ଆଧାର ଅନୁସାରେ ଆପଣଙ୍କ EPFO ଆକାଉଣ୍ଟରେ ଏମିତି ପରିବର୍ତ୍ତନ କରିପାରିବେ ନିଜ ନାମ ଓ ଜନ୍ମ ତାରିଖ, ଜାଣନ୍ତୁ ପ୍ରକ୍ରିୟା
ଯଦି ଆଧାର ଅନୁସାରେ ଆପଣଙ୍କ EPFO ଆକାଉଣ୍ଟରେ ନିଜ ନାମ ଓ ଜନ୍ମ ତାରିଖ ନାହିଁ ଅର୍ଥାତ୍ ଦୁଇଟି ଯାକରେ ଭିନ୍ନ ଭିନ୍ନ ରହିଛି, ତା’ହେଲେ ପିଏଫ୍ ବାହାର କରିବାରେ କିମ୍ବା ଅନ୍ୟ କୌଣସି କାଗଜପତ୍ର କାମରେ ଆପଣଙ୍କୁ ସମସ୍ୟା ହୋଇ ପାରେ। ତେଣୁ ଏହାକୁ ଯେତେ ଜଲ୍ଦି ସୁଧାରି ନେବା ଆବଶ୍ୟକ। ଘରେ ବସି ମଧ୍ୟ ଏହାକୁ ସହଜରେ ବଦଳାଯାଇ ପାରିବ। ଏଥିପାଇଁ ଆପଣଙ୍କୁ କେତେକ ଷ୍ଟେପ୍ ଫଲୋ କରିବାକୁ ହେବ। ଆସନ୍ତୁ ଜାଣିବା ଏହି ପ୍ରକ୍ରିୟା।
ଏଥି ମଧ୍ୟରୁ କୌଣସି ବି ଦସ୍ତାବିଜ୍ ଜନ୍ମତିଥି ପାଇଁ ଜରୁରୀ
୧. ଜନ୍ମ କିମ୍ବା ମୃତ୍ୟୁ ପ୍ରମାଣ ପତ୍ର, ଯାହା ସରକାରଙ୍କ ଦ୍ୱାରା ଜାରି କରାଯାଇଥିବ।
୨. ସ୍କୁଲ ଏବଂ କଲେଜ ଶିକ୍ଷା ସମୟରେ କୌଣସି ବି ଦସ୍ତାବିଜ୍, ଯାହା ଜନ୍ମ ତାରିଖକୁ ପ୍ରମାଣ କରୁଥିବ।
୩. କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ସଙ୍ଗଠନର ସେବା ରେକର୍ଡ ଆଧାରରେ ପ୍ରମାଣ ପତ୍ର, ଏତଦ୍ ବ୍ୟତୀତ ପାସ୍ପୋର୍ଟ ମଧ୍ୟ ଲାଗିପାରେ।
୪. ସରକାରୀ ବିଭାଗ ଦ୍ୱାରା ଜାରି ଯେକୌଣସି ବିଶ୍ୱସନୀୟ ଦସ୍ତାବିଜ୍।
୫. ଏ ସବୁର ଅଭାବ ଥିଲେ, ସିଭିଲ ସର୍ଜନ ଦ୍ୱାରା ଜାରି ଚିକିତ୍ସା ପ୍ରମାଣ ପତ୍ର ଏବଂ ସକ୍ଷମ ନ୍ୟାୟାଳୟ ଦ୍ୱାରା ପ୍ରମାଣିତ ସଦସ୍ୟଙ୍କ ଶପଥ ପତ୍ର।
୬. ଆଧାର କିମ୍ବା ଇ-ଆଧାର ଅନୁଯାୟୀ, ଜନ୍ମ ତାରିଖରେ ପରିବର୍ତ୍ତନ EPFO ଆକାଉଣ୍ଟରେ ରେକର୍ଡ ହୋଇଥିବା ଜନ୍ମ ତାରିଖଠାରୁ ୩ ବର୍ଷର ବ୍ୟବଧାନ ପର୍ଯ୍ୟନ୍ତ ହିଁ ଗ୍ରହଣ କରାଯିବ।
ଆଧାର ଅନୁସାରେ EPFO ରେକର୍ଡରେ ନାମ ଓ ଜନ୍ମ ତାରିଖରେ ଏମିତି କରନ୍ତୁ ପରିବର୍ତ୍ତନ
-ପ୍ରଥମେ ଆପଣ ସଦସ୍ୟ ଏକୀକୃତ ପୋର୍ଟାଲକୁ ଯାଆନ୍ତୁ।
-ଏଠାରେ ଆପଣ ସୁଧାରିବା ପାଇଁ ୟୁଏଏନ୍, ପାସ୍ଓ୍ଵାର୍ଡ ଏବଂ କେପ୍ଚା ଦିଅନ୍ତୁ।
-ସାଇନ-ଇନ୍ ଉପରେ କ୍ଲିକ୍ କରନ୍ତୁ ଏବଂ ଆଗକୁ ବଢ଼ନ୍ତୁ।
-ମ୍ୟାନେଜ ଉପରେ କ୍ଲିକ୍ କରନ୍ତୁ ଏବଂ ଏହାପରେ ମୂଳ ବିବରଣୀ ସଂଶୋଧିତ ଅପ୍ଶନକୁ ଯାଆନ୍ତୁ।
-ଏହାପରେ ଆଧାର ଅନୁସାରେ ନାମ ଓ ଜନ୍ମ ତାରିଖର ସମ୍ପୂର୍ଣ୍ଣ ବିବରଣୀ ଦିଅନ୍ତୁ। ଏବେ ସେଭ୍/ସବ୍ମିଟ ଉପରେ କ୍ଲିକ୍ କରି ଦିଅନ୍ତୁ।
-ନିଜ ନାମ ପରିବର୍ତ୍ତନ ଅନୁରୋଧକୁ ସ୍ୱୀକାର କରିବା ପାଇଁ କମ୍ପାନୀକୁ ସୂଚନା ଦେବା ଜରୁରୀ।
ଏହିପରି ଭାବେ ଆପଣ ଚାହିଁଲେ, ନିଜ EPFO ଆକାଉଣ୍ଟରେ ନାମ ଓ ଜନ୍ମ ତାରିଖରେ ପରିବର୍ତ୍ତନ କରିପାରିବେ। ଏହି ପରିବର୍ତ୍ତନ ବିଲ୍କୁଲ ଆପଣଙ୍କ ଆଧାରରେ ଦିଆଯାଇଥିବା ତଥ୍ୟ ଭଳି ହିଁ ହେବା ଉଚିତ, ଯେପରି ଆଗାମୀ ସମୟରେ ପିଏଫ୍ କିମ୍ବା ଅନ୍ୟ ଜରୁରୀ କାମରେ ସମସ୍ୟାର ସାମ୍ନା କରିବାକୁ ପଡ଼ିବ ନାହିଁ।