ଢେଙ୍କାନାଳ ରାମିଆଳ ନଦୀରେ ଭାସି ଯାଇ ଦମ୍ପତ୍ତି ନିଖୋଜ

ଢେଙ୍କାନାଳ (କେନ୍ୟୁଜ୍) : ରାମିଆଳ ନଦୀରେ ଭାସି ଯାଇ ଦମ୍ପତ୍ତି ନିଖୋଜ । ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଗୁଣ୍ଡିଚାନାଳି ଗାଁର ଏହି ଦମ୍ପତ୍ତି ଜଙ୍ଗଲରୁ ଘରକୁ ଫେରୁଥିବା ବେଳେ ନଦୀରେ ଭାସି ଯାଇଥିଲେ । ନିଖୋଜ ଦମ୍ପତି ହେଉଛନ୍ତି କୁଶ ପ୍ରଧାନ ଓ ତାଙ୍କ ପତ୍ନୀ ରିଙ୍କି ଦେହୁରି । ସେମାନେ ମହୁ ସଂଗ୍ରହ ପାଇଁ ଜଙ୍ଗଲକୁ ଯାଇଥିଲେ । ଫେରିବା ବେଳେ ନଦୀରେ ଭାସି ଯାଇଥିଲେ । ଏପର‌୍ୟ୍ୟନ୍ତ ସେମାନଙ୍କ ପତ୍ତା ମିଳିନି । ଗାଁ ଲୋକ ଏବଂ କାମାକ୍ଷାନଗର ଓ ପର୍ଜଙ୍ଗ ଅଗ୍ନିଶମ ବାହିନୀ ଉଦ୍ଧାର କାଯ୍ୟର୍ ଜାରି ରଖିଛନ୍ତି ।

Leave A Reply

Your email address will not be published.