ଆଜି ରାଜ୍ଯରେ ୨୨୩୯ କରୋନା ପଜିଟିଭ୍ ଚିହ୍ନଟ, ଗଲା ୯ ଜଣଙ୍କ ମୁଣ୍ଡ

ଭୁବନେଶ୍ବର: ଆଜି ରାଜ୍ଯରେ ୨୨୩୯ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସମୁଦାୟ ୨୯ଟି ଜିଲ୍ଲାରୁ ଏହି ସମସ୍ତ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ଭିତରୁ କ୍ବାରେଣ୍ଟାଇନରୁ ୧୪୧୬ ଏବଂ ଲୋକାଲ୍ କେସରୁ ୮୨୩ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ଯରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ଯା ୬୪,୫୩୩ ରେ ପହଁଚିଛି। ଏମାନଙ୍କ ୪୩,୭୭୯ ସୁସ୍ଥ ହୋଇସାରିଥିବାବେଳେ, ବିଭିନ୍ନ କୋଭିଡ୍ ହସ୍ପିଟାଲରେ ୨୦,୩୩୯ ଜଣ ଚିକିତ୍ସିତ ହେଉଛନ୍ତି । ତେବେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୪୧୯ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।

  ସେହିପରି ଅନୁଗୁଳରୁ ୬,ବାଲେଶ୍ବରରୁ ୧୩୦,ବରଗଡରୁ ୫୧, ଭଦ୍ରକରୁ ୭୩, ବଲାଙ୍ଗିରରୁ ୬୬, ବୌଦ୍ଧରୁ ୫୩, କଟକରୁ ୧୧୭,ଢେଙ୍କାନାଳରୁ ୩୬, ଗଜପତିରୁ ୪୨, ଗଞ୍ଜାମରୁ ୨୪୬, ଜଗତସିଂହପୁରରୁ ୨୬, ଯାଜପୁରରୁ ୭୫, ଝାରସୁଗୁଡା ୧୩, କଳାହାଣ୍ଡିରୁ ୨୧, କନ୍ଧମାଳରୁ ୯୦, କେନ୍ଦ୍ରାପଡାରୁ ୭, କେନ୍ଦୁଝରରୁ ୭୨,କୋରାପୁଟରୁ ୯୧, ମାଲକାନଗିରିରୁ ୫୫,ମୟୁରଭଞ୍ଜରୁ ୮୦,ନବରଙ୍ଗପୁରରୁ ୧୪,ନୟାଗଡରୁ ୧୪୭,ନୂଆପଡାରୁ ୮, ପୁରୀରୁ ୪୦,ରାୟଗଡାରୁ ୧୨୦,ସମ୍ବଲପୁରରୁ ୫୩ ,ସୋନପୁରରୁ ୨୪ ଏବଂ ସୁନ୍ଦରଗଡରୁ ୬୪ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି।

ଏହାସହିତ ରାଜ୍ୟରେ ଆଜି ୯ ଜଣଙ୍କ ଜୀବନ ନେଲା କରୋନା । ଏହାକୁ ମିଶାଇ କୋଭିଡ୍ ଜନିତ ମୃତ୍ୟୁସଂଖ୍ୟା ୩୬୨ରେ ପହଁଚିଛି। ଏମାନଙ୍କ ଭିତରୁ ଗଞ୍ଜାମ ୩,ରାୟଗଡାରୁ ୨ଜଣଙ୍କର ମୃତ୍ଯୁ ହୋଇଥିବାବେଳେ, ଖୋର୍ଦ୍ଧା, ମାଲକାନକାନଗିରି, ସମ୍ବଲପୁର ଓ ବାଲେଶ୍ବରରରୁ ଜଣେ ଲେଖାଁଏ କରୋନା ଆକ୍ରାନ୍ତଙ୍କର ମୃତ୍ଯୁ ହୋଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.