ରାଜ୍ଯରେ ଆଜି ୧୯୦୪ କରୋନା ପଜିଟିଭ୍ ଚିହ୍ନଟ, ଗଲା ୧୬ଜଣଙ୍କ ଜୀବନ

ଭୁବନେଶ୍ବର: ଗତ ୨୪ ଘଣ୍ଟାରେ ରାଜ୍ୟରେ ଆଉ ୧୯୦୪ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟାଇନରୁ ୧୧୧୫ ଥିବାବେଳେ ଲୋକାଲ କଣ୍ଟାକ୍ଟ କେସ୍‌ ରହିଛି ୭୮୯ । ଆଜି ବି ଖୋର୍ଦ୍ଧାରୁ ସର୍ବାଧିକ ୨୨୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ନୂଆପଡାରୁ ୧୨୮, କଟକରୁ ୧୧୧, ଅନୁଗୁଳରୁ ୧୦୯ ଓ କେନ୍ଦ୍ରାପଡାରୁ ୧୦୬ ନୂଆ କେସ୍‌ ସାମ୍ନାକୁ ଆସିଛି । ଆଜିର ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ପଜିଟିଭ୍‌ ସଂଖ୍ୟା ୨ ଲକ୍ଷ ୭୨ ହଜାର ୨୫୦କୁ ବୃଦ୍ଧି ପାଇଛି ।

ସେପଟେ ଆଜି ଆଉ ୧୬ ଜଣଙ୍କ ଜୀବନ ନେଇଛି କରୋନା । ରାଜ୍ୟରେ କରୋନାଜନିତ ମୃତ୍ୟୁସଂଖ୍ୟା ୧୧୬୮ରେ ପହଞ୍ଚିଛି । ଆକ୍ଟିଭ୍‌ କେସ୍‌ ୨୧ ହଜାର ୪୫୪ ଥିବାବେଳେ ୨ ଲକ୍ଷ ୪୯ ହଜାର ୫୭୫ ଆରୋଗ୍ୟ ହେଲେଣି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.