ଯାଜପୁର: ହରିଦାସପୁର ଷ୍ଟେସନରେ ଲାଇନଚ୍ୟୁତ ହେଲା ଦୂରନ୍ତ ଏକ୍ସପ୍ରେସ

ଯାଜପୁର(କେ ନ୍ୟୁଜ): ଯାଜପୁର ଜିଲ୍ଲା ହରିଦାସପୁର ଷ୍ଟେସନରେ ଦୂରନ୍ତ ଏକ୍ସପ୍ରେସ ଲାଇନଚ୍ୟୁତ। ଏକ ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତିଲେ ଯାତ୍ରୀ। ଆଜି ଯଶୋବନ୍ତପୁରରୁ ହାୱଡ଼ା ଯାଉଥିବା ସମୟରେ ଟ୍ରେନ ଲାଇନଚ୍ୟୁତ ହୋଇଥିବା ସୂଚନା। ଟ୍ରେନର ଗୋଟିଏ ବଗି ଲାଇନଚ୍ୟୁତ ହୋଇଥିବା ବେଳେ କୌଣସି କ୍ଷୟକ୍ଷତି ହୋଇନଥିବା ସୂଚନା। ଲାଇନଚ୍ୟୁତ ପରେ ଷ୍ଟେସନରେ ଅଟକି ରହିଛି ଦୁରନ୍ତ ଏକ୍ସପ୍ରେସ, ଘଟଣାସ୍ଥଳରେ ପହଂଚି ଖୋର୍ଦ୍ଧା ରେଳ ଡିଭିଜନର ଅଧିକାରୀମାନେ ପରିସ୍ଥିତିର କଲେ ଅନୁଧ୍ୟାନ। ଟ୍ରାକରୁ ଖସିଲା ଟ୍ରେନ । ଫଳରେ ଏକ ବଡ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ହଜାର ହଜାର ଯାତ୍ରୀ । ଯାଜପୁର ଜିଲ୍ଲା ହରିଦାସପୁର ରେଳ ଷ୍ଟେସନରେ ଯଶୋବନ୍ତପୁର-ହାୱାଡା ଦୂରନ୍ତ ଏକ୍ସପ୍ରେସ ହେଲା ଲାଇନଚ୍ୟୁତ । ତେବେ ଟ୍ରେନଟି ଟ୍ରାକରୁ ଖସିଲା କେମିତି ତାହାର କାରଣ ସ୍ପଷ୍ଟ ଜଣାପଡିନଥିବା ବେଳେ ଘଟଣାସ୍ଥଳରେ ପହଂଚି ଏହାର କାରଣ ଖୋଜିଛନ୍ତି ରେଳବାଇ ବିଭାଗର ଅଧିକାରୀ । ଏପଟେ ଯାତ୍ରୀମାନଙ୍କୁ ସୁରକ୍ଷିତ ଭାବେ ସେମାନଙ୍କ ଗନ୍ତବ୍ୟସ୍ଥଳକୁ ପଠାଯିବାର ବ୍ୟବସ୍ଥା କରାଯାଇଛି ।

ସମୟ ପାଖାପାଖି ୧୧.୩୦ମି ସମୟ ହେବ । ଏହି ସମୟରେ ଯାଜପୁର ଜିଲ୍ଲା ହରିଦାସପୁର ରେଳ ଷ୍ଟେସନର ଘଟିଥିଲା ଅଘଟଣ । ହଠାତ ଏକ ଶବ୍ଦ ହୋଇଥିଲା । ଅଚାନକ କେହି କିଛି ବୁଝି ପାରିନଥିଲେ । ଯାତ୍ରୀମାନଙ୍କ ମଧ୍ୟରେ ହୋ ହାହ୍ଲା ଆରମ୍ଭ ହୋଇଯାଇଥିଲା । ଯଶୋବନ୍ତପୁରରୁ ହାୱାଡା ଅଭିମୁଖେ ବାହାରିଥିବା ଦୂରନ୍ତ ଏକ୍ସପ୍ରେସ ଟ୍ରେନଟି ହଠାତ୍ ହରିଦାସପୁର ଷ୍ଟେସନ ନିକଟରେ ଟ୍ରାକରୁ ଖସି ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଟ୍ରେନଟି ଲାଇନଚ୍ୟୁତ ହେବା ଜାଣି ପାରି ଡ୍ରାଇଭର ଟ୍ରେନଟିକୁ ଧିର ଗତି କରାଇ ଦେଇଥିଲେ । ଫଳରେ ଏହି ଅଘଟଣ ସମୟରେ କୈାଣସି ଯାତ୍ରୀ ବା ଅନ୍ୟ କେହି ଆହତ ହୋଇନାହାନ୍ତି । ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ବେଳେ ଏକ ବଡ ଦୁର୍ଘଟଣାରୁ ଅଳ୍ପକେ ବର୍ତିଯାଇଛନ୍ତି ହଜାର ହଜାର ଯାତ୍ରୀ । ଲାଇନଚ୍ୟୁତ ଯୋଗୁ ସେହି ଟ୍ରାକରେ ଅନ୍ୟାନ୍ୟ ଟ୍ରେନ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା ।

ଇଂଜିନକୁ ଲାଗିଥିବା ପାର୍ସଲ ବଗି ଟ୍ରାକରୁ ଖସି ଲାଇନଚ୍ୟୁତ ହୋଇଥିବା ନେଇ ଜଣାଯାଇଛି । ଟ୍ରେନଟି ଲାଇନଚ୍ୟୁତ ହେବା ପରେ ସମସ୍ତ ଯାତ୍ରୀ ତଳକୁ ଓହ୍ଲାଇ ଆସିଥିଲେ । ଖବର ପାଇ ରେଳବାଇ ବିଭାଗର ଅଧିକାରୀମାନେ ଘଟଣାସ୍ଥଳରେ ପହଂଚି ସ୍ଥିତିର ଅନୁଧ୍ୟାନ କରିଥିଲେ । ପରେ ଏକ ରେଳଷ୍ଟସନ ଭ୍ୟାନ ଘଟଣାସ୍ଥଳରେ ପହଂଚିଥିଲା । ଯୁଦ୍ଧକାଳୀନ ଭିତିରେ ପୁନରୁଦ୍ଧାର କାର୍ଯ୍ୟରେ ଲାଗିପଡିଥିଲେ ରେଳ ବିଭାଗର କର୍ମଚାରୀ । ଯାତ୍ରୀମାନଙ୍କୁ ସୁରକ୍ଷିତ ଅବସ୍ଥାରେ ସେମାନଙ୍କ ଗନ୍ତବ୍ୟସ୍ଥଳକୁ ପଠାଯିବା ସେମାନଙ୍କର ପ୍ରଥମ ପ୍ରାଥମିକତା ବୋଲି ଖୋର୍ଦ୍ଧା ରେଳବାଇ ବିଭାଗର ଏଡିଆରଏମ ସୂଚନା ଦେଇଥିଲେ । ପରବର୍ତ୍ତି ପର୍ଯ୍ୟାୟରେ ଟ୍ରେନଟି କିଭଳି ଲାଇନଚ୍ୟୁତ ହେଲା ସେ ନେଇ ତଦନ୍ତ କରାଯାଇ ବିଭିନ୍ନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.