ଆଜି ଭୁବନେଶ୍ୱରର ୭୩ତମ ପ୍ରତିଷ୍ଠା ଦିବସ, କୋଭିଡ୍‌ କଟକଣା ଯୋଗୁଁ ନିରାଡମ୍ବରରେ କରାଯାଉଛି ପାଳନ

 ଭୁବନେଶ୍ୱର: ଆଜି ଭୁବନେଶ୍ୱରର ୭୩ତମ ପ୍ରତିଷ୍ଠା ଦିବସ। ଆଜିର ଦିନରେ ରାଜଧାନୀ ମାନ୍ୟତା ପାଇଥିଲା ଭୁବନେଶ୍ୱର। କୋଭିଡ୍‌ କଟକଣା ଯୋଗୁଁ ନିରାଡମ୍ବରରେ ପାଳନ କରାଯାଉଛି।

ବିଧାନସଭା ସମ୍ମୁଖରେ ଥିବା ରାଜଧାନୀ ପ୍ରତିଷ୍ଠା ଫଳକରେ ମାଲ୍ୟାର୍ପଣ କରିଛନ୍ତି ବାତସ୍ପତି ସୂର୍ଯ୍ୟନାରାୟଣ ପାତ୍ର। ପ୍ରତିଷ୍ଠା ଦିବସ ଉପଲକ୍ଷେ ବିଭିନ୍ନ ସରକାରୀ କାର୍ଯ୍ୟାଳୟ ଓ ରାସ୍ତା ଘାଟ ଗୁଡିକୁ ରଙ୍ଗୀନ ଆଲୋକମାଳରେ ସଜାଯାଇଛି।