ହୋଲି ରଙ୍ଗରେ ପୋଷାକ ହୋଇଯାଇଛି କି ଖରାପ ? ତେବେ ଏପରି ଛଡ଼ାନ୍ତୁ ଦାଗ

ରଙ୍ଗର ପର୍ବ ହୋଲି। ଛୋଟରୁ ଆରମ୍ଭ କରି ବଡ ଏବଂ ସବୁ ଧର୍ମର ଲୋକ ଏହି ପର୍ବକୁ ପାଳନ କରିଥାନ୍ତି। ବର୍ତ୍ତମାନ ଯୁଗ ବଦଳିବା ସହ ବଦଳିଛି ଫଗୁ ବା ରଙ୍ଗ। ସାଧାରଣତଃ ହୋଲିରେ ବ୍ୟବହାର ହୋଇଥିବା ରଙ୍ଗ ଆପଣଙ୍କ ମନପସନ୍ଦ ପୋଷାକକୁ ଖରାପ କରି ଦେଇଥାଏ। ଯାହା ଆପଣଙ୍କ ହୋଲିର ମଜାକୁ ଖରାପ କରି ଦେଇଥାଏ । ତେବେ ଯଦି ଆପଣଙ୍କ ପୋଷାକ ଗାଢ଼ା ରଙ୍ଗ ପାଇଁ ଖରାପ ହୋଇ ଯାଉଛି ତେବେ ଏହି ପରି ଉପାୟରେ ତାକୁ ସଫା କରନ୍ତୁ ।

holi3

ଯଦି ଆପଣଙ୍କ ପୋଷାକରେ କିଛି ଗାଢ଼ା ରଙ୍ଗ ଲାଗି ଯାଇଛି, ତେବେ ଏହାକୁ ଛଡ଼ାଇବାର ସବୁଠାରୁ ସହଜ ଉପାୟ ହେଉଛି ଟୁଥ୍ପେଷ୍ଟ। ଆପଣ ଏହାକୁ ବ୍ୟବହାର କରି ପୋଷାକର ଦାଗକୁ ସହଜରେ ଛଡ଼ାଇ ପାରିବେ । ଏଥିପାଇଁ ପ୍ରଥମେ ଟୁଥ୍ପେଷ୍ଟକୁ ଦାଗ ହୋଇଥିବା ପୋଷାକ ଉପରେ ଲଗାଇ ତାଙ୍କୁ ଶୁଖିବାକୁ ଦିଅନ୍ତୁ । ଏହା ପରେ ଡ଼ିଟରଜେଣ୍ଟ ସାହାଯ୍ୟରେ ତାକୁ ସଫା କରି ଦିଅନ୍ତୁ । ଦେଖିବେ ପୁରା ଦାଗ ଦୂର ହୋଇଯିବ ।

ନିଶ୍ଚିତ ପଢ଼ନ୍ତୁ:

ଜାଣନ୍ତୁ ହୋଲିରେ କେମିତି ପାଇବେ ଫ୍ୟାସନେବଲ ଲୁକ୍ ଏବଂ କେମିତି କରିବେ କପଡାର ଠିକ ଚୟନ

-ଘରର ବିଭିନ୍ନ କାମରେ ବାଲି କାଗଜର ବ୍ୟବହାର କରାଯାଇଥାଏ । ଯଦି ଆପଣଙ୍କ ପାଖରେ ବାଲି କାଗଜ ରହିଛି ତେବେ ଏହାକୁ ଦାଗ ଲାଗିଥିବା ସ୍ଥାନରେ ଭଲ କରି ଘସିବା ସହ ଡ଼ିଟରଜେଣ୍ଟରେ ଧୋଇ ଦିଅନ୍ତୁ । ଦେଖିବେ ଦାଗ ସଂପୂର୍ଣ୍ଣ ସଫା ହୋଇଯିବ ।

-ହୋଲିକୁ ଭଲ ଭାବରେ ପାଳନ କରି ସାରିବା ପରେ ଦାଗ ଲାଗିଥିବା ପୋଷାକକୁ ଆଲ୍କହଲରେ ୧୫-୨୦ମିନିଟ୍ ପର‌୍ୟ୍ୟନ୍ତ ବୁଡ଼ାଇ ରଖନ୍ତୁ । ୨୦ମିନିଟ୍ ପରେ ପୋଷାକକୁ ଡ଼ିଟରଜେଣ୍ଟରେ ଭଲ ଭାବେ ରଗଡ଼ି ସଫା କରିଦିଅନ୍ତୁ। ଏହା ଦ୍ବାରା ସମସ୍ତ ଦାଗ ଦୂର ହୋଇଯିବ।

ନିଶ୍ଚିତ ପଢ଼ନ୍ତୁ: ଭାରତ ବାହାରେ ହୋଲି : ଜାଣନ୍ତୁ ବିଦେଶରେ କିପରି ପାଳନ କରାଯାଏ ରଙ୍ଗଖେଳ

-ହୋଲି ରଙ୍ଗକୁ ଛଡ଼ାଇବାକୁ ପାଇଁ ପୋଷାକକୁ ଗୋଟେ କପ ହ୍ଵାଇଟ୍ ଭିନେଗାରରେ ବୁଡ଼ାଇ ରଖନ୍ତୁ । ଏହାପରେ ଭଲ ଭାବେ ଏହାକୁ ସଫା କରିଦିଅନ୍ତ। ଦେଖିବେ କପଡ଼ାର ସବୁ ଦାଗ ସଫା ହୋଇଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.