ଦେଶରେ ୬୭ ଲକ୍ଷ ପାର ହେଲା କରୋନାରୁ ସୁସ୍ଥ ହୋଇଥିବା ରୋଗୀଙ୍କ ସଂଖ୍ୟା, କମୁଛନ୍ତି ଦୈନିକ ଆକ୍ରାନ୍ତ

ନୂଆଦିଲ୍ଲୀ: କିଛି ଦିନ ହେବ କରୋନାରେ ଦୈନିକ ଆକ୍ରାନ୍ତ ସଂଖ୍ୟାରେ ହ୍ରାସ ଘଟୁଥିବା ନଜର ଆସୁଛି । ଏମିତିକି ୫୦ ହଜାର ତଳକୁ ଖସିଲାଣି ଦୈନିକ ସଂକ୍ରମିତ ସଂଖ୍ୟା । ମଙ୍ଗଳବାର ୪୬ ହଜାର ୭୯୧ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଯେବେକି ୫୮୭ ଜଣଙ୍କ ମୃତ୍ୟୁ ହୋଇଛି । ସେପଟେ ଭାଇରସରୁ ସୁସ୍ଥ ହେଉଥିବା ରୋଗୀଙ୍କ ସଂଖ୍ୟା ଦିନ କୁ ଦିନ ବଢି ବଢି ଚାଲିଛି । ୬୭ ଲକ୍ଷ ପାର ହୋଇଗଲାଣି ସୁସ୍ଥ ସଂଖ୍ୟା । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତରଫରୁ ଜାରି

ହୋଇଥିବା ରିପୋର୍ଟ ଅନୁଯାୟୀ, ଦେଶରେ ବର୍ତ୍ତମାନ ସୁଦ୍ଧା ୭୫ ଲକ୍ଷ ୯୭ ହଜାର ୦୬୪ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସକ୍ରିୟ ମାମଲା ବି ହ୍ରାସ ପାଇ ୭ ଲକ୍ଷ ୪୮ ହଜାର ୫୩୮ରେ ପହଂଚିଛି । କରୋନା ସକ୍ରିୟା ସଂଖ୍ୟା ଓ ସୁସ୍ଥ ସଂଖ୍ୟା ମଧ୍ୟର ଅନ୍ତରରେ ବୃଦ୍ଧି ଘଟି ୬୦ ଲକ୍ଷ ହୋଇଛି । ଏଯାବତ ୬୭ ଲକ୍ଷ ୩୩ ହଜାର ୩୨୯ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଯଦି ଆଜି ପର୍ଯ୍ୟନ୍ତର ତଥ୍ୟକୁ ଦେଖାଯାଏ ତେବେ ଦେଶରେ ମୃତକ ସଂଖ୍ୟା ୧
ଲକ୍ଷ ୧୫ ହଜାର ୧୯୭ରେ ପହଂଚିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.