ରାଜ୍ଯରେ ପୁଣି ୨୮୨ ପଜିଟିଭ୍ ଚିହ୍ନଟ, ମୋଟ ସଂକ୍ରମିତଙ୍କ ସଂଖ୍ଯା ୫୭୫୨କୁ ବୃଦ୍ଧି

ଭୁବନେଶ୍ବର: ରାଜ୍ଯରେ ପୁଣି ୨୮୨ ପଜିଟିଭ୍ ଚିହ୍ନଟ । ୧୭ ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି ଏହି ୨୮୨ ପଜିଟିଭ୍ । ଏମାନଙ୍କ ଭିତରୁ ୨୫୬ ଜଣ କ୍ୱାରେଣ୍ଟିନ୍ ସେଣ୍ଟରରୁ ଚିହ୍ନଟ ହୋଇଥିବାବେଳେ, ୨୬ ଲୋକାଲ୍ କେସ୍ । ଏହାସହ NDRFର ୮ଜଣ କର୍ମଚାରୀ ମଧ୍ଯ ସାମିଲ୍ ଅଛନ୍ତି । ଯେଉଁମାନେ ଅମ୍ପନ ପୁନରୁଦ୍ଧାର କାର୍ଯ୍ୟରେ ପଶ୍ଚିବଙ୍ଗ ଯାଇଥିଲେ । ତେବେ ଏହାକୁ ମିଶାଇ ରାଜ୍ଯରେ ମୋଟ ସଂକ୍ରମିତଙ୍କ ସଂଖ୍ଯା ୫୭୫୨ରେ ପହଁଚିଛି । ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି । 

ସୂଚନା ଅନୁଯାୟୀ, ଏହି ୨୮୨ ପଜିଟିଭଙ୍କ ଭିତରୁ ଖୋର୍ଦ୍ଧାରୁ ୨୬, ଝାରସୁଗୁଡ଼ାରୁ ୨୩, ବାଲେଶ୍ୱରରୁ ୩, କଟକରୁ ୪, ଯାଜପୁରରୁ ୬, ପୁରୀରୁ ୯,  ଅନୁଗୁଳରୁ ୧, ଜଗତସିଂହପୁରରୁ ୧୧, କନ୍ଧମାଳରୁ ୧୭, ଗଞ୍ଜାମରୁ ୭୫, ଗଜପତିରୁ ୭୬, ସୁନ୍ଦରଗଡ଼ରୁ ୧, ସମ୍ବଲପୁରରୁ ୧୩, ବଲାଙ୍ଗୀରରୁ ୧, ମୟୁରଭଞ୍ଜରୁ ୬, କୋରାପୁଟରୁ ୧, ନୟାଗଡ଼ରୁ ୧  ଓ ଏନଡିଆରଏଫ୍ ର  ୮ଜଣ କର୍ମଚାରୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.