ଆରମ୍ଭ ହେଲା ଅଙ୍କିତା ଓ ଭିକ୍କିଙ୍କ ବିବାହ ରୀତିନୀତି, ସାମ୍ନାକୁ ଆସିଲା ଫଟୋ

ଏବେ ବଲିଉଡ୍‌ରେ ଚାଲିଛି ବିବାହ ଋତୁ। ସବୁ ବଡ଼ ବଡ଼ ସେଲିବ୍ରିଟି ଏବେ ହାତକୁ ଦି ହାତ ହେଉଛନ୍ତି। ରାଜକୁମାର ରାଓଙ୍କ ଠାରୁ ଆରମ୍ଭ କରି କ୍ୟାଟ୍ରିନା କୈଫ୍‌, ଭିକ୍କି କୌଶଲଙ୍କ ପରେ ଏବେ ଏହି ତାଲିକାରେ ଯୋଡ଼ି ହୋଇଛନ୍ତି ଟିଭି ଅଭିନେତ୍ରୀ ଅଙ୍କିତା ଲୋଖଣ୍ଡେ। କିଛି ଦିନ ହେଲା ଅଙ୍କିତାଙ୍କ ବିବାହ ଖବର ଚର୍ଚ୍ଚାରେ ରହିଥିଲା। ତେବେ ବର୍ତ୍ତମାନ ଏହି ଖବରର ସତ୍ୟତା ସାମ୍ନାକୁ ଆସିଛି। ଅଙ୍କିତା ଲୋଖଣ୍ଡେ ବୟଫ୍ରେଣ୍ଡ ଭିକ୍କି ଜୈନ୍‌କୁ ଏବେ ବିବାହ କରିବାକୁ ଯାଉଛନ୍ତି। ଅଙ୍କିତା ଲୋଖଣ୍ଡେ ନିଜ ଇନ୍‌ଷ୍ଟାଗ୍ରାମ୍‌ରେ ସକାଳୁ ସକାଳୁ ଅନେକ ସୁନ୍ଦର ସୁନ୍ଦର ଫଟୋ ସେୟାର କରିଛନ୍ତି। ଯେଉଁଥିରୁ ସ୍ପଷ୍ଟ ହୋଇଛି ଯେ ଅଙ୍କିତାଙ୍କ ବିବାହ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି।

ଅଙ୍କିତା ନିଜ ସୋସିଆଲ ମିଡିଆରେ ଶୁକ୍ରବାର ଦିନ ବୟଫ୍ରେଣ୍ଡ ଭିକ୍କି ଜୈନ୍‌ଙ୍କ ସହ ପ୍ରି-େଓ୍ଵଡିଂ ଫେଷ୍ଟିଭାଲର କେତେକ ଫଟୋ ସେୟାର କରିଛନ୍ତି। ଏହି ଫଟୋରେ ଅଙ୍କିତା ଓ ଭିକ୍କିଙ୍କ ବ୍ୟତୀତ କିଛି ପରିବାର ସଦସ୍ୟ ମଧ୍ୟ ନଜର ଆସିଛନ୍ତି।

ଦେଖନ୍ତୁ ଫଟୋ:

 

View this post on Instagram

 

A post shared by Ankita Lokhande (@lokhandeankita)


ଫଟୋରେ ଅଙ୍କିତା ଏକ ସାଦା ଗ୍ରୀନ୍‌ ରଙ୍ଗର ଶାଢ଼ି ପିନ୍ଧିଛନ୍ତି। ଶାଢ଼ିରେ ପିଙ୍କ ଗୋଲ୍ଡେନ୍‌ ବର୍ଡର ରହିଛି। ଅଙ୍କିତା ମୁଣ୍ଡରେ ମହାରାଷ୍ଟ୍ରରେ ବିବାହରେ ପିନ୍ଧା ଯାଉଥିବା ଏକ ସୂତା ମଧ୍ୟ ବାନ୍ଧିଛନ୍ତି। ଏହି ଫଟୋରେ ଭିକ୍କି ଅଫ୍‌ ହ୍ଵାଇଟ୍‌ କୁର୍ତ୍ତା ସହ ଧଳା ପ୍ୟାଣ୍ଟ ପିନ୍ଧିଥିବା ନଜର ଆସିଛନ୍ତି। ଉଭୟେ ଫଟୋରେ ବେଶ୍‌ ଖୁସି ନଜର ଆସୁଛନ୍ତି। ଏହି ଫଟୋରେ ଅଙ୍କିତା ଭିକ୍କିଙ୍କ କୋଳରେ ବସିଛନ୍ତି। ଫଟୋରୁ ଆପଣ ଅନୁମାନ କରିପାରୁଥିବେ ଅଙ୍କିତା ଏହି ବିବାହକୁ ନେଇ କେତେ ଖୁସି ଅଛନ୍ତି। ଏହି ଫଟୋର କ୍ୟାପ୍‌ସନ୍‌ରେ ଅଙ୍କିତା ଲେଖିଛନ୍ତି- ”Sacred #AnVikkikahani #Preweddingfestivies.”

ସେହିପରି ଭିକ୍କି ଜୈନ୍‌ ନିଜ ଇନ୍‌ଷ୍ଟାଗ୍ରାମ୍‌ରେ ସେୟାର କରିଥିବା ଫଟୋରେ ଅଙ୍କିତାଙ୍କ ସହ ଡ୍ୟାନ୍ସ କରୁଥିବା ନଜର ଆସିଛନ୍ତି। ଏହି ଫଟୋରେ ଲଭ ବାର୍ଡସ୍‌ ହସୁଥିବା ନଜର ଆସିଛନ୍ତି। ଏହି ଫଟୋର କ୍ୟାପ୍ସନ୍‌ରେ ଭିକ୍କି ମରାଠୀରେ ଲେଖିଛନ୍ତି – ଆଇ ଲଭ୍‌ ଅସ୍‌…ଲେକିନ୍‌ ପିକଚର ଅଭି ବାକି ହେ ମେରେ ଦୋସ୍ତ।

 

View this post on Instagram

 

A post shared by Vicky Jain (@jainvick)

ରିପୋର୍ଟ ମୁତାବକ, ଅଙ୍କିତା ଓ ଭିକ୍କିଙ୍କ ମୁଣ୍ଡାବର ରସମ୍‌ ପରେ ମଙ୍ଗଳାଷ୍ଟକ ରସମ୍‌ ହେବ। ଏହା ପରେ ଜୟମାଲର ସବୁ ବିଧି ପୂରା ହୋଇଯିବ। ତା’ ପରେ ଉଭୟେ ବାହାଘରର ଅନ୍ୟ ବିଧି ପୂରଣ କରି ସାତ ଜନ୍ମ ପାଇଁ ପରସ୍ପରର ହୋଇଯିବେ। ଫଟୋରୁ ଜଣାପଡ଼ୁଛି ଯେ ଉଭୟଙ୍କ ବିବାହ ମରାଠୀ ରୀତିନୀତି ଅନୁସାରେ ହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.