ଆଜି ରାଜ୍ଯରେ ୧୭୮୪ କରୋନା ପଜିଟିଭ୍ ଚିହ୍ନଟ, ଗଲା ୨ଜଣଙ୍କ ଜୀବନ

ଭୁବନେଶ୍ବର: ରାଜ୍ୟରେ ଆଉ ୧୭୮୪ ନୂଆ କରୋନା ପଜିଟିଭ୍‌ ଚିହ୍ନଟ। ଆଉ ୨ ଜଣ କରୋନା ଆକ୍ରାନ୍ତଙ୍କ ଜୀବନ ନେଇଛି ମାରାତ୍ମକ ଭାଇରସ୍‌। ମୃତକ ଦୁଇ ଜଣ ଭଦ୍ରକ ଓ ବଲାଙ୍ଗିର ଜିଲ୍ଲାର। କ୍ୱାରେଣ୍ଟାଇନ୍‌ରୁ ୧୦୩୫ ଓ ଲୋକାଲ କଣ୍ଟାକ୍ଟ କେସ୍‌ ରହିଛି ୭୪୯। ନୂଆପଡ଼ା ଜିଲ୍ଲାରୁ ସର୍ବାଧିକ ୩୦୩ ନୂଆ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି।

ସୁନ୍ଦରଗଡ଼ରୁ ୨୪୧, ଖୋର୍ଦ୍ଧାରୁ ୨୦୧ ଓ ସମ୍ବଲପୁରରୁ ୧୧୪ ନୂଆ କେସ୍‌ ରହିଛି। ବଲାଙ୍ଗିରରୁ ୯୧, ବରଗଡ଼ରୁ ୮୭ ଓ ଗଞ୍ଜାମରୁ ୮୦ ଆକ୍ରାନ୍ତ ରହିଛନ୍ତି। ଗଞ୍ଜାମ ଜିଲ୍ଲାରୁ ଗତକାଲ ୯ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଆଜି ଏକାଥରକେ ୮୦ ପଜିଟିଭ୍‌ ରହିଛନ୍ତି। ରାଜ୍ୟରେ ମୋଟ ପଜିଟିଭ୍‌ଙ୍କ ସଂଖ୍ୟା ୩ଲକ୍ଷ ୫୩ହଜାର ୮୬ ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.