କେଶ ଝଡିବାକୁ ନେଇ ଚିନ୍ତିତ କି? ତେବେ ଖାଆନ୍ତୁ ଏହି ଭିଟାମିନ୍

ମହିଳା ହେଉ ବା ପୁରୁଷ ସମସ୍ତେ ଚାହାନ୍ତି ନିଜ ହେଲ୍ଥ ଏବଂ ଲୁକ୍ କୁ ସବୁବେଳେ ପରଫେକ୍ଟ ରଖିବା ପାଇଁ। ଏଥିପାଇଁ ଆମେ ବିଭିନ୍ନ ଉପାୟ ମଧ୍ଯ ଅବଲମ୍ବନ କରିଥାଉ । ତାହା ତ୍ବଚା ପାଇଁ ହେଉ କି ଶରୀରର ଫିଟନେସ୍ ପାଇଁ । ହେଲେ ଆଜିକାଲି ପ୍ରାୟେ ସମସ୍ତଙ୍କଠାରେ ଗୋଟେ ସମାନ ଅସୁବିଧା ଦେଖିବାକୁ ମିଳୁଛି । ଯାହା ଏବେ ଘରେ ଘରେ ଚିନ୍ତାର କାରଣ ପାଲଟିଛି । ସେ ହେଉଛି ଆମ କେଶ । ଆଜ୍ଞା ହଁ କେଶ ଝଡିବା ଅସୁବିଧାରେ ଏବେ ପ୍ରାୟେ ଆମେ ସମସ୍ତେ ଜଡିତ । ଆଜିକାଲି କେଶ ଝଡ଼ିବା ଅନେକଙ୍କ ପାଇଁ ଏକ ମୁଖ୍ୟ ସମସ୍ୟା ହୋଇଗଲାଣି । ବୟଷ୍କ ବ୍ଯକ୍ତି ହେଉ କିମ୍ବା ଯୁବକ କେଶ ଝଡିବା ଅସୁବିଧାରେ ସମସ୍ତେ ପଡୁଛନ୍ତି । ବୟସ ଥାଉ ଥାଉ କେତେକ ବ୍ୟକ୍ତି ଚନ୍ଦା ହୋଇ ଯାଉଛନ୍ତି। ଯାହା କମ୍‌ ବୟସରେ ବୃଦ୍ଧାବସ୍ଥାର ଭ୍ରମ ସୃଷ୍ଟି କରୁଛି ।

ତେବେ ଏହି କେଶ ଝଡିବାର ମୁଖ୍ଯ କାରଣ କଣ?

ଏହାର ମୁଖ୍ଯ କାରଣ ହେଉଛି ନିଜର ଖାଦ୍ଯ ପାନୀୟ । ବିଶେଷ କରି ପୁଷ୍ଟିସାର ଖାଦ୍ଯ ଆମ କେଶକୁ ମଜବୁତ୍ ରଖିବାରେ ବେଶ ଫଳପ୍ରଦ ହୋଇଥାଏ । ତେଣୁ ପୁଷ୍ଟିସାର ଖାଦ୍ଯ କମ୍ କେଶ ଖାଇବା ଦ୍ବାରା କେଶ ଝଡିଥାଏ । ଏହା ସହ ବଜାରରେ ମିଳୁଥିବା ବିଭିନ୍ନ କେମିକାଲ ପ୍ରଡକ୍ଟସ୍‌ ପାଇଁ ବେଶ୍ କ୍ଷତିକାରଣ ପ୍ରମାଣିତ ହୋଇଥାଏ । ଯଦି ଆପଣ ଏହି କେଶ ଝଡିବା ସମସ୍ଯାରେ ପଡିଛନ୍ତି, ତେବେ ଚିନ୍ତା କରିବା ଆଦୌ ଦରକାର ନାହିଁ । ଏମିତି କିଛି ଉପାୟ ରହିଛି ଯାହା ଆପଣଙ୍କ କେଶ ଝଡିବା କମ୍ କରିବାରେ ବେଶ ସହାୟକ ହେବ ।

