Below header

ଖୁବ୍ ଶ୍ରୀଘ୍ର ଅଚଳ ହୋଇଯିବ ଆପଣଙ୍କ ଡେବିଟ୍ ଏବଂ କ୍ରେଡିଟ୍ କାର୍ଡ , ଆରବିଆଇ ଜାରି କଲା ଡେଡଲାଇନ୍

ଅଚଳ ହୋଇଯିବ କ୍ରେଡିଟ୍ ଏବଂ ଡେବିଟ୍ କାର୍ଡ ।  ପୂର୍ବରୁ କେବଳ ଏସବିଆଇର ମ୍ଯାଗ୍ନେଟିକ୍ ଷ୍ଟ୍ରାଇପ୍ ବାଲା ଡେବିଟ୍ ଏବଂ ଡେବିଟ୍ କାର୍ଡ ୩୧ ଡିସେମ୍ବର ପରେ ବନ୍ଦ ହୋଇଯିବା ଖବର ଆସିଥିଲା । ମାତ୍ର ଏବେ ଏହି ନିୟମ ସମସ୍ତ ବ୍ଯାଙ୍କର ଡେବିଟ୍ ଏବଂ କ୍ରେଡିଟ୍ କାର୍ଡ ଉପରେ ଲାଗୁ କରାଯିବ । ଏନେଇ ଏକ ନିର୍ଦ୍ଦେଶନାମା ଜାରି କରିଛି ଆରବିଆଇ ।

ଏବେ ଗ୍ରାହକଙ୍କୁ କାର୍ଡ ବଦଳାଇବାକୁ ମୋବାଇଲରେ ମେସେଜ୍ ଦେଉଛି ବ୍ଯାଙ୍କ୍ । ୩୧ ଡିସେମ୍ବର ପୂର୍ବରୁ ନିଜ କାର୍ଡ ବଦଳାଇବାକୁ କହିଛି ବ୍ଯାଙ୍କ୍ । ଏହା ଏଥିପାଇଁ ଗ୍ରାହକଙ୍କୁ ବ୍ଯାଙ୍କ୍ ଦେଇଥିବା ଅଧିକାଂଶ କାର୍ଡ ମ୍ଯାଗ୍ନେଟିକ୍ ଷ୍ଟ୍ରାଇପ୍ ବା ମ୍ଯାଗଷ୍ଟ୍ରିପ୍ ବାଲା । ଆଉ ଏହି କାର୍ଡ ସହଜରେ ଠକେଇର ଶିକାର ହେଉଥିବା ଅଭିଯୋଗ ହୋଇଛି । ତେଣୁ ବ୍ଯାଙ୍କ୍ ଇଏମଭି (ୟୁରୋପ, ମାଷ୍ଟରକାର୍ଡ, ଭିସା) ଚିପ୍ କାର୍ଡ ଜାନୁଆରୀରୁ ଜାରି କରିବ । ଭାରତୀୟ ରିଜର୍ଭ ବ୍ୟାଙ୍କ ସମସ୍ତ ବ୍ୟାଙ୍କଗୁଡିକୁ ନିର୍ଦ୍ଦେଶ ଦେଇ କହିଛି କି, ସେମାନେ ନିଜ ନିଜ ଗ୍ରାହକମାନଙ୍କୁ ମ୍ୟାଗଷ୍ଟ୍ରିପ ଆଧାରିତ ଏଟିଏମ ଡେବିଟ୍ କାର୍ଡକୁ ଇଏମଭି ଚିପ୍ ବିଶିଷ୍ଟ କାର୍ଡ ସହ ରିପ୍ଲେସ କରିବାକୁ ।

