ଚାକିରି ନଥିଲେ ମଧ୍ୟ ଏବେ ଆଉ ଚିନ୍ତା ନାହିଁ, ଏହି ବିଭାଗରେ ମିଳୁଛି ରୋଜଗାରର ସୁଯୋଗ

ନୂଆଦିଲ୍ଲୀ : ଆଜିର ସମୟରେ ଘର ଚଳାଇବା ପାଇଁ ରୋଜଗାର ଅତିଆବଶ୍ଯକୀୟ ହୋଇଯାଇଛି। ସରକାରୀ ସଂସ୍ଥାରେ ଚାକିରି ସ୍ବପ୍ନ ହୋଇଥିବା ବେଳେ ବେସରକାରୀ ସଂସ୍ଥାରେ ଏହା ମିଳିବା କଷ୍ଠକର ହୋଇଯାଇଛି। ଏମିତିରେ ଯଦି ଆପଣ ମଧ୍ୟ ରୋଜଗାର କରବାର କୌଣସି ଉପାୟ ଖୋଜୁଛନ୍ତି ତେବେ ଏହି ରିପୋର୍ଟଟି ଖାସ ଆପଣଙ୍କ ପାଇଁ। ଆମେ ରୋଜଗାରର ଏପରି କିଛି ଉପାୟ କହିବାକୁ ଯାଉଛୁ ଯାହା ଦ୍ବାରା ଆପଣଙ୍କର କାର୍ଯ୍ଯଳୟର ସମସ୍ତ ଚିନ୍ତାକୁ ଦୂର କରିବା ସହ ଚାକିରି ଯିବାର ଚିନ୍ତାକୁ ମଧ୍ୟ ଦୂର କରିବ।

ଇନଷ୍ଟାଗ୍ରାମ ମାର୍କେଟିଂ

ଏହା ରୋଜଗାର କରିବାର ନୂତନ ପନ୍ଥା ଅଟେ। ଯଦି ଆପଣଙ୍କ ପାଖରେ ଫଟୋ ଏବଂ ଭିଡ଼ିଓ କ୍ଳିକ୍ କରିବାର ଯୋଗ୍ଯତା ରହିଛି ତେବେ ଆପଣ ଇନଷ୍ଟାଗ୍ରାମରେ ବିଭିନ୍ନ କମ୍ପାନି ତରଫରୁ ଫିଡ଼୍ ଫୁଲ କରିବାର ଅଫର ପାଇପାରିବେ। ତେବେ ଏଥିପାଇଁ କିଛି ସାଧାରଣ ଟ୍ରେନିଂର ଆବଶ୍ଯକ ରହିଛି। ଏଥିପାଇଁ ଆପଣ ଅନଲାଇନ୍ କୋର୍ସ ମଧ୍ୟ କରିପାରିବେ। ଏହି କୋର୍ସରେ ଘରେ ବସି ଇନଷ୍ଟାଗ୍ରାମରୁ ରୋଜଗାର କରିବାର ସମସ୍ତ ଉପାୟ ପ୍ରଶିକ୍ଷଣ ଦିଆଯାଇଥାଏ।

working-man

ସୋସିଆଲ ମିଡ଼ିଆ ମାର୍କେଟିଂ କନ୍ସଲେଟ୍

ସାଧାରଣତଃ କମ୍ପାନି ଗୁଡ଼ିକୁ ନିଜର ପ୍ରଡ଼ୋକ୍ଟ ଏବଂ କମ୍ପାନିର ପ୍ରମୋସନ କରିବା ପାଇଁ ସୋସିଆଲ ମିଡ଼ିଆ ମାର୍କେଟିଂ କନ୍ସଲେଟର ଆବଶ୍ଯକ ପଡ଼ିଥାଏ। ଦେଖିବାକୁ ଗଲେ ଆଜିର ସମୟରେ ସୋସିଆଲ ମିଡ଼ିଆ ରୋଜଗାରର ଏକ ବଡ଼ ପ୍ଲାଟଫର୍ମ ଭାବେ ଗଣାଯାଉଛି। ଏଣୁ ଏବେ ଏପରି ବ୍ଯକ୍ତିଙ୍କର ସବୁବେଳେ ଚାହିଦା ରହୁଛି ଯେଉଁମାନେ ଏହାକୁ ଭଲ ଭାବେ ମ୍ଯାନେଜ୍ କରିବା ସହ ଏଥି ସମ୍ବନ୍ଧିୟ ସମସ୍ତ ବିଷୟରେ ଅବଗତ ରହିଛନ୍ତି।

ଗ୍ରାଫିକ୍ ଡ଼ିଜାଇନର

ଫୁଲ ଟାଇମ୍ ହେଉବା ଫ୍ରିଲାସିଂ ସବୁବେଳେ ଏମିତି ଲୋକଙ୍କ ଚାହିଦା ରହିଥାଏ ଯେଉଁମାନଙ୍କୁ ଗ୍ରାପିକ  ଡ଼ିଜାଇନ୍ ବିଷୟରେ ଜ୍ଞାନ ରହିଛି। ପ୍ରାୟ ସମସ୍ତ କମ୍ପାନିରେ ଏହି ଲୋକଙ୍କର ଚାହିଦା ରହିଥାଏ। କମ୍ପାନିର ସମସ୍ତ ଜିନିଷକୁ ଗ୍ରାହକଙ୍କ ପାଖରେ ସିଧାସଳଖ ଭଲ ଭାବେ ପହଞ୍ଚାଇବାକୁ ଜଣେ ଗ୍ରାଫିକ୍ ଡ଼ିଜାଇନର ହିଁ ସାହାଯ୍ଯ କରିଥାଏ। ତେବେ ଏଥିପାଇଁ ଗ୍ରାଫିକ୍ ଡ଼ିଜାଇନରର କୋର୍ସ କରିବାକୁ ପଡ଼ିବ। ଏଥିପାଇଁ ଅନେକ ପ୍ରକାରର ସଂସ୍ଥା ମଧ୍ୟ ଆଜିକାଲି ଖୋଲୁଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.