ଏମିତି କିଛି ଭିଟାମିନ୍ ଯାହା ଆପଣଙ୍କ କେଶ ଝଡିବା କମ୍ କରିବା ସହ ଆପଣଙ୍କ କେଶକୁ ଲମ୍ବା ଏବଂ ମଜବୁତ୍ କରିବାରେ ସାହାର୍ଯ୍ଯ କରିବ 

girlପ୍ରୋଟିନ୍

ପ୍ରୋଟିନ୍ ଯୁକ୍ତ ଖାଦ୍ୟ ଖାଇବା ଦ୍ୱାରା କେଶ ମୂଳ ଅଧିକ ମଜବୁତ୍‌ ରହିଥାଏ। ମାଂସ ଓ ଅଣ୍ଡାରେ ବହୁ ପରିମାଣରେ ପ୍ରୋଟିନ୍ ରହିଛି। ଅଣ୍ଡାରେ ୧୧ରୁ ୧୪ ପ୍ରତିଶତ ପ୍ରୋଟିନ୍ ରହିଥିବା ବେଳେ ମାତ୍ର ୧୦୦ ଗ୍ରାମ୍ ମାଂସରେ ୨୦ରୁ ୨୨ ଗ୍ରାମ୍‌ ପ୍ରୋଟିନ୍‌ ରହିଛି। ତେଣୁ ଆମିଷ ଖାଦ୍ଯ କେଶ ପାଇଁ ଭଲ ହୋଇଥାଏ ।

ଡାଲି

dalଡାଲିରେ ଭିଟାମିନ୍‌ ବି’ ଏବଂ ଆଣ୍ଟିଅକ୍ସିଡାଣ୍ଟ୍‌ର ମାତ୍ରା ଅଧିକ ରହିଥାଏ । ସେହିପରି ଡାଲିରେ ଥିବା ଡାଇଟାରୀ ଫାଇବର୍‌ ଶରୀର ପାଇଁ ବେଶ୍‌ ଉପକାରୀ ସାବ୍ଯସ୍ତ ହୋଥାଏ । ଏଥିରେ ଥିବା ଭିଟାମିନ୍‌ କେଶକୁ ମଜବୁତ ରଖିବାରେ ସହାୟକ ହୋଇଥାଏ।

ଭିଟାମିନ୍‌ ବି-କମ୍ପ୍ଲେକ୍ସ

aluଏହା ଶରୀର ପାଇଁ ବେଶ୍‌ ଉପଯୋଗୀ। ଭିଟାମିନ୍‌ ବି-କମ୍ପ୍ଲେକ୍ସ ମସ୍ତିଷ୍କକୁ କ୍ରିୟାଶୀଳ କରେ । ସେହିପରି ସୋୟା, ଆଳୁ, ଗାଜର,ମୂଳା ଓ ବିଟ୍‌ରେ ଭିଟାମିନ୍‌ ବି-କମ୍ପ୍ଲେକ୍ସ ପ୍ରଚୁର ଥାଏ। ଯହାକୁ ଖାଇବା ଦ୍ବାରା ଆପଣ ଏହି କେଶ ଝଡିବା ସମସ୍ଯାରୁ ମୁକ୍ତି ପାଇପାରିବେ ।

ଦୁଗ୍ଧଜାତୀୟ ଖାଦ୍ୟ

milk-productsକ୍ଷୀର, ପନିର ଏବଂ ଅନ୍ଯ ସବୁ ଦୁଗ୍ଧ ଜାତୀୟ ଖାଦ୍ଯରେ ପ୍ରୋଟିନ୍‌, କ୍ୟାଲ୍‌ସିୟମ୍‌ ଏବଂ ରାଇବୋଫ୍ଲୋବିନ ରହିଥାଏ । ଏହା ଛଡ଼ା ଦୁଗ୍ଧଜାତୀୟ ଖାଦ୍ୟରେ ଭିଟାମିନ୍‌ ଏ’, ଡି’, କେ’ ଏବଂ ଈ’ ସହିତ ଫସ୍‌ଫରସ୍‌, ମ୍ୟାଗ୍ନେସିୟମ୍‌ ଓ ଆୟୋଡିନ ପରି କିଛି ଦ୍ରବ୍ୟ ରହିଥାଏ, ଯାହା ଆପଣ ନିୟମିତ ଖାଇଲେ କେଶ ଝଡ଼ିବା ସମସ୍ୟାରୁ ମୁକ୍ତି ପାଇପାରିବେ ।

ରାଶି ତେଲ

rashiଯଦି ଆପଣଙ୍କର ଅତ୍ୟଧିକ କେଶ ଝଡୁଛି ତେବେ ସବୁଠାରୁ ଭଲ ଏବଂ ଉପକାରୀ ହେଉଛି ରାଶି ତେଲ । ତେବେ ରାଶି ତେଲକୁ କେଶର ମୂଳରେ ଲଗାଇ ମାଲିସ୍‌ କଲେ ଆପଣଙ୍କ କେଶ ମଜବୁତ ରହିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.