Below header

LIC ର ଏହି ପ୍ଲାନରେ ମାତ୍ର ୪୪ ଟଙ୍କା ନିବେଶ କଲେ ଆପଣ ପାଇପାରିବେ ୨୭.୬୦ ଲକ୍ଷ ଟଙ୍କା

ଦିନ କୁ ଦିନ ଏଲଆଇସି ନିଜ ଗ୍ରାହକମାନଙ୍କ ପାଇଁ ଭିନ୍ନ ଭିନ୍ନ ପ୍ଲାନ ମାନ ଲଂଚ କରିବାରେ ଲାଗିଛି । ଏହି ପ୍ଲାନ ଗୁଡିକରେ ବିନିଯୋଗ କରି ଆପଣ ନିଜର ତଥା ନିଜ ପରିବାରର ଭବିଷ୍ୟତକୁ ଅଧିକରୁ ଅଧିକ ସିକ୍ୟୁର କରିପାରିବେ । ଏଲଆଇସିର କିଛି ପଲିସୀ ଭିତରୁ ଗୋଟିଏ ହେଉଛି “ଜୀବନ ଉମଂଗ ପଲିସୀ” । ଯେଉଁଥିରେ ଆପଣ ବିନିଯୋଗ କରି ଆପଣ ଏକ ବଡ ଆକାରର ରିଟର୍ଣ୍ଣ ପାଇପାରିବେ । ତେବେ ଆସନ୍ତୁ ଏଲଆଇସିର ଏହି ପଲିସୀ ବିଷୟରେ ବିସ୍ତୃତରେ ଜାଣିରଖିବା । ଅନେକ ଦୃଷ୍ଟିରୁ ଏଲଆଇସିର ଜୀବନ ଉମଂଗ ପଲିସୀ ଏହାର ଅନ୍ୟ ପଲିସୀ ଗୁଡିକ ଅପେକ୍ଷା କିଛିଟା ଭିନ୍ନ । ୯୦ ଦିନ ବୟସ୍କରୁ ୫୫ ବର୍ଷ ବୟସ୍କ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ଏହି ପଲିସୀର ଲାଭ ନେଇପାରିବେ । ଏହା ଏକ ଦୀର୍ଘକାଳୀନ ବିନିଯୋଗ ସ୍ଟ୍ରାଟେଜୀ । ଲାଇଫ ଇନ୍ସୁରାନ୍ସ ସହିତ ମାଚ୍ୟୁରିଟି ହେଲେ ଏକ ବଡ ଆକାରର ଅର୍ଥ ପାଇପାରନ୍ତି ଗ୍ରାହକମାନେ । ମାଚ୍ୟୁରୀଟି ହେବା ପରେ ବାର୍ଷିକ ଏକ ନିର୍ଦ୍ଦିଷ୍ଟ ପରିମାଣର ଅର୍ଥରାଶି ଆପଣଙ୍କ ଆକାଉଣ୍ଟରେ ଡିପୋଜିଟ ହୋଇଯିବ । ପଲିସି ଧାରକଙ୍କ ମୃତ୍ୟୁ ପରେ ଏହି ଅର୍ଥ ତାଙ୍କ ପରିବାର ଲୋକ କିମ୍ବା ନୋମିନି ମାନଙ୍କ ଆକାଉଣ୍ଟକୁ ଚାଲିଯିବ । ଏହି ପଲିସିର ଆଉ ଏକ ଲାଭ ହେଉଛି ଏହା ୧୦୦ ବର୍ଷ ପର୍ଯ୍ୟନ୍ତ ପ୍ଳାନିଙ୍ଗର କଭର ଦେଇଥାଏ ।

ଯଦି ଆପଣ ମାସକୁ ୧୩୦୨ ଟଙ୍କା ଦେଉଛନ୍ତି ତେବେ ମୋଟ ରୂପରେ ଆପଣ ମାସକୁ ୧୫ ହଜାର ୨୯୮ ଟଙ୍କା ଦେବେ । ଯଦି ଆପଣ ଏହି ପଲିସୀ ୩୦ ବର୍ଷ ପର୍ଯ୍ୟନ୍ତ ରଖୁଛନ୍ତି ତେବେ ଏହି ଅର୍ଥରାଶୀର ମୋଟ ପରିମାଣ ୪
ଲକ୍ଷ ୫୮ ହଜାର ଟଙ୍କା ହେବ । ୩୧ ତମ ବର୍ଷ ପରେ କମ୍ପାନୀ ପ୍ରତିବର୍ଷ ଆପଣଙ୍କୁ ଆପଣଙ୍କ ଇନଭେଷ୍ଟମେଣ୍ଟ ଉପରେ ୪୦ ହଜାର ଟଙ୍କା ରିଟର୍ଣ୍ଣ ଦେବ । ତେବେ ୩୧ ରୁ ୧୦୦ ବର୍ଷ ଭିତରେ ଆପଣଙ୍କୁ ୨୭ ଲକ୍ଷ ୬୦
ହଜାର ଟଙ୍କା ମିଳିବ ।

ବିନିଯୋଗକାରୀଙ୍କର କୌଣସି ଆକ୍ସିଡେଣ୍ଟାଲ ଡେଥ କିମ୍ବା ମୃତ୍ୟୁ ହେଲେ କିମ୍ବା କୌଣସି ଅଙ୍ଗ କ୍ଷତିଗ୍ରସ୍ତ ହେଲେ ଏକ ଟର୍ମ ରାଇଡର ବେନିଫିଟ ବି ମିଳିପାରିବ । କିନ୍ତୁ କମ୍ପାନୀର କୌଣସି ଲାଭ କିମ୍ବା କ୍ଷତି ହେଲେ ମିଳିବାକୁ ଥିବା ଅର୍ଥରାଶି ଉପରେ ଏହାର ପ୍ରଭାବ ନିଶ୍ଚିତ ରୂପେ ପଡିବ । ଯଦି ଯେହି ଜୀବନ ଉମଂଗ ପଲିସିର ଲାଭ ନେବାକୁ ଚାହୁଁଛନ୍ତି ତେବେ ଅତି କମରେ ୨ ଲକ୍ଷ ଟଙ୍କାରୁ ଆରମ୍ଭ କରନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.