ଏଣିକି ATMରୁ ଦିନକୁ ଦୁଇ ଥର ଟଙ୍କା ବାହାର କରିବାରେ ହେବ ଅସୁବିଧା, ଜାଣନ୍ତୁ ଏହା ପଛର କାରଣ

ଏଟିଏମ୍ ରୁ ଟଙ୍କା ବାହାର କରିବା ଯେତିକି ସହଜ ସେତିକି କଷ୍ଟକର ମଧ୍ୟ। କିନ୍ତୁ ବର୍ତ୍ତମାନ ATM କାର୍ଡର ଏହି ଅସୁବିଧାର ସାମ୍ନା କରିବା ପାଇଁ ଦେଶର କିଛି ବଡ ବ୍ୟାଙ୍କ ସହ ମିଶି ଏକ ବଡ ନିଷ୍ପତି ନେବା ପାଇଁ ଆଲୋଚନା କରାଯାଉଛି। ଯାହାର ପ୍ରଭାବ ଆପଣଙ୍କ ଉପରେ ମଧ୍ୟ ପଡ଼ିପାରେ।

ATM କାର୍ଡର ନକଲ କରିବା ପକ୍ରିୟାକୁ ରୋକିବା ପାଇଁ ଦିଲ୍ଲୀର ରାଜ୍ୟ ସ୍ତରୀୟ ବ୍ୟାଙ୍କ କମିଟି (SLBC) ବ୍ୟାଙ୍କ ଗୁଡିକୁ କିଛି ସୂଚନା ଦେଇଛନ୍ତି। ଯଦି ଏହି ସୂଚନାକୁ ପାଳନ କରାଯାଏ ତେବେ କିଛି ମାତ୍ରାରେ କାର୍ଡର ନକଲ କରିବା ପକ୍ରିୟା ଉପରେ ଅଙ୍କୁଶ ଲାଗିପାରିବ। ଏହାବ୍ୟତୀତ ଏହି ନୂଆ ନିୟମରେ ସାଧାରଣ ମଣିଷମାନେ ମଧ୍ୟ ବିଭିନ୍ନ ସୁବିଧା ପାଇପାରିବେ। SLBCବ୍ୟାଙ୍କର ସୂଚନା ଅନୁଯାୟୀ ଗୋଟିଏ ଦିନରେ ଦୁଇ ଥର ଇଞଗ ରୁ ଟଙ୍କା ଦେଣନେଣ କରିବା ମଧ୍ୟରେ ଅଧିକରୁ ଅଧିକ ୬ ରୁ ୧୨ ଘଣ୍ଟା ଅନ୍ତର ରିହିବା ଆବଶ୍ୟକ।

BANK ATMରିପୋର୍ଟ ଅନୁଯାୟୀ SLBC ବ୍ୟାଙ୍କର ଏହି ସୂଚନାରେ ୧୮ଟି ବ୍ୟାଙ୍କ ସାମିଲ ରହିଛି। ଏହି ଆଲୋଚନାରେ ବ୍ୟାଙ୍କ ସମସ୍ୟାର ସାମ୍ନା କରିବା ପାଇଁ ଅନ୍ୟ ଉପାୟ ବିଷୟରେ ମଧ୍ଯ ଆଲୋଚନା କରାଯାଇଛି। ସଭାରେ ATM ରୁ ଟଙ୍କା ବାହାର କରିବା ପାଇଁ ଖାତା ଧାରକଙ୍କ ରେଜିଷ୍ଟେର୍ଡ ମୋବାଇଲ ନମ୍ବରରେ ମଧ୍ୟ ଏକ OTP ପଠାଯିବାର ଆଲୋଚନା କରାଯାଇଛି। ବର୍ତ୍ତମାନ ଏହି ସୁବିଧା କାନାରା ବ୍ୟାଙ୍କ ଆରମ୍ଭ କରିସାରିଛି।

କାନାରା ବ୍ୟାଙ୍କ ୧୦,୦୦୦ ଟଙ୍କାରୁ ଅଧିକ ଟଙ୍କା ଉଠାଇଲେ OTP ସର୍ଭିସ ଆରମ୍ଭ କରିସାରିଛି। ଏହା ବ୍ୟତୀତ ଏହି ଆଲୋଚନାରେ ସେଣ୍ଟ୍ରାଲାଇଜଡ୍ ମନିଟରିଙ୍ଗ ସିଷ୍ଟମ୍ ର ମଧ୍ୟ ସୁବିଧା ଦିଆଯାଇଛି। କିନ୍ତୁ SBI, PNB ଏବଂ IDBI ଭଳି ବ୍ୟାଙ୍କରେ ଏହି ଆଲୋଚନା ପୂର୍ବରୁ ନିୟମ ଲାଗୁ ହୋଇସାରିଛି। ଏହାବ୍ୟତୀତ ଏହି ଆଲୋଚନାରେ ଦିଲ୍ଲୀ SLBC ର ସଂଯୋଜକ ଏବଂ ଓରିଏଣ୍ଟାଲ ବ୍ୟାଙ୍କ ଅଫ୍ କମର୍ସର MD ଏବଂ CEO ମୁକେଶ କୁମାର ଜୈନଙ୍କ କହିବା ଅନୁଯାୟୀ ATM କାର୍ଡର ଅସୁବିଧା ଅଧିକାଂଶ ମଧ୍ୟରାତ୍ରିରୁ ସକାଳ ମଧ୍ୟରେ ହୋଇଥାଏ। ଏହିକାରଣରୁ ବିଶେଷ ରୂପେ ଏହି ସମୟରେ ଏଟିଏମ୍ କାର୍ଡ ରୁ ଟଙ୍କା ଦେଣନେଣ କରିବା ନେଇ ରୋକ୍ ଲଗାଇବା ଆବଶ୍ୟକ।

ଏହାସହ ପଢନ୍ତୁ: ବ୍ୟାଙ୍କରେ ଅନ୍‌ଲାଇନ୍‌ ଟ୍ରାନ୍‌ଜାକସନ୍‌ କରୁଛନ୍ତି କି?ଜାଣନ୍ତୁ ଆଜିଠୁ RBI ବଦଳାଇଲା କେଉଁ ନିୟମ

ରିପୋର୍ଟ ଅନୁଯାୟୀ ୨୦୧୮ ଏବଂ ୨୦୧୯ରେ ଦିଲ୍ଲୀରେ ୧୭୯ ଟି ଏଟିଏମ୍ କାର୍ଡ ମାମଲା ସାମ୍ନାକୁ ଆସିଥିଲା। ଏହା ବ୍ୟତୀତ ବଡ଼ଧରଣର ଏଟିଏମ କ୍ଲୋନିଙ୍ଗ ଜରିଆରେ ନକଲ ହେଉଛି ବୋଲି ମଧ୍ୟ ଆଲୋଚନା ହୋଇଥିଲା। ଯେଉଁଥିରେ ଅଧିକାଂଶ ବିଦେଶୀ ନାଗରିକ ସାମିଲ ରହିଛନ୍ତି।