ସାଓମି ଲଞ୍ଚ କଲା MI Pay, ପେଟିଏମ୍ ଏବଂ ଗୁଗୁଲ ପେକୁ ଦେବ ଟକ୍କର

ନୂଆଦିଲ୍ଲୀ : ସାଓମୀ ଭାରତରେ ଲଞ୍ଚ କରିଛି ନିଜର ପେମେଣ୍ଟ ଆପ୍ ଏମଆଇ ପେ। ଏହା ପୂର୍ବରୁ ଏହି ଆପକୁ ଚାଇନାରେ ଲଞ୍ଚ କରାଯାଇଥିଲା। ଏହି ଆପ ପେଟିଏମ୍, ଗୁଗୁଲ ପେ ଏବଂ ଫୋନ ପେ ଭଳି ଆପକୁ ଟକ୍କର ଦେବ ବୋଲି କୁହାଯାଉଛି। କମ୍ପାନି ଏଥିପାଇଁ ନ୍ୟାସନାଲ ପେମେଣ୍ଟ କରପୋରେସନ ଅଫ୍ ଇଣ୍ଡିଆ (UPI) ଏବଂ ଭାରତ ବିଲ ପେମେଣ୍ଟର ସହାୟତା ନେବ ବୋଲି ଜଣାପଡିଛି।

xiaomi

ସାଓମି ଆପରେ ବ୍ୟାଙ୍କ ସପୋଟ ପାଇଁ ଆଇସିଆସିଆଇ ବ୍ୟାଙ୍କ ସହ ହାତ ମିଶାଇଛି। କମ୍ପାନିର କହିବାନୁଯାୟୀ, ଏମଆଇପେ ଆପକୁ ଖୁବ୍ ଶୀଘ୍ର ଏମଆଇ ପେ ଷ୍ଟୋରରେ ଉପଲବ୍ଧ କରାଯିବ। ଏହାକୁ ଲୋକପ୍ରିୟ କରିବା ପାଇଁ ଏହାର ପ୍ରଥମ ବ୍ୟବହାରକାରୀଙ୍କୁ ୧୦୦ଟି ଏମଆଇ ନୋଟ ୭ ଏବଂ ୫୦ଟି ସାଓମି ଏମଆଇ ଏଲଇଡି ଜିତିବାର ମଉକା ମିଳିବ।

ଏମଆଇ ପେ ସାହାଯ୍ୟରେ ଆପଣ ଯେକୌଣସି ସ୍ଥାନରେ ଏହାକୁ ବ୍ୟବହାର କରି ପେମେଣ୍ଟ କରିପାରିବେ। ଏହାଛଡ଼ା କ୍ୟୁଆର କୋର୍ଡକୁ ମଧ୍ୟ ବ୍ୟବହାର କରି ଆପଣ ପେମେଣ୍ଟ କରିପାରିବେ। ଆପଣ ଏହି ଆପକୁ ନିଜ କଣ୍ଟେଣ୍ଟ କୁ ସେଣ୍ଡ କରି ମଧ୍ୟ ଏଠାରେ ଟଙ୍କା ପାଇପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.