ରାଜ୍ୟରେ ଗତ ୨୪ ଘଣ୍ଟାରେ ୧୨୦୧ କରୋନା ପଜିଟିଭ୍‌ ଚିହ୍ନଟ, ଗଲା ଆଉ ୧୨ଜଣଙ୍କ ଜୀବନ

ଭୁବନେଶ୍ବର: ରାଜ୍ୟରେ ଗତ ୨୪ ଘଣ୍ଟାରେ ଆଉ ୧୨୦୧ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟାଇନ୍‌ରୁ ୬୯୭ ଓ ଲୋକାଲ କଣ୍ଟାକ୍ଟ କେସ୍‌ ରହିଛି ୫୦୪ । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୩୨ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ମୟୂରଭଞ୍ଜ,ଜଗତସିଂପୁରରୁ ୭୩ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ।

 ନୂଆ ସଂକ୍ରମିତଙ୍କୁ ମିଶାଇ ରାଜ୍ୟରେ ମୋଟ ପଜିଟିଭ୍‌ ୨ଲକ୍ଷ ୯୪ହଜାର ୪୧୫କୁ ବୃଦ୍ଧି ପାଇଛି । ଚିକିତ୍ସିତ ହେଉଛନ୍ତି ୧୩ ହଜାର ୯୧୯ ଓ ସୁସ୍ଥ ହେଲେଣି ୨ଲକ୍ଷ ୭୯ହଜାର ୯୧ଜଣ । ସେହିପରି ରାଜ୍ୟରେ କରୋନାରେ ଆଉ ୧୨ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ରାଜ୍ୟରେ କରୋନାଜନିତ ମୃତ୍ୟୁସଂଖ୍ୟା ୧୩୫୨କୁ ବୃଦ୍ଧି ପାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.