକ୍ଷାକୁ ଦୃଷ୍ଟିରେ ରଖି ପ୍ଲାଷ୍ଟିକ ଥ୍ରେଡର ବ୍ୟବହାର ଉପରେ ଗୁରୁତ୍ୱ ଦେଲେ । ଜାଣିଲେ ଆର୍ଶ୍ଚଯ୍ୟ ହେବେ , ଖାଲି ଦେଖାଯାଉଥିବା ଏହି ଷ୍ଟ୍ରିପରେ କିଛି ଶବ୍ଦକୁ ଲୁଚାଇ ରଖାଯାଇଛି। ଯାହାକୁ କପି କରିବା ମୁସ୍କିଲ। ଅସଲି ନୋଟରେ ଆପଣ ଏହାକୁ ଦେଖିପାରିବେ।

ଭାରତରେ ୨୦୦୦ ମସିହା ଅକ୍ଟୋବର ମାସରେ ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ୧୦୦୦ଟଙ୍କା ନୋଟ ଜାରି କରିବା ସମୟରେ ସେଥିରେ ଏଭଳି ଥ୍ରେଡର ବ୍ୟବହାର କରିଥିଲା, ଯେଉଁଥିରେ ହିନ୍ଦୀରେ ଭାରତ , ଏକ ହଜାର ଏବଂ RBI ଲେଖାଥିଲା। ଏବେ ୨୦୦୦ ଟଙ୍କା ନୋଟରେ ମେଟାଲିକ ଷ୍ଟ୍ରିପକୁ ବ୍ରୋକ କରିବା ପରେ ଏଥିରେ ଇଂରାଜୀରେ RBI, ହିନ୍ଦୀରେ ଭାରତ ଲେଖା ହୋଇଥିବାର ଆପଣ ଦେଖିବେ। ଏଭଳି ସିକ୍ୟୁରିଟି ୫୦୦ ଏବଂ ୧୦୦ ଟଙ୍କା ନୋଟରେ ମଧ୍ୟ ରଖାଯାଇଛି। ଅନ୍ୟପକ୍ଷରେ ୫, ୧୦, ୨୦ ଏବଂ ୫୦ ଟଙ୍କା ନୋଟରେ ମଧ୍ୟ ଏଭଳି ଷ୍ଟ୍ରିପର ବ୍ୟବହାର କରାଯାଇଛି।

ପୂର୍ବରୁ ଏହି ମେଟାଲିକ ଷ୍ଟ୍ରିପ ପ୍ଲେନ ଥିବା ବେଳେ ଆଲୁମିନିୟମ କିମ୍ବା ପ୍ଲାଷ୍ଟିକରେ ତିଆରି ହୋଇଥିଲା। କିନ୍ତୁ ଏବେ ନୋଟର ସେଫ୍ଟିକୁ ଧ୍ୟାନରେ ରଖି ଏଥିରେ କିଛି କୋଡ୍‌ ENTER କରାଯାଇଛି। ଭାରତରେ ଏହି ବ୍ୟବସ୍ଥା ପରେ ଆରମ୍ଭ ହେଲା। ଆମ ଦେଶରେ ଏହି ଷ୍ଟ୍ରିପରେ ଦୁଇଟି ରଙ୍ଗ ନଜର ଆସିବ । ଛୋଟ ନୋଟ୍‌ ରେ ଏହା ଗୋଲଡେନ କଲର ଦେଖାଯାଉଥିବା ବେଳେ ୫୦୦ ଓ ୨୦୦୦ ଟଙ୍କା ନୋଟରେ ଗ୍ରୀନ ରଙ୍ଗର ମେଟାଲିକ ଷ୍ଟ୍ରିପ ଆପଣ ଦେଖିବାକୁ ପାଇବେ। କିଛି ଦେଶରେ ଏହା ଲାଲ ରଙ୍ଗର ହୋଇଥାଏ।

ଏକ ବିଶେଷ ଟେକନିକକୁ ଆପଣାଇ ମେଟାଲିକ ଷ୍ଟ୍ରିପକୁ ନୋଟ ମଧ୍ୟରେ ପ୍ରେସ କରାଯାଏ। ଦୁନିଆରେ କିଛି କମ୍ପାନୀ ରହିଛି ଯିଏ ଏହି ଷ୍ଟ୍ରିପକୁ ନୋଟରେ ଛାପିଥାନ୍ତି। ଆପଣଙ୍କୁ କହିଦେବାକୁ ଚାହୁଁ ଯେ, ଆମ ଦେଶ ମଧ୍ୟ ନିଜ କରେନ୍ସିରେ ଏହି ଷ୍ଟ୍ରିପ ଛାପିବା ପାଇଁ ଅନ୍ୟ କମ୍ପାନୀ ଉପରେ ନିର୍ଭର କରିଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.