ଯଦି ଭାରତ-ପାକିସ୍ତାନ ଯୁଦ୍ଧ ହୁଏ ! ଜାଣନ୍ତୁ କାହିଁକି ମଇଦାନରେ ତିଷ୍ଠି ପାରିବ ନାହିଁ ପାକ୍ ସେନା

ନୂଆଦିଲ୍ଲୀ: ଯୁଦ୍ଧ ହେଉଛି ବିନାଶର ଅନ୍ୟ ନାମ । ତେଣୁ ଯୁଦ୍ଧ କେହି ଚାହାନ୍ତି ନାହିଁ । ହେଲେ ଯେଉଁଠି ସ୍ୱାଭିମାନ, ସମ୍ମାନ ଓ ଦେଶ ମାତୃକାର ଗୌରବର ପ୍ରଶ୍ନ ଆସିବ ସେଠି କେହିବି ଲଢ଼େଇ କରିବାରୁ ପଛଘୁଞ୍ଚା ଦେବେ ନାହିଁ । ଠିକ୍ ସେମିତି କେହି ଡରାଇଲେ କି ଧମକାଇଲେ ସେଥିରେ ଦବିଯିବାର ଦେଶ ନୁହେଁ ଭାରତ । ଆଉ ଏବେ ସବୁ ଜାଗାରେ ମାତ ଖାଇବା ପରେ କଶ୍ମୀର ପ୍ରସଙ୍ଗରେ ଭାରତକୁ ପାକିସ୍ତାନ ଦେଇଛି ପରମାଣୁ ଆକ୍ରମଣର ଧମକ । ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ ଭାରତ ବିପକ୍ଷରେ ପାକିସ୍ତାନର ସମସ୍ତ ଚକ୍ରାନ୍ତ ବିଫଳ ହୋଇଛି । ତେଣୁ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଶେଷରେ ପରମାଣୁ ଯୁଦ୍ଧର ଧମକ ଦେଇଛନ୍ତି। ପାକିସ୍ତାନ ପ୍ରଧାନମନ୍ତ୍ରୀ କହିଛନ୍ତି କି, ଯୁଦ୍ଧ ହେଲେ ସାରା ଦୁନିଆ ଧ୍ଵଂସ ହୋଇଯିବ। ଉଭୟ ଦେଶ ପାଖରେ ପରମାଣୁ ଅସ୍ତ୍ର ରହିଛି। ଏହି ଯୁଦ୍ଧର କୌଣସି ପରିଣାମ ବାହାରିବ ନାହିଁ । ସବୁ ଦେଶ ପ୍ରଭାବିତ ହେବେ। ହେଲେ ଏହି ମିଛ ଧମକ ଦେଇ ପାକିସ୍ତାନ ତାର ଦୁର୍ବଳତାକୁ ପ୍ରକାଶ କରିଛି । ତେବେ ଏହି ପରିପ୍ରେକ୍ଷୀରେ ଆସନ୍ତୁ ଜାଣିବା କାହିିଁକି ପାକିସ୍ତାନ ଏମିତି ଡରାଉଛି । କାରଣ ସେ ଜାଣିଛି ଭାରତ ସହ ଯୁଦ୍ଧ କଲେ ଶୋଚନୀୟ ଭାବେ ହାରିଯିବ ଏବଂ ସବୁଠୁ ବେଶି କ୍ଷତି ସହିବ ।
ଭାରତୀୟ ସେନା ଦୁନିଆର ଚତୁର୍ଥ ସବୁଠୁ ବଡ଼ ଶକ୍ତିଶାଳୀ ସେନା :
ଗ୍ଲୋବାଲ ଫାୟର ପାଓ୍ଵାର ଇଣ୍ଡେକ୍ସରେ ସାମିଲ ଦୁନିଆର ୧୩୭ ଦେଶ ମଧ୍ୟରୁ ଭାରତର ସେନା ଦୁନିଆର ଚତୁର୍ଥ ସବୁଠୁ ବଡ଼ ଶକ୍ତିଶାଳୀ ସେନା। ସଂଖ୍ୟା ହିସାବରେ ଭାରତୀୟ ସେନା ଦୁନିଆର ଦ୍ଵିତୀୟ ସବୁଠୁ ବଡ଼ ସେନା। ଯଦି ପାକିସ୍ତାନ ସହ ତୁଳନା କରାଯାଏ ତେବେ ଏହାର ସେନା ଦୁନିଆର ୧୫ମ ସ୍ଥାନରେ ରହିଛି। ଭାରତ ପାଖରେ ୧୩, ୬୨, ୫୦୦ ସକ୍ରିୟ ସୈନିକ ଥିବା ବେଳେ ପାକିସ୍ତାନ ପାଖରେ ୬, ୩୭,୦୦୦ ସୈନିକ ଅଛନ୍ତି।