ତେବେ ମ୍ୟାଗଷ୍ଟ୍ରିପ ଡେବିଟ କାର୍ଡକୁ ଇଏମଭି ଚିପ୍ ବିଶିଷ୍ଟ ଡେବିଟ୍ କାର୍ଡ ସହ ରିପ୍ଲେସ କରିବା ଦ୍ୱାରା ଗ୍ରାହକଙ୍କୁ କୌଣସି ଅତିରିକ୍ତି ଚାର୍ଜ ଦେବାକୁ ପଡିବନାହିଁ । ତେବେ କାର୍ଡ ରିପ୍ଲେସ୍ କରିବାର ଶେଷ ତାରିଖ ହେଉଛି ଚଳିତ ବର୍ଷ ଡିସେମ୍ବର ୩୧ । ଯଦି ଗ୍ରାହକ ଯଦି ଡେଡଲାଇନ୍ ମଧ୍ୟରେ କାର୍ଡ ରିପ୍ଲେସ୍ ନକରନ୍ତି ତେବେ ଏଟିଏମରେ ଟ୍ରାଞ୍ଜାକ୍ସନ୍ କରିପାରିବେ ନାହିଁ । କାରଣ ଏଟିଏମ୍ ମେସିନ୍ ପୁରୁଣା କାର୍ଡକୁ ଆକ୍ସେପ୍ଟ କରିବନି।

କଣ ଇଏମଭି ଚିପ୍ କାର୍ଡ ?

emv chipଇଏମଭିର ପୂରା ନାଁ ୟୁରୋପେ, ମାଷ୍ଟରକାର୍ଡ ଏବଂ ଭିସା । ଏହି କାର୍ଡଗୁଡିକୁ ଚିପ୍ ଆଣ୍ଡ ପିନ୍ କାର୍ଡ ଏବଂ ଚିପ ଆଣ୍ଡ ସିଗନେଚର କାର୍ଡ ମଧ୍ୟ କୁହାଯାଇଥାଏ । ଏହି ଚିପ୍ ଡେବିଟ କାର୍ଡର ପ୍ରିଂଟର ବାମ ପାଖରେ ଲଗାଯାଇଥାଏ । ଯାହା ମାଧ୍ୟମରେ ଟ୍ରାଞ୍ଜାକ୍ସନ କରାଯାଇପାରେ ।

ତେବେ ଏସବିଆଇ ଗ୍ରାହକ ଉଭୟ ଅନଲାଇନ ଏବଂ ଅଫଲାଇନ ମାଧ୍ୟମରେ ମ୍ୟାଗଷ୍ଟ୍ରିପ ବାଲା ଏଟିଏମ କାର୍ଡକୁ ରିପ୍ଲେସ କରିବା ପାଇଁ ଆବେଦନ କରିପାରିବେ । ଜାଣନ୍ତୁ ଅନଲାଇନ ଆବେଦନ କରିବାର ପୂରା ପ୍ରକ୍ରିୟା :

EMV– ପ୍ରଥମେ onlinesbi.com ରେ ଲଗଇନ୍ କରନ୍ତୁ ।

– ଏହାପରେ ନିଜ ୟୁଜରନେମ୍ ଏବଂ ପାସୱାର୍ଡ ଦେଇ ଆକାଉଂଟରେ ଲଗଇନ କରନ୍ତୁ ।

– ଲଗଇନ ହେବା ପରେ ହୋମପେଜରେ ଥିବା e-Services ସେକ୍ସନରେ ଯାଆନ୍ତୁ ।

– ଏହା ପରେ ATM Card Services ଉପରେ କ୍ଲିକ୍ କରନ୍ତୁ ।

– ଏହାପରେ ଏକ ନୂଆ ପେଜ ଖୋଲିବ ଯେଉଁଠି ଗ୍ରାହକଙ୍କୁ ନିଜର ଆକାଉଂଟ ସିଲେକ୍ଟ କରିବାକୁ ପଡିବ ।

– ଆକାଉଂଟ ସିଲେକ୍ଟ କରିବା ପରେ କାର୍ଡ ଉପରେ ଯେଉଁ ନାମ ରଖିବାକୁ ଚାହୁଁଛନ୍ତି ତାହା ସେଠାରେ ଲେଖନ୍ତୁ । ଏହାର ଠିକ୍ ପାଖରେ ଦିଆଯାଇଥିବା ଡ୍ରପ ଡାଉନରୁ ଏଟିଏମ କାର୍ଡର ଟାଇପ ସିଲେକ୍ଟ କରନ୍ତୁ ।

– ଏହାପରେ ନିଜ ରିକ୍ୱେଷ୍ଟ ସବମିଟ୍ କରନ୍ତୁ । ସବମିଟ୍ କରିବା ପରେ ମାତ୍ର ଗୋଟିଏ ସପ୍ତାହ ମଧ୍ୟରେ କାର୍ଡ ଆପଣଙ୍କ ଠିକଣାରେ ପଠାଇଦିଆଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.