ଭାରତରେ ଖୁବ୍ ଶୀଘ୍ର ଲଞ୍ଚ ହେବ ସାଓମିର ଦମଦାର ସ୍ମାର୍ଟସୁଜ୍

ନୂଆଦିଲ୍ଲୀ : ଚାଇନା କମ୍ପାନି ସାଓମି ଭାରତରେ ଖୁବ ଶୀଘ୍ର ନୂଆ ସ୍ମାର୍ଟ ସୁଜ ଲଞ୍ଚ କରିବାକୁ ଯାଉଛି। ଏହା ବିଷୟରେ ସାଓମି ଟ୍ବିଟକରି ଗ୍ରାହକଙ୍କୁ ସୂଚନା ଦେଇଛି। ଏନେଇ ଏକ ଆଧିକାରୀକ ଟିଜର ମଧ୍ୟ କମ୍ପାନି ଲଞ୍ଚ କରିଛି। ଯେଉଁଥିରୁ ଜଣାପଡ଼ିଛି କି ସାଓମି ଖୁବ୍ ଶୀଘ୍ର ଭାରତରେ ସ୍ମାର୍ଟ ସୁଜ ଲଞ୍ଚ କରିବାକୁ ଯାଉଛି। ସୂଚନା ଅନୁଯାୟୀ, ଗତବର୍ଷ ଚାଇନାରେ ଲଞ୍ଚ ହୋଇଥିବା ସାଓମି ମଡେଲକୁ ଏବେ ଭାରତରେ ଲଞ୍ଚ କରାଯାଇପାରେ। ତେବେ ଏମଆଇ ସ୍ମାର୍ଟ ସୁଜର ଭାରତରେ କେତେ ମୂଲ୍ୟ ରହିବ ସେ ନେଇ କୌଣସି ସୂଚନା ମିଳିନାହିଁ।

ସାଓମି ଦ୍ବାରା ଜାରି କରାଯାଇଥିବା ଫଟୋରେ ସ୍ମାର୍ଟ ସୁଜର ରୁପରେଖକୁ ଦର୍ଶାଯାଇଛି। ପୋଷ୍ଟର କ୍ୟାପସନରେ ଲେଖାଯାଇଛି,“Ready to put your ” । ଏଥିସହ କମ୍ପାନି ହ୍ୟାସଟ୍ୟଗ୍ #best foot forwardର ବ୍ୟବହାର ମଧ୍ୟ କରିଛି।

ଆପଣଙ୍କୁ ଜଣାଇବାକୁ ଚାହିଁବୁ, ୨୦୧୭ ମସିହାରେ ସାଓମି ଚାଇନା ମାର୍କେଟରେ ନିଜର ମିଜିଆ ବ୍ରାଣ୍ଡ ଅନ୍ତର୍ଗତ ଏମଆଇ ସ୍ମାର୍ଟ ସ୍ନିକରକୁ ଲଞ୍ଚ କରିଥିଲା। ସେହିପରି ଗତ ବର୍ଷ ମଧ୍ୟ ମିଜିଆ ସ୍ନିକର ୨କୁ ମାର୍କେଟ ଲଞ୍ଚ କରିଥିଲା। ତେବେ ଭାରତରେ ଲଞ୍ଚ ହେବାକୁଥିବା ଏହି ସ୍ନିକରର ସମସ୍ତ ସୂଚନା ଏହାର ଲଞ୍ଚ ପରେ ହିଁ ଜଣାପଡ଼ିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.