ଭାରତ ସାମ୍ନାରେ ତିଷ୍ଠି ପାରିବ ନାହିଁ ପାକିସ୍ତାନ:
-ଭାରତ ପାଖରେ ୨୦୮୨ ଯୁଦ୍ଧ ବିମାନ ଥିବା ବେଳେ ପାକିସ୍ତାନ ପାଖରେ ରହିଛି ୧୩୪୨ଟି ଯୁଦ୍ଧ ବିମାନ । ଲଢୁଆ ଓ ପ୍ରତିରୋଧକ ବିମାନ କଥା କହିଲେ ଭାରତ ପାଖରେ ୫୨୦ଟି ଓ ପାକିସ୍ତାନ ପାଖରେ ଅଛି ୩୪୮ଟି ବିମାନ।
-ଅନ୍ୟପଟେ ଭାରତ ପାଖରେ ୬୯୪ଟି ଏୟାରକ୍ରାଫ୍ଟ ରହିଥିବା ବେଳେ ପାକିସ୍ତାନ ପାଖରେ ୪୩୮ ଏୟାରକ୍ରାଫ୍ଟ ରହିଛି।
-ଭାରତ ପାଖରେ ୨୪୮ ଟ୍ରାନ୍ସପର୍ଟ ଏୟାରକ୍ରାଫ୍ଟ ରହିଥିବା ବେଳେ ପାକ୍ ପାଖରେ ୫୧ଟି ଟ୍ରାନ୍ସପର୍ଟ ଏୟାରକ୍ରାଫ୍ଟ ରହିଛି।
-ଭାରତ ପାଖରେ ୬୯୨ଟି ହେଲିକପ୍ଟର ରହିଥିବା ବେଳେ ପାକିସ୍ତାନ ପାଖରେ ୩୨୨ଟି ହେଲିକପ୍ଟର ଅଛି। ଭାରତ ପାଖରେ ଉପଯୋଗୀ ୩୪୨ ଏୟାରବେସ୍ ରହିଛି। ଅନ୍ୟପଟେ ପାକିସ୍ତାନ ପାଖରେ ମାତ୍ର ୧୫୧ ଏୟାରବେସ୍ ରହିଛି।
-ଏହା ସହିତ ଭାରତ ପାଖରେ ୪୪୨୬ଟି ଟ୍ୟାଙ୍କ ଓ ପାକିସ୍ତାନ ପାଖରେ ରହିଛି ୨୧୮୨ଟି ଟ୍ୟାଙ୍କ । ନୌସେନା ଉପକରଣ ମାମଲାରେ ମଧ୍ୟ ଭାରତ ଆଗରେ ରହିଛି।
-ଭାରତ ପାଖରେ ୨୯୫ଟି ନୌସେନା ଉପକରଣ ଜାହାଜ ଥିବା ବେଳେ ପାକିସ୍ତାନ ପାଖରେ ୧୯୭ଟି ରହିଛି। ଭାରତ ପାଖରେ ଗୋଟିଏ ଲଢୁଆ ବିମାନ ବାହକ ଜାହାଜ ଥିବା ବେଳେ ପାକିସ୍ତାନ ପାଖରେ ଗୋଟିଏ ହେଲେ ନାହିଁ।
-ଭାରତ ପାଖରେ ରହିଛି ୧୬ଟି ବୁଡ଼ାଜାହାଜ, ପାକିସ୍ତାନ ପାଖରେ କେବଳ ୫ଟି ରହିଛି।
ଏହି ସବୁ ସ୍ଥିତିକୁ ଅନୁଧ୍ଯାନ କଲେ ଭାରତ ସାମ୍ନାରେ ଅଧିକ ସମୟ ତିଷ୍ଠି ରହିବା ପାକିସ୍ତାନ ପକ୍ଷେ କଷ୍ଟକର। ଆତଙ୍କବାଦ ହିଁ ପାକିସ୍ତାନର ଶେଷ ବିକଳ୍ପ। ଭାରତର ନୌସେନା ମୁଖ୍ୟ କରମବୀର ସିଂହ ଗୁଇନ୍ଦା ସୂଚନା ଆଧାରରେ କହିଛନ୍ତି ଯେ ପାକିସ୍ତାନର ଆତଙ୍କୀ ସଂଗଠନ ଜୈସ ଇ ମହମ୍ମଦ ସମୁଦ୍ର ପଥ ଦେଇ ଅନୁପ୍ରବେଶ କରି ପାରନ୍ତି। ଯାହାର ମୁହଁତୋଡ ଜବାବ ଦେବା ପାଇଁ ଭାରତୀୟ ସେନା ସଂପୂର୍ଣ୍ଣ ଭାବେ ପ୍ରସ୍ତୁତ ହୋଇ ରହିଛି।